8ଟି ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କ ସୂଚନା

ଆସନ୍ତା 24 ଘଣ୍ଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ରାଜ୍ୟରେ 8ଟି ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବରଗଡ଼, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇଛି ।

16ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା

ରାଜ୍ୟରେ ପାଗ ଆଂଶିକ କୋହଲା ରହିଥିବା ବେଳେ 16ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, ଭଦ୍ରକ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଅନୁଗୁଳ, କଟକ, ଢେଙ୍କାନାଳ ଏବଂ ନୟାଗଡ଼ ଜିଲ୍ଲାକୁ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ ନିସର୍ଗ କାରଣରୁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଗ ଆଂଶିକ ମେଘୁଆ ରହିବ ବୋଲି କୁହାଯାଇଛି ।

7ଟି ଜିଲ୍ଳାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା

ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆଗକୁ ଆହୁରି ତାପମାତ୍ରା ବଢ଼ିବା ନେଇ ଆଶଙ୍କା ମଧ୍ୟ ରହିଛି । ଏହାସହ ବିଭିନ୍ନ ସ୍ଥାନରେ କାଳବୈଶାଖୀ ମଧ୍ୟ ହେଉଛି । ଆଜି ୭ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ସହ ବଜ୍ରପାତର ସତର୍କ ସୂଚନା ପ୍ରଦାନ କରାଯାଇଛି । ସତର୍କସୂଚନା ଜାରି କରାଯାଇଥିବା 7 ଜିଲ୍ଲା ହେଉଛି କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ।

5 ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା

ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆଗକୁ ଆହୁରି ତାତି ବଢ଼ିବ ବୋଲି ମଧ୍ୟ ସୂଚନା ରହିଛି । ଏହାସହ ସ୍ଥାନେ ସ୍ଥାନେ କାଳବୈଶାଖୀ ମଧ୍ୟ ହେଉଛି । ଆଜି ୫ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ଆଶଙ୍କା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି 5 ଜିଲ୍ଲା ଗୁଡ଼ିକ ହେଉଛି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା ଓ ବଲାଙ୍ଗିର । ଏହି ସବୁ ଜିଲ୍ଲାକୁ ବତ୍ରପାତ ନେଇ ସତର୍କ କରିଛି ପାଣିପାଗ ବିଭାଗ ।