ଦେଶରେ କରୋନା ସଙ୍କଟ ସମୟରେ ଦେଶବାସୀଙ୍କୁ କ୍ରିକେଟର ଏବଂ ଫିଲ୍ମତାରକାଙ୍କ ପକ୍ଷରୁ ସହାୟତାର ହାତ ବଢାଯାଇଥିଲା । ଏହି ତାଲିକାରେ ଦୁଇ ଯୁବ କ୍ରିକେଟର ସାମିଲ ହେବା ସହିତ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଦୁଇ କ୍ରିକେଟର ହେଉଛନ୍ତି ସର୍ଫରାଜ ଖାନ୍ ଏବଂ ଯଶସ୍ବୀ ଜୟସ୍ବାଲ । ସର୍ଫରାଜ୍ ଚଳିତ ବର୍ଷ ଇଦ୍ ପାଳନ ନକରି ପ୍ରବାସୀଙ୍କୁ ସହାୟତା କରିବାର ନିଷ୍ପତ୍ତି ନେଇଥିବା ବେଳେ ଜୟସ୍ବାଲ ମଧ୍ୟ ସମାନ ଭାବରେ ପ୍ରବାସୀଙ୍କ ସହାୟତା ପାଇଁ ହାତ ବଢାଇଛନ୍ତି ।