ସାବତ ବାପାକୁ ଗୁଳି କରି ହତ୍ୟା କଲା ଦଶମ ଶ୍ରେଣୀ ଛାତ୍ର

ଉତ୍ତର ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ନିଜ ସାବତ ବାପାକୁ ଗୁଳି କରି ହତ୍ୟା କରିଛି ଜଣେ ଦଶମ ଶ୍ରେଣୀ ଛାତ୍ର । ସୁଲତାନପୁର ଅଞ୍ଚଳର କାଦିପୁର ଥାନା ଅଞ୍ଚଳରେ ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି । ବୁଧବାର ପିଲାଟିର ମା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତଙ୍କ ପିତାର ମୃତ୍ୟୁ ବର୍ଷେ ତଳେ ହୋଇଥିବା ବେଳେ କିଛିମାସ ହେବ ମହିଳା ଜଣକ ଦ୍ବିତୀୟ ବିବାହ କରିଥିଲେ ।