‘Tanhaji…’ child actor on ‘quiet’ Ajay, ‘chatty’ Kajol

Child artiste Arush Nand says he had a great time working with star couple Ajay Devgn and Kajol in “Tanhaji: The Unsung Warrior”. “Sharing screen with superstars Kajol and Ajay Devgn is an experience that I will always cherish. On the set, Ajay Sir was always quiet and Kajol ma’am was always chatty,” Arush said.

ରିଲିଜ୍‌ର ଦୁଇ ଦିନ ମଧ୍ୟରେ ବକ୍ସ ଅଫିସ୍‌ ବ୍ୟାଟେଲ୍‌ରେ ଆଗୁଆ ତାନାଜୀ

2020 ମସିହାରେ ବଲିଉଡ୍‌ ବକ୍ସ ଅଫିସ୍‌ ପ୍ରଦର୍ଶନ ବଢିଆ ରହିଛି । ବର୍ଷର ପ୍ରଥମ ରିଲିଜ୍‌ ତାନାଜୀ ଏବଂ ଛପାକ୍‌ ରିଲିଜ୍‌ ହୋଇଛି । ଚଳିତ ଶୁକ୍ରବାର ଅଜୟ ଦେବଗନ ଅଭିନୀତ ତାନାଜୀ ଏବଂ ଦୀପିକା ପାଦୁକୋନ୍‌ ଅଭିନୀତ ଛପାକ୍‌କୁ ଦର୍ଶକଙ୍କୁ ଭଲ ରେସ୍‌ପନ୍ସ ମିଳିଛି । ରିଲିଜ୍‌ର ପ୍ରଥମ ଦିନରେ ତାନାଜୀ 15.10 କୋଟି ଆୟ କରିଥିବା ବେଳେ ଛପାକ୍‌ 4.77 କୋଟି ଆୟ କରିଛି । ଦ୍ବିତୀୟ ଦିବସରେ ତାନାଜୀ 20.57 କୋଟି ଆୟ କରିଥିବା ବେଳେ ଛପାକ୍‌ 6.90 କୋଟି ଆୟ କରିଛି । ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ତାନାଜୀ ଛପାକ୍‌ ତୁଳନାରେ 500 ଅଧିକ ସ୍କ୍ରିନ୍‌ରେ ରିଲିଜ୍‌ ହୋଇଛି ।

ରିଲିଜ୍‌ ହେଲା ତାନାଜୀର ଟ୍ରେଲର

ଐତିହାସିକ ବଲିଉଡ୍‌ ଫିଲ୍ମ ତାନାଜୀର ଟ୍ରେଲର ରିଲିଜ୍‌ ହୋଇଛି । ଅଜୟ ଦେବଗନଙ୍କ 100 ତମ ଫିଲ୍ମ ତାନାଜୀରେ ସୈଫ ଅଲ୍ଲୀ ଖାନ ଓ କାଜଲଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଅଜୟ ତାନାଜୀ ମାଲୁସାରେଙ୍କ ଚରିତ୍ରରେ ନଜର ଆସୁଥିବା ବେଳେ କାଜୋଲ୍‌ ତାଙ୍କ ପତ୍ନୀ ସାବିତ୍ରୀ ବାଇ ମାଲୁସାରେଙ୍କ ଚରିତ୍ରରେ ନଜର ଆସୁଛନ୍ତି । ସୈଫ୍‌ ଅଲ୍ଲୀ ଖାନ୍‌ ଉଦୟ ଭାନ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ ମରାଠା ଏବଂ ମୋଗଲଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ଫିଲ୍ମଟି 10 ଜାନୁୟାରୀ 2020ରେ ରିଲିଜ୍‌ ହେବାକୁ ଯାଉଛି ।