ଏୟାର ଇଣ୍ଡିଆ ବିକ୍ରି ବିରୋଧରେ କୋର୍ଟ ଯିବେ ସ୍ବାମୀ!

ସରକାରୀ ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆର ବିକ୍ରିକୁ ବିରୋଧୀ ଦଳଙ୍କ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ । ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆର 100 ପ୍ରତିଶତ ବିକ୍ରୟ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ବିରୋଧରେ କୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ବାମୀ । ସରକାରଙ୍କ ଏହି ପ୍ରକ୍ରିୟାକୁ ଦେଶ ବିରୋଧୀ ବୋଲି ଅଭିହିତ କରିଛନ୍ତି । ଯଦି ସରକାର ଏହି ନିଷ୍ପତ୍ତି ପରିବର୍ତ୍ତନ ନକରନ୍ତି ତେବେ ମୁଁ କୋର୍ଟ ଯିବାକୁ ବାଧ୍ୟ ହେବି ବୋଲି ସ୍ବାମୀ କହିଛନ୍ତି ।

ଶାହିନ୍‌ବାଗ୍‌ ପ୍ରତିବାଦକାରୀଙ୍କୁ ହଟାଇବା ପାଇଁ ସ୍ବାମୀଙ୍କ ନୂତନ ଆଇଡିଆ

ସିଏଏ ଏବଂ ଏନ୍‌ଆରସି ପ୍ରତିବାଦରେ ନୂଆଦିଲ୍ଲୀର ଶାହିନବାଗରେ ସଙ୍ଗଠିତ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଏକ ଆଇଡିଆ ଦେଇଛନ୍ତି ବିଜେପି ସାାଂସଦ ସୁବ୍ରମଣ୍ୟମ ସ୍ବାମୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଆଇଡିଆ ପ୍ରଣୟନ କରିବାକୁ ଅନୁରୋଧ କରିଛନ୍ତି । ଶାହିନବାଗ ପ୍ରତିବାଦକାରୀଙ୍କ କାରଣରୁ ସାଧାରଣ ଲୋକଙ୍କ ଜୀବନଯାତ୍ରା ବ୍ୟାହାତ ହେଉଛି । ରାତି ଅଧିଆ ପ୍ରଦର୍ଶନକାରୀଙ୍କୁ ଏକ ଖୋଲାସ୍ଥାନକୁ ନେଇ ଛାଡି ଦିଆଯାଉ ଏବଂ ସେମାନଙ୍କ ପାଇଁ ଅସ୍ଥାୟୀ ଟେଣ୍ଟ ମଧ୍ୟ ନିର୍ମାଣ କରାଯାଉ ବୋଲି ସ୍ବାମୀ କହିଛନ୍ତି ।

ଅର୍ଥନୀତିରେ ସୁଧାର ନଆସିଲେ ବିଜେପି ମୁକ୍ତ ଭାରତ ସମ୍ଭବ : ସ୍ବାମୀ

ଝାରଖଣ୍ଡରେ ବିଜେପିର ପରିଚୟ ନେଇ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ମତ ରଖିଛନ୍ତି । ବିଜେପି ସର୍ବଦା କଂଗ୍ରେସ ମୁକ୍ତ ଭାରତ ସମ୍ପର୍କରେ ଆଲୋଚନା କରୁଥିବା ବେଳେ ପ୍ରଥମ ଥର ପାଇଁ କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳ ପକ୍ଷରୁ ବିଜେପି ମୁକ୍ତ ଭାରତର ନାରା ଦିଆଯାଇଛି । ଯଦି କେନ୍ଦ୍ର ସରକାର ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାରଙ୍କୁ କିଛି କଡା ପଦକ୍ଷେପ ଗ୍ରହଣ କରିବାକୁ ପଡିବ ନଚେତ୍‌ କଂଗ୍ରେସର ନାରା ସଫଳ ହେବାରେ ସମୟ ଲାଗିବ ନାହିଁ ବୋଲି ସ୍ବାମୀ କହିଛନ୍ତି ।

ଅର୍ଥନୀତି ଜାଣିନାହାନ୍ତି ନିର୍ମଳା ସୀତାରମଣ : ସୁବ୍ରମଣ୍ୟମ ସ୍ବାମୀ

ଦେଶର ଜିଡିପିରେ ହ୍ରାସ ଘଟିବା ନେଇ ସମାଲୋଚନାର ଶରବ୍ୟ ହେଉଥିବା ମୋଦି ସରକାରଙ୍କୁ ବର୍ତ୍ତମାନ ନିଜ ଦଳର ସଦସ୍ୟଙ୍କ ଆକ୍ରମଣର ସମ୍ମୁଖୀନ ହେବାକୁ ପଡୁଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ତଥା ଅର୍ଥନୀତିଜ୍ଞ ସୁବ୍ରମଣ୍ୟମ ସ୍ବାମୀ । ନିର୍ମଳା ସୀତାରମଣଙ୍କୁ ଅର୍ଥନୀତି ଜଣାନାହିଁ ବୋଲି ଅଭିଯୋଗ କରିଛନ୍ତି ସ୍ବାମୀ । ହାଭାର୍ଡ ବିଶ୍ବବିଦ୍ୟାଳୟର ଅର୍ଥନୀତିଜ୍ଞ ସ୍ବାମୀ ଗୋଟିଏ ଦିନ ପୂର୍ବରୁ ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ବାସ୍ତବରେ ଜିଡିପି 1.5ରୁ 2 ପ୍ରତିଶତ ରହିଛି ବୋଲି ସ୍ବାମୀ କହିଥିଲେ ।

ଇମ୍ରାନ୍‌ ହେଉଛନ୍ତି ପାକ୍‌ସେନାର ‘ଟେପ୍‌ ରେକର୍ଡର୍‌’ : ସୁବ୍ରମଣ୍ୟମ୍‌ ସ୍ଵାମୀ

ବିଜେପିର ନେତା ସୁବ୍ରମଣ୍ୟମ୍‌ ସ୍ଵାମୀ  ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ପାକ୍‌ସେନାର ଟେପରେକର୍ଡର ବୋଲି କହିଛନ୍ତି । ତେଣୁ ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ଯଦି କଥାବାର୍ତ୍ତା କରିବାକୁ ପଡ଼େ ତେବେ ଇମ୍ରାନ୍‌ଙ୍କ ସହ ନୁହେଁ ବରଂ ପାକ୍‌ସେନାଧିକାରୀଙ୍କ ସହିତ କରିବା କଥା । କାରଣ ଇମ୍ରାନ୍‌ ପାକ୍‌ ସେନାଧିକାରୀଙ୍କ ବୟାନକୁ ହିଁ କହିଥା’ନ୍ତି । ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନକୁ ପାକିସ୍ତାନର ଭାରତକୁ ଫେରାଇବାରେ ପାକିସ୍ତାନ କୌଣସି ବନ୍ଧୁତ୍ଵପୂର୍ଣ୍ଣ ଆଚରଣ ଅଥବା ଶାନ୍ତିର ବାର୍ତ୍ତା ନେଇ କରିନାହିଁ । ପରନ୍ତୁ ଏହା ସେ ସୌଦି ଆରବର ଚାପରେ କରିଛି ବୋଲି କହିଛନ୍ତି ସ୍ଵାମୀ ।