ମୋବାଇଲ୍ ବ୍ୟବହାରକାରୀଙ୍କୁ ଝଟ୍କା । ଏଣିକି କଲ୍ ଏବଂ ଡାଟା ବ୍ୟବହାର ମହଙ୍ଗା ହେବାକୁ ଯାଉଛି । ରବିବାର ଦେଶର ତିନି ବୃହତ୍ତର କମ୍ପାନୀ ଭୋଡାଫୋନ୍-ଆଇଡିଆ, ଏୟାରଟେଲ ଏବଂ ଜିଓ ନିଜର ଟାରିଫ୍ ଦରରେ ବୃଦ୍ଧି ଘୋଷଣା କରିଛନ୍ତି । ପୂର୍ବରୁ ଭୋଡାଫୋନ୍-ଆଇଡିଆ ଏବଂ ଏୟାରଟେଲ ନିଜର ଟାରିଫ୍ ବୃଦ୍ଧି ନେଇ ଘୋଷଣା କରି ସାରିଥିଲେ । ଉଭୟ କମ୍ପାନୀର ବାର୍ଷିକ ଆର୍ଥିକ ରିପୋର୍ଟରେ କ୍ଷତି ସହିଥିବାରୁ ଏହି ଦରବୃଦ୍ଧି ଲାଗୁ କରାଯାଇଛି । ତିନି କମ୍ପାନୀ ନିଜ ନିଜର ଟାରିଫ୍ ଦରରେ 42 ପ୍ରତିଶତ ବୃଦ୍ଧି ଘଟାଇଛନ୍ତି ।