ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ : ଧୂଆଁ ମଧ୍ୟରେ ଆୟୋଜିତ ହେବ ଅଷ୍ଟ୍ରେଲିଆନ୍‌ ଓପନ୍‌

ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ପ୍ରଭାବରେ ସମଗ୍ର ଅଷ୍ଟ୍ରେଲିଆ ପ୍ରଭାବିତ ହୋଇଥିବା ବେଳେ ବର୍ଷର ପ୍ରଥମ ଟେନିସ୍‌ ଗ୍ରାଣ୍ଡସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ର ଆୟୋଜନ ନେଇ ସନ୍ଦେହ ଦେଖାଦେଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁୟାରୀ 20ରୁ ଫେବୃୟାରୀ 2 ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବା ନେଇ ରବିବାର ସ୍ପଷ୍ଟ କରାଯାଇଛି । ଏହା ସହିତ ରୋଜର ଫେଡେରର, ରାଫେଲ ନାଦାଲ ଏବଂ ସେରେନା ଓ୍ବିଲିୟମ୍ସଙ୍କ ପରି ବଡ ଖେଳାଳିଙ୍କୁ ନେଇ ପ୍ରଦର୍ଶନୀ ମ୍ୟାଚ୍‌ ଖେଳାଯିବ ।

ଅକଲାଣ୍ଡ ଓପନ୍‌ : ଏକତ୍ର ଖେଳିବେ ଓ୍ବୋଜ୍‌ନିଆକି-ସେରେନା

ଅକଲାଣ୍ଡ ଓପନ ଟେନିସ ଟୁର୍ଣ୍ଣାମେଣ୍ଟରେ ଶେଷଥର ପାଇଁ ଏକତ୍ର ନଜର ଆସିବାକୁ ଯାଉଛନ୍ତି ଦୁଇ ପୂର୍ବତନ ଏକ ନମ୍ବର ଖେଳାଳି କାରୋଲିନ୍‌ ଓଜ୍‌ନିଆକି ଏବଂ ସେରେନା ଓ୍ବିଲିୟମ୍ସ । କ୍ୟାରିୟରର ଅନ୍ତିମ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ଓ୍ବୋଜ୍‌ନିଆକିଙ୍କ ଘନିଷ୍ଠ ବନ୍ଧୁ ସେରେନା ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ ସବୁଜ ସଙ୍କେତ ଦେଇଛନ୍ତି । 2017ରେ ଡେଭିଡ୍‌ ଲିଙ୍କୁ ବିବାହ ଏକ ବର୍ଷ ପାଇଁ କୋର୍ଟରୁ ଦୂରେଇ ରହିଥିବା ପୂର୍ବତନ ଏକ ନମ୍ବର ଖେଳାଳି ଓ୍ବୋଜ୍‌ନିଆକି 2018ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ବିଜୟୀ ହେବା ପରେ ରୁମାଟଏଡ ଆର୍ଥାଇଟ୍ରିସ୍‌ରେ ପୀଡିତ ହୋଇ ଅବସର ନେଇଥିଲେ ।