ସୁନ୍ଦରଗଡରୁ ଆଉ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡରୁ ଆଉ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳ ନିଖିଲ୍‌ ପଓ୍ବନ୍‌ କଲ୍ୟାଣ ଏହି ସୂଚନା ପ୍ରଦାନ କରିଛନ୍ତି । ପାଞ୍ଚ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ତିନି ଜଣ ମହିଳା ରହିଛନ୍ତି । ସମସ୍ତେ ମହାରାଷ୍ଟ୍ର ଫେରନ୍ତା ଏବଂ କ୍ବାରେଣ୍ଟିନ୍‌ରେ ରହିଥିଲେ । ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା ସ୍ଥିତ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଲାଞ୍ଚ ମାଗି ଚାକିରିରୁ ନିଲମ୍ବିତ ହେଲେ ଦୁଇ ଶିକ୍ଷକ

ଲାଞ୍ଚ ମାଗି ଚାକିରିରୁ ନିଲମ୍ବିତ ହୋଇଛନ୍ତି ଦୁଇ ଶିକ୍ଷକ । ଘଟଣାଟି ଘଟିଛି ସୁନ୍ଦରଗଡର ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ । ଚାକିରି ପାଇଁ ଲାଞ୍ଚ ଦାବି କରି ସ୍କୁଲ ଅଧ୍ୟକ୍ଷ ବିଜୟ ବଡାଇକ ଏବଂ କ୍ରୀଡା ଶିକ୍ଷକ ଅମର ଅନନ୍ତ ପଟ୍ଟନାୟକ ନିଲମ୍ବିତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବିଦ୍ୟାଳୟରେ ପାଚିକା ଭାବରେ କାମ କରୁଥିବା ମହିଳାଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ଉକ୍ତ ଚାକିରି ଦାବି କରିଥିଲେ ତାଙ୍କ ଝିଅ । ଅଧ୍ୟକ୍ଷ ଏବଂ କ୍ରୀଡା ଶିକ୍ଷକ ଯୁବତୀଙ୍କୁ ଲାଞ୍ଚ ମାଗିବାର ଭିଡିଓ ମିଳିବା ପରେ ଉଭୟ ଶିକ୍ଷକଙ୍କୁ ବହିଷ୍କାର କରାଯାଇଛି ।

ସୁନ୍ଦରଗଡରେ ଟ୍ରକ୍‌-ବାଇକ୍ ଦୁର୍ଘଟଣା : 3 ମୃତ

ସୁନ୍ଦରଗଡରେ ଏକ ଟ୍ରକ୍‌ ଏବଂ ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି 3 ଜଣଙ୍କର ପ୍ରାଣହାନି ଘଟିଛି । ଏକ ଟ୍ରକ୍‌କୁ ପଛପଟୁ ପିଟିବାରୁ ତିନି ବାଇକ୍‌ ଆରୋହୀଙ୍କ ପ୍ରାଣହାନି ଘଟିଛି । ତଳସରା ଥାନା ଅନ୍ତର୍ଗତ କୁହ୍ଲିଆଜ ପାଖରେ ଗତକାଲି ବିଳମ୍ବିତ ରାତ୍ରରେ ଏହି ଦୁର୍ଘଟଣା ଘଟିଥିଲା । ନିକଟସ୍ଥ ଗାଁରୁ ଭୋଜି ଖାଇ ଫେରୁଥିବା 3 ଜଣ ବ୍ୟକ୍ତିଙ୍କ ବାଇକ୍‌ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ୍‌କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତିନି ଜଣଙ୍କର ପ୍ରାଣହାନି ଘଟିଥିଲା ।

Lotus will bloom in Odisha, says Modi on BJP foundation day

Addressing the Vijay Sankalp Samavesh in Odisha’s Sundargarh today, Prime Minister Modi greeted BJP workers on the occasion of its foundation day and claimed that the party will come to power this time in the state. Thanking its cadres and reminding them of the struggles of the founders in previous decades, he exuded confidence that India will witness a change and it will begin from Odisha.