ମନ୍‌ କି ବାତ୍‌କୁ ପଛରେ ପକାଇଲା ଜନ୍‌ କୀ ବାତ୍‌ : ଉଦ୍ଧବ ଠାକ୍‌ରେ

ଦିଲ୍ଲୀ ନିର୍ବାଚନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । କେଜ୍ରିଓ୍ବାଲଙ୍କୁ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି । ମନ୍‌ କୀ ବାତ୍‌କୁ ଜନ୍‌ କୀ ବାତ୍‌ ପଛରେ ପକାଇ ଦେଇଛି ବୋଲି ଉଦ୍ଧବ ପ୍ରକାଶ ଦେଇଛନ୍ତି । ମନ୍‌ କୀ ବାତ୍‌ ଦେଶରେ ଏହାର ଲୋକପ୍ରିୟତା ହରାଇ ସାରିଛି ଏବଂ କେଜ୍ରିଓ୍ବାଲଙ୍କ ଜନ୍‌ କୀ ବାତକୁ ଲୋକ ଗ୍ରହଣ କରିଛନ୍ତି ବୋଲି ଉଦ୍ଧବ ପ୍ରକାଶ କରିଛନ୍ତି । ବିଜେପି ଦେଶରେ ବିଭାଜନର ରାଜନୀତି କରୁଥିବା ବେଳେ ଜନତା ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

We thank PM, Ram temple is priority: Shiv Sena

Shiv Sena has welcomed the decision to form a trust for the construction of Ram temple in Ayodhya. Sena MP Arvind Sawant on Wednesday said that the construction of the temple is a priority.   Sawant said, “we welcome the Prime Minister’s decision. It was Bala Sahib Thackeray’s dream. He always emphasised that Ram temple should be built in Ayodhya.

ହିନ୍ଦୁତ୍ବ ପ୍ରସଙ୍ଗକୁ ଫେରିଲା ଶିବସେନାର : ମୁସ୍‌ଲିମ୍‌ ଅନୁପ୍ରବେଶକାରୀଙ୍କ ପ୍ରତ୍ୟର୍ପଣକୁ ସମର୍ଥନ

ପୁଣି ହିନ୍ଦୁତ୍ବକୁ ପ୍ରସଙ୍ଗ କଲା ଶିବସେନା । ଗୋଟିଏ ପଟରେ ଦଳ ପକ୍ଷରୁ ସିଏଏ ଏବଂ ଏନ୍‌ଆରସିକୁ ନେଇ ବିରୋଧାଭାସ ଦେଖାଉଥିବା ବେଳେ ଅନ୍ୟ ପକ୍ଷରେ ବାଂଲାଦେଶୀ ଏବଂ ପାକିସ୍ତାନୀ ମୁସଲିମ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରିବା ପାଇଁ ଦଳର ମୁଖପତ୍ର ସାମ୍‌ନାରେ ଉଲ୍ଲେଖ କରାଯାଇଛି । ରାଜ୍‌ ଠାକ୍‌ରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ହିନ୍ଦୁତ୍ବକୁ ପ୍ରସଙ୍ଗ କରାଯାଉଥିବାରୁ ଶିବସେନା ପୁନର୍ବାର ହିନ୍ଦୁତ୍ବକୁ ପ୍ରସଙ୍ଗ କରିଛି । ଏହା ସହିତ ସାମ୍‌ନାରେ ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ୍‌ ଠାକ୍‌ରେଙ୍କୁ ମଧ୍ୟ ସାମ୍‌ନାରେ ସମାଲୋଚନା କରାଯାଇଛି ।

2014ରେ ମଧ୍ୟ ଶିବସେନା କଂଗ୍ରେସର ସହାୟତା ମାଗିଥିଲା : ପୃଥ୍ବୀରାଜ

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଇନ୍ଦିରା ଗାନ୍ଧୀ ମନ୍ତବ୍ୟ ପରେ ମହା ବିକାଶ ଅଘାଡିର ବିବାଦ ସାମ୍‌ନାକୁ ଆସିଛି । ମହା ବିକାଶ ଅଘାଡିର ସହଯୋଗୀ ଦଳ କଂଗ୍ରେସ ଏବଂ ଶିବସେନା ପରସ୍ପରକୁ ଦୋଷାରୋପ କରୁଛନ୍ତି । 2014ରେ ମଧ୍ୟ ସରକାର ଗଠନ ପାଇଁ ଶିବସେନା ପକ୍ଷରୁ କଂଗ୍ରେସର ସହାୟତା ମଗା ଯାଇଥିଲା ବୋଲି ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚଭନ କହିଛନ୍ତି । 2014ରେ ବିଜେପିକୁ କ୍ଷମତାରୁ ଦୂରେଇବା ପାଇଁ ଶିବସେନା ଏନ୍‌ସିପି ଜରିଆରେ ପ୍ରସ୍ତାବ ଦେଇଥିଲା ମାତ୍ର ମୁଁ ତୁରନ୍ତ ଉକ୍ତ ପ୍ରସ୍ତାବକୁ ଖାରଜ କରି ଦେଇଥିଲି ବୋଲି ଚଭନ କହିଛନ୍ତି ।

Goa may slip away from BJP’s hold: Sanjay Raut

ShivSena MP Sanjay Raut on Friday predicted that after Maharashtra, there could “be a miracle” and a potential political earthquake in the Bharatiya Janata Party-ruled Goa soon. “At least four MLAs, including those with Goa Forward Party President Vijay Sardesai are in contact with Shiv Sena. “We plan to form a separate front in that state with various parties, including Congress said Raut.

ଆସନ୍ତା କାଲି ମହାରାଷ୍ଟ୍ରର ମହା ରାୟ

ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲାର ବିଚାର ସରିଛି । ଆସନ୍ତା କାଲି ଏହି ମାମଲାର ରାୟ ପ୍ରକାଶ ପାଇବ ବୋଲି ଜଣାପଡିଛି । ଶିବସେନା-କଂଗ୍ରେସ-ଏନସିପି ପକ୍ଷରୁ ଦାୟର କରାଯାଇଥିବା ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ମାମଲାର ବିଚାର ଶେଷ କରିବା ସହିତ ରାୟ ସଂରକ୍ଷଣ କରିଛନ୍ତି । ଆସନ୍ତା କାଲି ସକାଳ 10.30ରେ ଏହି ମାମଲାର ରାୟ ପ୍ରକାଶ ପାଇବ । ଶିବସେନା ପାଇଁ କପିଲ ଶିବଲ, କଂଗ୍ରେସ-ଏନସିପି ପକ୍ଷରୁ ଅଭିଷେକ ମନୁ ସିଂଙ୍ଘଭୀ ଏବଂ ବିଜେପି ପକ୍ଷରୁ ମୁକୁଲ ରୋହତଗୀ ମକଦ୍ଦମା ଲଢିଥିଲେ ।

ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଲେ ଶିବସେନା-କଂଗ୍ରେସ-ଏନସିପି ବିଧାୟକ ଦଳ

ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ଶିବସେନା-କଂଗ୍ରେସ-ଏନସିପି ବିଧାୟକ ଦଳ ନେତା ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଛନ୍ତି । ସରକାର ଗଢ଼ିବାକୁ ବହୁମତ ପରୀକ୍ଷଣ ଲାଗି ଏହି 3 ଦଳ ଦାବି କରୁଛନ୍ତି । ସୁପ୍ରିମକୋର୍ଟଙ୍କ 3 ଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗ ଉପରେ ଶୁଣାଣି କରୁଛନ୍ତି । ଶିବସେନା ପାଇଁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ମାମଲା ଲଢ଼ୁଥିବାବେଳେ କଂଗ୍ରେସ-ଏନସିପି ପକ୍ଷରୁ ଅଭିଷେକ ମନୁ ସିଂଙ୍ଘୱୀ ଏବଂ ବିଜେପି ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ମକଦ୍ଦମା ଲଢ଼ୁଛନ୍ତି ।

ଶପଥ ଗ୍ରହଣ ପରେ ଶିବସେନାକୁ ଫଡନବିସ୍‌ଙ୍କ ସମାଲୋଚନା

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଶିବସେନାକୁ ସମାଲୋଚନା କରିଛନ୍ତି ଦେବେନ୍ଦ୍ର ଫଡନବିସ୍‌ । ଶପଥ ଗ୍ରହଣପରେ ଫଡ୍‌ନବିସ୍‌ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ଜନତା ସ୍ପଷ୍ଟ ବହୁମତ ଦେଇଥିଲେ, ସେମାନଙ୍କୁ ସମ୍ମାନ ଦେବା ଉଚିତ୍ । ମାତ୍ର ଶିବସେନା ପକ୍ଷରୁ ଜନାଦେଶର ଅବମାନନା କରାଯାଇଛି ଏବଂ ବର୍ତ୍ତମାନର ପରସ୍ଥିତି ପାଇଁ ଶିବସେନା ଦାୟୀ ବୋଲି ଫଡନବିସ୍‌ କହିଛନ୍ତି । ଶପଥ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫଡନବିସ୍‌ ଏବଂ ପଓ୍ବାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।