ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ର ଦୂରାବସ୍ଥା ନେଇ ସରକାରଙ୍କୁ ପ୍ରିୟଙ୍କାଙ୍କ ସମାଲୋଚନା

ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ ଶ୍ରମିକଙ୍କ ଦୂରାବସ୍ଥା ନେଇ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ । ଦେଶରେ ଚାଲୁଥିବା ବିଭିନ୍ନ ଶ୍ରମିକ ଟ୍ରେନ୍‌ ମଧ୍ୟରୁ 40 ପ୍ରତିଶତ ଟ୍ରେନ୍‌ ବିଳମ୍ବରେ ଚାଲୁଛି । ଏପରି ଅବ୍ୟବସ୍ଥା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ 80 ଜଣ ଶ୍ରମିକ ପ୍ରାଣ ହରାଇଲେଣି । ଅସୁସ୍ଥ ଲୋକ ଯାତ୍ର ନକରିବା ପାଇଁ ସରକାରଙ୍କ ବେପରୁଆ ବୟାନ ଗ୍ରହଣୀୟ ନୁହେଁ ବୋଲି ପ୍ରିୟଙ୍କା କହିଛନ୍ତି ।

ପୁଣି ଥରେ ଚେନ୍‌ ଟାଣି ଓହ୍ଲାଇଲେ 500 ପ୍ରବାସୀ ଶ୍ରମିକ

ପୁଣି ଥରେ ଚେନ୍‌ଟାଣି ଟ୍ରେନ୍‌ରୁ ଓହ୍ଲାଇଛନ୍ତି ପ୍ରବାସୀ। ଝାରଖଣ୍ଡର ବୋକାରୋରେ ଏହି ଘଟଣା ଘଟିଛି। ରାଉରକେଲାରୁ 100 କିମି ଦୂର ଝାରଖଣ୍ଡର କାନାରାଓ୍ବାଁ ଷ୍ଟେସନ୍‌ରେ ଏହି ପ୍ରବାସୀ ମାନେ ଓହ୍ଲାଇଛନ୍ତି। କୋହ୍ଲାପୁରରୁ ବୋକାରୋ ଆସୁଥିବା ଶ୍ରମିକ ସ୍ପେସାଲ ଟ୍ରେନ୍‌ରେ ଏହି ଘଟଣା ଘଟିଛି । ଟ୍ରେନ୍‌ଟି ଓଡିଶାରେ ନ ରହିବାରୁ ପ୍ରବାସୀ ମାନେ ଚେନ୍‌ ଟାଣି ଟ୍ରେନ୍‌ରୁ ଓହ୍ଲାଇଥିଲେ। ଆଜିର ଦିନରେ ଏହା ଦ୍ବିତୀୟ ଘଟଣା ସକାଳେ ନୂଆପଡାରେ ମଧ୍ୟ 200 ଶ୍ରମିକ ଚେନ୍‌ ଟାଣି ଓହ୍ଲାଇଥିଲେ।