Six ‘Shaheen Baghs’ continue to protest in UP

Protests against the citizenship laws are continuing in six cities in Uttar Pradesh even as the police have succeeded in forcing protesters to call off their agitation in some districts. In some cities, including Lucknow, protests are being held on multiple locations. Lucknow, for instance, is witnessing a major protest against the citizenship laws at the historic Clock Tower.

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ବେରେ ଦୁର୍ଘଟଣା : 13 ମୃତ, 31 ଆହତ

ଉତ୍ତରପ୍ରଦେଶର ଫିରୋଜାବାଦରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 13 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 31 ଜଣ ଆହତ ହୋଇଛନ୍ତି । ବୁଧବାର ରାତିରେ ଉତ୍ତର ପ୍ରଦେଶର ଫିରୋଜାବାଦରେ ଏହି ଦୁର୍ଘଟଣା ଘଟିଛି । ଏକ ବସ୍‌ ଏବଂ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା ଘଟିବାରୁ ଏହି ପ୍ରାଣହାନି ଘଟିଛି । ସମସ୍ତ ଆହତ ମାନଙ୍କୁ ସ୍ଥାନୀୟୂ ଶେଫାଳୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆହତ ମାନଙ୍କର ମାଗଣା ଚିକିତ୍ସା ପାଇଁ ମଧ୍ୟ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି ।

ବିବାହ ମଣ୍ଡପରେ ବରକୁ ହତ୍ୟା କଲେ ଆତତାୟୀ

ଉତ୍ତର ପ୍ରଦେଶରେ ଏକ ଅଭାବନୀୟ କାଣ୍ଡ ଘଟିଯାଇଛି । ଆଜମଗଡର ଏକ ବିବାହ ମଣ୍ଡପରେ ବରକୁ ହତ୍ୟା କରାଯାଇଛି । ବିବାହ ମଣ୍ଡପରେ ପହଞ୍ଚିବା ପୂର୍ବରୁ ବରକୁ ଦୁଇଜଣ ଆତତାୟୀ ଗୁଳି କରି ହତ୍ୟା କରିଥିଲେ । ମଙ୍ଗଳବାର ରାତିରେ ମସିରପୁରର ଦେବଗାଓଁ ପୋଲିସ୍‌ ଥାନା ଅଧୀନରେ ଏହି ଅଘଟଣ ଘଟିଛି । ସିଂପୁରରୁ ବରଯାତ୍ରୀ ପହଞ୍ଚିବା ପରେ ବର ମଣ୍ଡପକୁ ଯାଉଥିବା ସମୟରେ ଦୁଇ ବନ୍ଧୁକ ଧାରୀ ଆତତାୟୀ ଏକ ବାଇକରେ ଆସି ଆଖିବୁଜା ଗୁଳିଚାଳନା କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସିଏଏ ଆନ୍ଦୋଳନରେ ପିଏଫ୍‌ଆଇର ସମ୍ପୃକ୍ତି ନେଇ ଇଡିର ସୂଚନା

ସୋମବାର ଭାରତୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନୂତନ ତଥ୍ୟ ପ୍ରକାଶ ପାଇଛି । ସିଏଏ ବିରୋଧୀ ଆକ୍ରମଣ ସମୟରେ ପଶ୍ଚିମ ୟୁପିରେ ଅର୍ଥ ଦେଣ ନେଣ କରାଯାଇଥିବା ନେଇ ଇଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉତ୍ତର ପ୍ରଦେଶର ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ପକ୍ଷରୁ ଏହି ଅର୍ଥ ବିତରଣ କରାଯାଇଥିବାକ ନେଇ ଇଡି ପକ୍ଷରୁ ସୋମବାର କୁହାଯାଇଛି । ସିଏଏ ଆନ୍ଦୋଳନ ପୂର୍ବରୁ ପଶ୍ଚିମ ଉତ୍ତର ପ୍ରଦେଶର 73ଟି ଆକାଉଣ୍ଟକୁ 120 କୋଟି ଟଙ୍କା ଦେଣ ନେଣ କରାଯାଇଛି । ଇଡି ପକ୍ଷରୁ ସୋମବାର ଏହି ସମସ୍ତ ତଥ୍ୟ ଗୃହ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଛି ।

ବିରୋଧ ପ୍ରଦର୍ଶନକାରୀଙ୍କୁ ଚକିତ କରିଛନ୍ତି ସରକାର : ଯୋଗୀ ଆଦିତ୍ୟନାଥ

ବିରୋଧ ପ୍ରଦର୍ଶନ ସମୟରେ ହିଂସା ପ୍ରଦର୍ଶନକାରୀଙ୍କ ବିରୋଧରେ ଉତ୍ତର ପ୍ରଦେଶ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସଠିକ୍‌ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ । ସରକାରଙ୍କ କାର୍ଯ୍ୟାନୁଷ୍ଠାନ ହିଂସା ପ୍ରଦର୍ଶନକାରୀଙ୍କୁ ଚକିତ କରିଛି ବୋଲି ଯୋଗୀ ପ୍ରକାଶ କରିଛନ୍ତି । ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ପ୍ରତ୍ୟୋକ ଭିଡ ହିଂସାକାରୀ ଚକିତ ହୋଇଯାଇଛନ୍ତି । ଏହି ପଦକ୍ଷେପ ରାଜ୍ୟରେ ଶାନ୍ତି ଫେରାଇବାରେ ସହାୟକ ହୋଇଛି ବୋଲି ଯୋଗୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିଥିବା ହିଂସାକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କରି କ୍ଷତି ଭରଣା କରିବାର ନିଷ୍ପତ୍ତି ନେଇଥିଲେ ଯୋଗୀ ସରକାର ।

ସିଏଏ ବିରୋଧୀ ଆନ୍ଦୋଳନ : ଉତ୍ତର ପ୍ରଦେଶରେ 15 ମୃତ, 879 ଗିରଫ

ସମଗ୍ର ଦେଶରେ ନାଗରିକତ୍ବ ସଂଶୋଧନକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ଉତ୍ତର ପ୍ରଦେଶରେ ଆନ୍ଦୋଳନ ଭୟଙ୍କର ରୂପ ଧାରଣ କରିଛି । ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ପରେ ପୋଲିସ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ୍‌ ଆନ୍ଦୋଳନକାରୀଙ୍କୁ ରୋକିବାକୁ ଯାଇ ପ୍ରାୟ 5 ହଜାର ଲୋକଙ୍କୁ ଅଟକ ରଖିଥିବା ବେଳେ 879 ଜଣଙ୍କୁ ଗିରଫ କରିଛି । ଏହା ସହିତ ସମୁଦାୟ 15 ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ 288 ଜଣ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି ବୋଲି ଡିଜିପି ଓ ପି ସିଂ ପ୍ରକାଶ କରିଛନ୍ତି ।

UP woman, who set herself on fire outside SP office, dies

The 23-year-old rape victim, who was set herself on fire outside the office of Superintendent of Police (SP) in Unnao on December 16, has died in a Kanpur hospital. She died on Saturday night. The woman had alleged that the police were not acting on her complaint against the accused rapist Avadesh Singh. She claimed that he had promised to marry her, but was now refusing to acknowledge the relationship.

ସିଏଏ ପ୍ରତିବାଦ : ଉତ୍ତର ପ୍ରଦେଶରେ ବସ୍‌ ଜାଳିଦେଲେ ବିକ୍ଷୋଭକାରୀ

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ନାଗରିକତ୍ବ ସଂଶୋଧନ ଆଇନକୁ ବିରୋଧ କରି ପ୍ରତିବାଦ କରାଯାଇଛି । ଏହି ପ୍ରତିବାଦ ସମୟରେ ପ୍ରତିବାଦକାରୀ ମାନେ ଏକ ବସ୍‌ରେ ନିଆଁ ଲଗାଇ ଦେଇଥିଲେ । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସମେତ ରାଜ୍ୟର ବିଭିନ୍ନ ସହରକୁ ଏହି ହିଂସା ବ୍ୟାପିଥିଲା । ସମ୍ଭଲରେ ଏକ ବସ୍‌କୁ ନିଆଁ ଲଗାଇ ଦିଆଯାଇଥିଲା । ଏହି ଘଟଣା ପରେ ପୋଲିସ୍‌ 17 ଜଣଙ୍କୁ ଅଟକ ରଖିବା ସହିତ ପଶ୍ଚିମ ଉତ୍ତର ପ୍ରଦେଶରେ ଇଣ୍ଟରନେଟ ସେବା ବନ୍ଦ କରି ଦେଇଥିଲା ।

ନାବାଳିକା ଅସଦାଚରଣ : ଦୋଷୀକୁ ଦଣ୍ଡ ଦେଲେ ଜନସାଧାରଣ

ଉତ୍ତରପ୍ରଦେଶରେ ଜଣେ ଅସଦାଚରଣକାରୀକୁ ଜନ ସାଧାରଣ ଦଣ୍ଡ ଦେବା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଜଲାଉଁ ଜିଲ୍ଲାର ଏକ ପାର୍କରେ ନାବାଳିକାଙ୍କୁ ଅସଦାଚରଣ କରୁଥିବା ବେଳେ ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଥିଲେ 25 ବର୍ଷୀୟ ଯୁବକ । ଅଭିଯୁକ୍ତଙ୍କୁ ଉଲଗ୍ନ କରି ପାର୍କର ଗାନ୍ଧୀ ମୂର୍ତ୍ତି ଚତୁଃପାର୍ଶ୍ବରେ 7 ଥର ବୁଲାଇବା ପରେ ଯୁବକକୁ ପୋଲିସ୍‌କୁ ହସ୍ତାନ୍ତର କରାଯାଇଥିଲା । ଉପରୋକ୍ତ ଘଟଣାର ଭିଡିଓ ବନାଇ ସ୍ଥାନୀୟ ଅଞ୍ଚଳରେ ବଣ୍ଟାଯାଇଛି । ଫଳରେ ବାହାରକୁ ଆସିଲା ପରେ ଯୁବକ ଜଣକ ପୁନର୍ବାର ଏପରି ଘଟଣା କରିବାର ଦୁଃସାହସ କରିବେ ନାହିଁ ବୋଲି ଜଣେ ବ୍ୟକ୍ତି ପ୍ରକାଶ କରିଥିଲେ ।

2022 ସୁଦ୍ଧା ଦେଶର ପ୍ରତ୍ୟୋକ ପରିବାରକୁ ଘର

2022 ସୁଦ୍ଧା ଦେଶର ପ୍ରତ୍ୟୋକ ପରିବାରକୁ ଯୋଗାଇ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତ ଦେଇଛନ୍ତି । ଏହା ସହିତ ମୋଦି ସରକାର ଦେଶର ପ୍ରତ୍ୟୋକ ଘରକୁ 2024 ସୁଦ୍ଧା ଟ୍ୟାପ୍‌ ଜରିଆରେ ପାନୀୟ ଜଳ ଯୋଗାଇବାର ଯୋଜନା କରୁଛନ୍ତି ବୋଲି ରାଜନାଥ ପ୍ରକାଶ କରିଥିଲେ । ଏହା ସହିତ ଦେଶର ପ୍ରତ୍ୟୋକ ନାଗରିକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇବା ମୋଦି ସରକାରଙ୍କ ଲକ୍ଷ୍ୟ ବୋଲି ରାଜନାଥ ପ୍ରକାଶ କରିଛନ୍ତି । ଲକ୍ଷ୍ନୌରେ ଏକ କାର୍ଯ୍ୟକ୍ରମରେ ନିଜ ଅଭିଭାଷଣ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହା କହିଛନ୍ତି ।

Five members of family killed after car turns into fireball in UP

Five members of a family were burnt alive when their car caught fire after ramming into a stationary truck on NH 91 in the Baghwala area here on Saturday morning. Senior Superintendent of Police (SSP) Sunil Kumar Singh said the accident occurred when six members of a family were proceeding towards Taumara village in the district from Delhi. Barring 15-year-old Varsha, rest were killed.

Constable commits suicide in UP

A constable committed suicide owing to domestic issues in the Modinagar area of this district of Uttar Pradesh, police  said on Wednesday. According to sources, Constable Nitin Kumar Sharma (35), a resident of Phaphran in the Modinagar area, joined police service in 2011.  Sharma was currently posted as a PRB at the Titawi police station in Muzaffarnagar ,was absent from duty since November 15.

ଛିଡିଲାନି ଆସନ ଭାଗବଣ୍ଟା : ମହାମେଣ୍ଟ ଛାଡିଲା ନିଶାଦ ପାର୍ଟି, ବିଜେପିରେ ସାମିଲ ହେବା ସମ୍ଭାବନା

ନିଶାଦ ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସପା- ବିଏସ୍‌ପି ମହାମେଣ୍ଟରେ ସାମିଲ ହେବା ନେଇ ଘୋଷଣା କରିଥିଲା।  ନିଶାଦ ପାର୍ଟି ମୁଖ୍ୟ ମହାରାଜଗଞ୍ଜ ଆସନରୁ ଦଳୀୟ ଚିହ୍ନରେ ଲଢ଼ିବାକୁ ମହାମେଣ୍ଟ ଆଗରେ ପ୍ରସ୍ତାବ ରଖିଥିଲେ। ହେଲେ ଏହି ଅଙ୍କ ଛିଡ଼ି ନଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ନିଶାଦ ପାର୍ଟି ମହାମେଣ୍ଟକୁ ବାଏ ବାଏ କହିଛି। ନିଶାଦ ପାର୍ଟିର ସଭାପତି ସଞ୍ଜୟ ନିଶାଦଙ୍କ ପୁଅ ପ୍ରବୀଣ ସମାଜବାଦୀ ଟିକେଟ୍‌ରେ ଗୋରଖପୁର ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ନିଶାଦ ପାର୍ଟିର ନେତାମାନେ ଯୋଗୀଙ୍କୁ ଦେଖା କରିବାରୁ ଦଳ ବିଜେପି ସହ ମିଶିବ ବୋଲି ଆକଳନ କରାଯାଉଛି।

Priyanka supports demand of UP Anganwadi workers for being given status of state govt employee

Supporting the demand of Uttar Pradesh Anganwadi workers that they be given status of state government employee, AICC General secretary incharge for Uttar Pradesh east Priyanka Gandhi Vadra on Sunday condemned the lathicharge on the workers raising this demand. In a post on social media, Priyanka said, ‘the Anganwadi workers and their helpers are demanding status of state government employees.

୪ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ପ୍ରିୟଙ୍କା ଗାନ୍ଧୀ

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ପ୍ରଥମେ ସେ ଗଙ୍ଗା ନଦୀରେ ପୂଜାର୍ଚ୍ଚନା କରିବା ସହ ହନୁମାନ ମନ୍ଦିର ଦର୍ଶନ କରି ପ୍ରୟାଗରାଜ ଗସ୍ତ କରିଛନ୍ତି। ପ୍ରିୟଙ୍କା ନୌକାବିହାର କରି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ପ୍ରୟାଗରାଜରୁ ବାରଣାସୀ ପର୍ଯ୍ୟନ୍ତ ନୌକାବିହାର କରିବେ ପ୍ରିୟଙ୍କା। ଏହି ଯାତ୍ରା ପାଖାପାଖି ୧୪୦ କିଲୋମିଟର ହେବ। ୟୁପିରେ କଂଗ୍ରେସକୁ ମଜବୁତ କରିବା ପାଇଁ ୪ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି ପ୍ରିୟଙ୍କା।

ସପା-ବିଏସ୍‌ପି ମେଣ୍ଟ ସହ ସାମିଲ୍‌ ହେଲେ ଆରଏଲ୍‌ଡି

ଉତ୍ତରପ୍ରଦେଶରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି(ସପା) ଓ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ଙ୍କ ମେଣ୍ଟରେ ଆଜି ଆର୍‌ଏଲ୍‌ଡି ସାମିଲ ହୋଇଛି। ଆର୍‌ଏଲ୍‌ଡି ମେଣ୍ଟରେ ସାମିଲ ହେବା ପରେ ସପା-ବିଏସ୍‌ପି ମେଣ୍ଟ ପକ୍ଷରୁ ଦଳକୁ ଉତ୍ତର ପ୍ରଦେଶର ୮୦ଟି ଲୋକସଭା ଆସନରୁ ୩ଟି ମିଳିଛି। ଆଜି ଅଖିଲେଶ ଯାଦବ ଆରଏଲ୍‌ଡି ନେତା ଜୟନ୍ତ ଚୌଧୁରୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । “ଆରଏଲ୍‌ଡି ଉତ୍ତର ପ୍ରଦେଶର ମଥୁରା, ବାଗପତ ଓ ମୁଜାଫରନଗର ଆସନରେ ପ୍ରାର୍ଥୀ ଦେବ। ତେବେ କଂଗ୍ରେସ ପାଇଁ ୨ଟି ଆସନ(ଆମେଥି ଓ ରାଏବରେଲୀ) ଛାଡ଼ିଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଅଖିଳେଶ ।  ଉତ୍ତର ପ୍ରଦେଶର ୮୦ଟି ଯାକ ଆସନରେ ବିଜେପିକୁ ହରାଇବା ପାଇଁ ମହାମେଣ୍ଟ ଲଢ଼େଇ କରିବ।”