ମଧ୍ୟପ୍ରଦେଶ ସଙ୍କଟ : ଆସ୍ଥା ଭୋଟକୁ ନେଇ ସସପେନ୍ସ ଜାରି

ମଧ୍ୟପ୍ରଦେଶର ରେଜନୈତିକ ସଙ୍କଟ ସମୟରେ ଆସ୍ଥା ଭୋଟକୁ ନେଇ କୌଣସି ମତ ଦେବାକୁ ମନା କରିଛନ୍ତି ମଧ୍ୟପ୍ରଦେଶ ବାଚସ୍ପତି । ଗତକାଲି ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ୍‌ 16 ତାରିଖରେ ଆସ୍ଥା ଭୋଟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ସାକ୍ଷାତକାର ସମୟରେ ବାଚସ୍ପତି ନୀରବତା ଅବଲମ୍ବନ କରିଛନ୍ତି । ଆସ୍ଥା ଭୋଟ ସମ୍ପର୍କରେ ଆସନ୍ତା କାଲି ଜଣାପଡିବ ବୋଲି କହିବା ସହିତ ଏହା ଉପରେ ଲାଗି ରହିଥିବା ସସ୍‌ପେନ୍ସ ରଖିଛନ୍ତି ବାଚସ୍ପତି ନର୍ମଦା ପ୍ରସାଦ ।

ସିଏଏରେ ପରିବର୍ତ୍ତନ ରାଜ୍ୟ ସରକାରଙ୍କ କ୍ଷମତାର ବାହାରେ : ସି ପି ଯୋଶୀ

ସିଏଏକୁ ନେଇ ଏକ ବଡ ବୟାନ ଦେଇଛନ୍ତି ରାଜସ୍ଥାନ ବିଧାନସଭାର ବାଚସ୍ପତି ସିପି ଯୋଶୀ । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନ୍‌ ପ୍ରଣୟନ କରାଯାଇଥିବା ବେଳେ ଏହାକୁ ରାଜସ୍ଥାନ ବାଚସ୍ପତି ବିରୋଧ କରିଛନ୍ତି । ଭାରତ ଏକ ସଂଘୀୟ ରାଷ୍ଟ୍ର ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ଆଇନ୍‌କୁ ମାନିବା ଉଚିତ୍‌ । କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ ପ୍ରଣୟନ କରିଛନ୍ତି ଏବଂ ରାଜ୍ୟ ସରକାର ଏହାକୁ ମାନିବା ଉଚିତ୍‌ ।