ଲକ୍‌ଡାଉନ୍‌ରେ ଏହି ରାଜ୍ୟରୁ ଆଦାୟ ହେଲା ଏକ କୋଟି ଟଙ୍କାର ଫାଇନ୍‌

ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଏହାକୁ ସମସ୍ତେ ସମର୍ଥନ କରୁଛନ୍ତି । ତେବେ ଅନେକ ବ୍ୟକ୍ତି ଲକ୍‌ଡାଉନ୍‌ର ଉଲ୍ଲଂଘନ କରୁଥିବା ବେଳେ ଏଥିପାଇଁ ଆର୍ଥିକ ଦଣ୍ଡ ପ୍ରଦାନ କରାଯାଉଛି । ତେବେ ତାମିଲନାଡୁରେ ଲକ୍‌ଡାଉନ୍‌ ସମୟରେ 1 କୋଟି ଟଙ୍କାର ଫାଇନ୍‌ ଆଦାୟ କରାଯାଇଛି । ଏହି ସମୟରେ 1.06 କୋଟି ଟଙ୍କାର ଫାଇନ୍‌ ଆଦାୟ କରାଯାଇଥିବା ବେଳେ 1 ଲକ୍ଷ 94 ହଜାର ଗାଡିକୁ ଜବତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ କରୋନାର ପ୍ରଭାବ କାରଣରୁ ଲକ୍‌ଡାଉନ୍‌କୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଇଏମ୍‌ଆଇ ଆଦାୟ ଉପରେ କଟକଣା ଲଗାଇଲେ ତାମିଲନାଡୁ ସରକାର

ଦେଶରେ କରୋନା ଭାଇରସ୍‌ ଆତଙ୍କର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ ନେଇ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି । ଏହି ସମୟରେ ସାଧାରଣ ଲୋକଙ୍କ ଆୟର କୌଣସି ପନ୍ଥା ନଥିବା ବେଳେ ଇଏମ୍‌ଆଇ ଏବଂ ଅନ୍ୟାନ୍ୟ ଋଣ ଭରିବାକୁ ପଡିବ । ତେଣୁ ଏହି ଜରୁରୀ କାଳୀନ ସମୟରେ ସମୟରେ କୌଣସି ଋଣ ଅର୍ଥ, ସୁଧ ଏବଂ ଇଏମ୍‌ଆଇ ଆଦାୟ ଉପରେ କଟକଣା ଜାରି କରିଛନ୍ତି ତାମିଲନାଡୁ ସରକାର । ଏହି ସମୟରେ ଋଣ ରାଶି ଆଦାୟ କରାଗଲେ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

କୁଡାନକୁଲମରେ କାର୍ଯ୍ୟକ୍ଷମ ହେଲା ଆଣବିକ ରିଆକ୍ଟର

ତାମିଲନାଡୁର କୁଡାନକୁଲମରେ କାର୍ଯ୍ୟକ୍ଷମ ହୋଇଛି ଦ୍ବିତୀୟ ଆଣବିକ ରିଆକ୍ଟର । 1000 ମେଗାଓ୍ବାଟର ଏହି ଆଣବିକ ରିଆକ୍ଟରଟି ରବିବାର କାର୍ଯ୍ୟକ୍ଷମ ହୋଇଛି । ମେଣ୍ଟେନାନ୍ସ କାମ ପାଇଁ ଏହି ଆଣବିକ ରିଆକ୍ଟରଟି ଡିସେମ୍ବର 15, 2019ରୁ ବନ୍ଦ ପଡି ରହିଥିଲା । ତିରୁନେଲଭେଲିରେ ରହିଥିବା ଏହି ରିଆକ୍ଟରର ଗୋଟିଏ ୟୁନିଟ୍‌ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅନ୍ୟ ଦୁଇଟି ରିଆକ୍ଟର କାର୍ଯ୍ୟକ୍ଷମ ବନ୍ଦ ରହିଛି । ଜାନୁୟାରୀ 31, 2018ରୁ ବନ୍ଦ ପଡିଥିବା ଅନ୍ୟ ଦୁଇ ୟୁନିଟ୍‌ର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଆସନ୍ତା ମାର୍ଚ୍ଚ 31 ସୁଦ୍ଧା ଏହି ଦୁଇ ୟୁନିଟ୍‌ କାର୍ଯ୍ୟକ୍ଷମ ହେବ ବୋଲି ଏନ୍‌ପିସିଆଇଏଲ୍‌ ପକ୍ଷରୁ କୁହାଯାଇଛି ।

26 killed in two road accidents in Tamil Nadu

At least 26 people were killed in two separate road accidents in Tamil Nadu on Thursday, police said. According to police, 20 people were killed in an accident when a container lorry carrying tiles collided with a passenger bus travelling from Bengaluru to Ernakulam. The accident happened near Avinashi in Tiruppur district in Tamil Nadu.The lorry driver lost control.

ତାମିଲନାଡୁକୁ 1 ରନ୍‌ରେ ପରାସ୍ତ କରି ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି ବଜାୟ ରଖିଲା କର୍ଣ୍ଣାଟକ

ଡିଫେଣ୍ଡିଂ ଚାମ୍ପିୟନ୍‌ କର୍ଣ୍ଣାଟକ ତାମିଲନାଡୁକୁ ପରାସ୍ତ କରି ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି ବଜାୟ ରଖିଛି । ରବିବାର ଅନୁଷ୍ଠିତ ଫାଇନାଲ୍‌ରେ କର୍ଣ୍ଣାଟକ 1 ରନ୍‌ରେ ତାମିଲନାଡୁକୁ ପରାସ୍ତ କରିଛି । କର୍ଣ୍ଣାଟକ ପକ୍ଷରୁ ଅଧିନାୟକ ମନୀଷ ପାଣ୍ଡେ ସର୍ବାଧିକ 60 ରନ୍‌ ସଂଗ୍ରହ କରିଥିଲେ । କର୍ଣ୍ଣାଟକ 20 ଓଭରରେ 5 ଓ୍ବିକେଟ ହରାଇ 180 ରନ୍‌ ସଂଗ୍ରହ କରିଥିଲା । ଜବାବରେ ବିଜୟ ଶଙ୍କର(44) ଏବଂ ବାବା ଅପରାଜିତ(40) ରନ୍‌ ସତ୍ତ୍ବେ ବିଜୟ ଠାରୁ 1 ରନ୍‌ ଦୂରରେ ରହିଥିଲା ତାମିଲନାଡୁ ।