ଭୁବନେଶ୍ୱରରେ ପୁଣି ସେକ୍ସ ରାକେଟ୍ ଚେର ଲମ୍ବିବାରେ ଲାଗିଛି । ଖଣ୍ଡଗିରିର ଏମ୍ସ ନଗରର ଏକ ହୋଟେଲ୍ରରେ ଚଢାଉ କରି ପୋଲିସ 2 ଦଲାଲଙ୍କ ସମେତ 6 ଜଣଙ୍କୁ ଗିରଫ କରିଛି । ଏହା ସହିତ 6 ଜଣ ବଙ୍ଗୀୟ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ମାଷ୍ଟରମାଇଣ୍ଡ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ୍ ଆପତ୍ତିଜନକ ସାମଗ୍ରୀ ସହ ଟଙ୍କା ମଧ୍ୟ ଜବତ କରିଛି । ଏହି ଘଟଣା ସହ ନିଜର ସମ୍ପୃକ୍ତିକୁ ହୋଟେଲ ମାଲିକ ଅସ୍ବୀକାର କରିଛନ୍ତି ।