ଲକ୍‌ଡାଉନ୍‌ ପ୍ରଭାବ : 2021 ଜନଗଣନା ସ୍ଥଗିତ ରଖିଲେ ଯୋଗୀ ସରକାର

ଦେଶବ୍ୟାପୀ କରୋନା ପ୍ରଭାବରେ ଲକ୍‌ଡାଉନ୍‌ ରହିଥିବା ବେଳେ 2021ର ଜନଗଣନା ବା ଏନ୍‌ପିଆରକୁ ସ୍ଥଗିତ ରଖିଛନ୍ତି ଉତ୍ତର ପ୍ରଦେଶ ସରକାର । ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏନ୍‌ପିଆର ଉପରେ ରୋକ୍‌ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବର୍ତ୍ତମାନ ଦେଶରେ କରୋନା ମହାମାରୀ ପ୍ରକୋପରେ ଅର୍ଥନୀତି ସମ୍ପୂର୍ଣ୍ଣ ଭୁଷୁଡି ପଡିଛି ତେଣୁ ବର୍ତ୍ତମାନର ସମୟରେ ଏନ୍‌ପିଆର ସମ୍ଭବ ନୁହେଁ ବୋଲି ମତଦେବା ସହିତ 2021 ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର ।

ଯୋଗୀଙ୍କ ପଦକ୍ଷେପକୁ ନୀତିଶଙ୍କ ସମାଲୋଚନା

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଛନ୍ତି । ରାଜସ୍ଥାନର କୋଟାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ଆଦିତ୍ୟନାଥ 100ଟି ବସ୍‌ ପଠାଇଥିଲେ । ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଆଦିତ୍ୟନାଥ ଏପରି ନିୟମ ଭଙ୍ଗ କରିବା ଆଦୌ ସମିଚୀନ ନୁହେଁ ବୋଲି ନୀତିଶ କୁମାର ପ୍ରକାଶ କରିଛନ୍ତି । ଯଦି ଦିନ ମଜୁରିଆଙ୍କୁ ଘରକୁ ପଠାଇବା କ୍ଷେତ୍ରରେ ସରକାର ଲକ୍‌ଡାଉନ୍‌ ନିୟମକୁ କଡାକଡି ପାଳନ କରୁଛନ୍ତି ତେବେ ଛାତ୍ର ଛାତ୍ରୀଙ୍କ କ୍ଷେତ୍ରରେ ବ୍ୟତିକ୍ରମ କାହିଁକି ବୋଲି ନୀତିଶ ପ୍ରଶ୍ନ କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ପାଇଁ 2500 ଟଙ୍କାର ଭତ୍ତା ଘୋଷଣା କଲେ ଯୋଗୀ

ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭତ୍ତାର ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ସରକାର । ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଛାତ୍ରଛାତ୍ରୀଙ୍କ ପାଇଁ ଭତ୍ତା ନିମନ୍ତେ ଘୋଷଣା କରିଛନ୍ତି । ଦଶମ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଗୋରଖପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଯୋଗୀ ଏହି ଘୋଷଣା କରିଛନ୍ତି । ରାଜ୍ୟରେ ରହିଥିବା ବିଭିନ୍ନ ବୈଷୟିକ କଲେଜରେ ଇଣ୍ଟର୍ନସିପ୍‌ ପାଇଁ ଛାତ୍ରଛାତ୍ରୀଙ୍କୁ ମାସିକ ଏହି ବେତନ ପ୍ରଦାନ କରାଯିବ ।

ସିଏଏ ସମ୍ପର୍କରେ 10 ଧାଡି କହିବା ପାଇଁ ରାହୁଲଙ୍କୁ ନାଡ୍ଡାଙ୍କ ଚ୍ୟାଲେଞ୍ଜ

ନବ ନିର୍ବାଚିତ ବିଜେପି ସଭାପତି ଜେପି ନଡ୍ଡା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଗୁରୁବାର ଆଗ୍ରାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାହୁଲ ନାଗରିକତ୍ବ ସଂଶୋଧନ ଆଇନ ସମ୍ପର୍କରେ 10 ଧାଡି କହିବା ପାଇଁ ଆହ୍ବାନ ଦେଇଛନ୍ତି । ଯଦି ରାହୁଲ ସିଏଏ ସମ୍ବନ୍ଧରେ 10 ଧାଡି କହିବାରେ ସକ୍ଷମ ହୁଅନ୍ତି ତେବେ ବିଜେପି ପକ୍ଷରୁ ତାଙ୍କୁ ସମର୍ଥନ କରାଯିବ ବୋଲି ନାଡ୍ଡା କହିଛନ୍ତି । କଂଗ୍ରେସ ନେତୃତ୍ବ ବର୍ତ୍ତମାନ ମାନସିକ ଦେବାଳିଆପଣର ଶିକାର ହୋଇଛି ବୋଲି ନଡ୍ଡା ପ୍ରକାଶ କରିଛନ୍ତି ।

Yogi leads celebrations at Gorakhnath temple

On the occasion of ‘Makar Sankranti’ on Wednesday, Uttar Pradesh Chief Minister Yogi Adityanath slipped back into the role of Peethadeeshwar of the Goraksh temple in Gorakhpur and led the celebrations at the temple. Yogi Adityanth held a puja at 4.a.m in the temple and offered “khichdi”.

ବିରୋଧ ପ୍ରଦର୍ଶନକାରୀଙ୍କୁ ଚକିତ କରିଛନ୍ତି ସରକାର : ଯୋଗୀ ଆଦିତ୍ୟନାଥ

ବିରୋଧ ପ୍ରଦର୍ଶନ ସମୟରେ ହିଂସା ପ୍ରଦର୍ଶନକାରୀଙ୍କ ବିରୋଧରେ ଉତ୍ତର ପ୍ରଦେଶ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସଠିକ୍‌ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ । ସରକାରଙ୍କ କାର୍ଯ୍ୟାନୁଷ୍ଠାନ ହିଂସା ପ୍ରଦର୍ଶନକାରୀଙ୍କୁ ଚକିତ କରିଛି ବୋଲି ଯୋଗୀ ପ୍ରକାଶ କରିଛନ୍ତି । ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ପ୍ରତ୍ୟୋକ ଭିଡ ହିଂସାକାରୀ ଚକିତ ହୋଇଯାଇଛନ୍ତି । ଏହି ପଦକ୍ଷେପ ରାଜ୍ୟରେ ଶାନ୍ତି ଫେରାଇବାରେ ସହାୟକ ହୋଇଛି ବୋଲି ଯୋଗୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିଥିବା ହିଂସାକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କରି କ୍ଷତି ଭରଣା କରିବାର ନିଷ୍ପତ୍ତି ନେଇଥିଲେ ଯୋଗୀ ସରକାର ।

ବାଜପେୟୀଙ୍କ 25 ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୋଦି

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଜପେୟୀଙ୍କ ଜନ୍ମଜୟନ୍ତୀ ଅବସରରରେ ଲକ୍ଷ୍ନୌରେ ମୋଦି ଏହି ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି । ବାଜପେୟୀଙ୍କ ଜନ୍ମଜୟନ୍ତୀ ପାଇଁ ଲକ୍ଷ୍ନୌରେ ତିନି ଦିନିଆ ଉତ୍ସବ ପାଳନ ହୋଇଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ମୋଦି ଏହି ଉଦ୍‌ଘାଟନ କରିଛନ୍ତି । ଏହା ସହିତ ଅଟଳ ବିହାରୀ ବାଜପେୟୀ ମେଡିକାଲ ବିଶ୍ବବିଦ୍ୟାଳୟ ନିମନ୍ତେ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୋଦି ।

UP govt hikes medical expense of BPL families

Uttar Pradesh government on Tuesday decided to end the cap of Rs 24,000 on expense under the Ayogya Nidhi for a BPL family, while poor families who have been left out in the 2011 census, would be covered under the Mukhyamantri Jan Arogya scheme. In another decision, the government approved a list 10.12 lakh poor families who could get the medical facilities under Mukhyamantri Jan Arogya scheme.