ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା 19 ବର୍ଷରୁ କମ୍ କ୍ରିକେଟ ବିଶ୍ବକପ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଭାରତୀୟ ଦଳରେ ପ୍ରିୟମ ଗର୍ଗଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି । ସୋମବାର ଘୋଷଣା କରାଯାଇଥିବା 15 ଜଣିଆ ଦଳର ଧ୍ରୁବ୍ ଚାନ୍ଦ ଜୁରେଲ୍ଙ୍କୁ ଉପ ଅଧିନାୟକ ଭାବରେ ଘୋଷଣା କରାଯାଇଛି । ଜାନୁୟାରୀ 17ରୁ ଫେବୃୟାରୀ 9 ପର୍ଯ୍ୟନ୍ତ ଏହି ବିଶ୍ବକପ୍କ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବ । ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା ଏବଂ ଜାପାାନ ସହିତ ଭାରତ ଗ୍ରୁପ୍ ଏ ରେ ସ୍ଥାନ ପାଇଛି ।