Live101 teams up with Meet Bros to launch first live entertainer on demand platform

Live101 and Meet Bros have come together to launch a one-of-its-kind marketplace platform to book live entertainers for any event or occasion in India. The platform will help cut down the daunting process of hiring a live artist with utter ease. With Meet Bros onboard as partners, they will help manage, mentor and curate the right talent for every budget.

 

Congress in Goa may move court against defection by its 10 MLAs

Goa Congress may knock the door of judiciary after proper studay of the manner in which its ten rebel MLAs quit party and joined ruling Bharatiya Janata Party (BJP) last week. Addressing a press conference at party state headquarters in the city, Goa Pradesh Congress Committee (GPCC) President Girish Chodankar said the party was considering moving court after studying the matter.

ବିଧାୟକ ପଦରୁ ଇସ୍ତଫା ଦେଲେ ରାଧାକୃଷ୍ଣ ବିଖେ ପାଟିଲ

ଲୋକସଭା ନିର୍ବାଚନର ପରାଜୟ ପରେ କଂଗ୍ରେସର ବହୁ ତୁଙ୍ଗ ନେତା ଇସ୍ତଫା ଦେଉଛନ୍ତି। ଏହି କ୍ରମରେ ସାମିଲ୍‌ ହୋଇଛନ୍ତି କଂଗ୍ରେସ ବିଧାୟକ ରାଧାକୃଷ୍ଣ ବିଖେ ପାଟିଲ୍‌। ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ରାଧାକୃଷ୍ଣ ବିଖେ ପାଟିଲ ମଙ୍ଗଳବାର ଦିନ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ସମୟରେ ସେ କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ସେ ପ୍ରଚାର କରିନାହାଁନ୍ତି। ଦଳ ହାଇକମାଣ୍ଡଙ୍କ ସହ ତାଙ୍କର ସେମିତି କୌଣସି ମନୋମାଳିନ୍ୟ ମଧ୍ୟ ନାହିଁ। ବରଂ ଦଳ ତାଙ୍କୁ ବିରୋଧୀ ଦଳର ନେତା ଭାବେ ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ଏବେ ପରିସ୍ଥିତିକୁ ଦେଖି ସେ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି।

ସିରିୟାରେ ବିସ୍ଫୋରଣ : ୧୪ ମୃତ

ରବିବାର ଦିନ ସିରିୟାରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ୧୪ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଏଥିରେ ୨୮ ଜଣ ଗୁରୁତର ହୋଇଛନ୍ତି। ସିରିୟାର ଉତ୍ତର-ପଶ୍ଚିମ ସହର ଆଜାଜରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ଏକ କାର ଫୁଟିବାର ୧୪ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଅନ୍ୟ ୨୮ ଜଣ ଲୋକ ଆହତ ହୋଇଥିବା ସ୍ଥାନୀୟ ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି। ସମସ୍ତ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି।

ସୋପିଆଁରେ ଏନ୍‌କାଉଣ୍ଟର : ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ କାଶ୍ମୀରର ସୋପିଆଁରେ ପୋଲିସ୍ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏହି ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସୋମବାର ସକାଳୁ ଦକ୍ଷିଣ କାଶ୍ମୀରର ସୋପିଆଁରେ ଏହି ଏନ୍‌କାଉଣ୍ଟର ଘଟିଥିଲା। ପୋଲିସ୍‌ର ସୂଚନା ଅନୁଯାୟୀ, ପୋଲିସ୍‌ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ ମୂଲୁ ଚିତ୍ରଗାମରେ ଆତଙ୍କୀ ମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ପାଲଟା ଗୁଳିଚାଳନାରେ ଆତଙ୍କୀ ନିହତ ହୋଇଥିଲେ। ସୂଚନାଯୋଗ୍ୟ ଯେ, କାଶ୍ମୀର ଉପତ୍ୟାକାରେ ନିହତ ହେଉଥିବା ୭୫ ପ୍ରତିଶତ ଲୋକ ସ୍ଥାନୀୟ ବୋଲି ଜଣାପଡିଛି। ଦୁଇ ନିହତଙ୍କ ମରଶରୀରର ସନ୍ଧାନ କରୁଛି ପୋଲିସ୍‌।

ସ୍ମୃତି ଇରାନୀଙ୍କ ନାମାଙ୍କନ ପତ୍ର ଦାଖଲ

ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଜି ଆମେଥିରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ନିଜର ନାମାଙ୍କନ ଦାଖଲ କରିଥିବା ଶ୍ରୀମତି ଇରାନୀ ନାମାଙ୍କନ ପୂର୍ବରୁ ପୂଜାର୍ଚ୍ଚନା କରିଥିଲେ। ସ୍ମୃତିଙ୍କ ସହିତ ନାମାଙ୍କନ ଦାଖଲ ସମୟରେ ତାଙ୍କ ପତି ଜୁବିନ୍‌ ଇରାନୀ ଉପସ୍ଥିତ ଥିଲେ। ଚଳିତ ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମେ ୬ ତାରିଖରେ ଆମେଥିରେ ନିର୍ବାଚନ ଅନୁଷ୍ଠିତ ହେବ। ଗତ ୨୦୧୪ ନିର୍ବାଚନରେ ସମାନ ଆସନରୁ ରାହୁଲ ସ୍ମୃତିଙ୍କୁ ୧ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।

ଚାରା ଦୁର୍ନୀତି ମାମଲା : ଲାଲୁଙ୍କ ଜାମିନ ଆବେଦନ ଖାରଜ

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା। ଚାରା ଦୁର୍ନୀତି ମାମଲା ନେଇ ଜେଲ୍‌ରେ ବନ୍ଦୀ ଥିବା ଲାଲୁ ଗତକାଲି ସର୍ବୋଚ୍ଚ କୋର୍ଟରେ ଜାମିନ ଆବେଦନ କରିଥିଲେ। ସୁପ୍ରିମ୍‌କୋର୍ଟ ଆଜି ଲାଲୁଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଲାଲୁଙ୍କ ମାମଲାକୁ ବରିଷ୍ଠ ଓକିଲ କପିଲ ଶିବଲ ଲଢୁଥିବା ବେଳେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏହି ମାମଲାର ବିଚାର କରିଥିଲେ। ଗତକାଲି ଲାଲୁଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିବା ବେଳେ ସିବିଆଇ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା।

ବନ୍ଧୁକ ରଖିବା ମାମଲାରେ ପୂର୍ବ କର୍ପୋରେଟର ଗିରଫ

ବନ୍ଧୁକ ରଖିବା ଅଭିଯୋଗରେ ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ବାଳଙ୍କୁ ସ୍ପେଶାଲ ଫ୍ଲାଇଙ୍ଗ ସ୍କ୍ବାଡ ଗିରଫ କରିଛି। ବିଜେଡିର ଏହି ପୂର୍ବତନ କର୍ପୋରେଟର ପୁଣି ଗିରଫ ହୋଇଛନ୍ତି। ରଞ୍ଜିତାଙ୍କୁ ସ୍ପେଶାଲ ସ୍କ୍ବାଡ ଗିରଫ କରିଛି। ତାଙ୍କ ନିକଟରୁ ବନ୍ଧୁକ ଜବତ ହୋଇଛି। ସୂଚନାଯୋଗ୍ୟ ଯେ, ରଞ୍ଜିତା ପୂର୍ବରୁ ଡି ବ୍ରଦର୍ସ ଲିଙ୍କରେ ପ୍ରାୟ ୧ ବର୍ଷ ପୂର୍ବରୁ ଗିରଫ ହୋଇଥିଲେ। ସେ କିଛି ଦିନ ପୂର୍ବରୁ ଜାମିନରେ ଆସିଥିଲେ।

ତିବ୍ଦତ୍‌ର ନିର୍ବାସିତ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ଅସୁସ୍ଥ

ତିବ୍ଦତ୍‌ର ନିର୍ବାସିତ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ଅସୁସ୍ଥ ହୋଇପଡ଼ିଛନ୍ତି। ଛାତିରେ ସଂକ୍ରମଣ ହୋଇଥିବା ଯୋଗୁଁ  ମଙ୍ଗଳବାର ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ପୂର୍ବରୁ ମଧ୍ୟ ଦଲାଇ ଲାମା ଦିଲ୍ଲୀ ଆସି ନିଜର ଚିକିତ୍ସା କରାଇଥିଲେ। କୁହାଯାଉଛି ଯେ, ମଙ୍ଗଳବାର ହସ୍ପିଟାଲରେ ଭର୍ତ୍ତି ହେବା ପରେ ଡାକ୍ତରମାନେ ତାଙ୍କର କିଛି ପରୀକ୍ଷା କରିଛନ୍ତି, ଯାହାର ରିପୋର୍ଟ ଭଲ ଥିବା ସୂଚନା ମିଳିଛି। ଦଲାଇ ଲାମାଙ୍କ ବ୍ୟକ୍ତିଗତ ସଚିବ ତେନଜିନ ଟକଲା କହିଛନ୍ତି ଯେ, ମଙ୍ଗଳବାର ଧର୍ମଗୁରୁଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା : ରାଫାଲେ ଚୁକ୍ତିର ପୁର୍ନବିଚାର ହେବ

କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା। ରାଫାଲେ ବିମାନ ମାମଲାରେ ଆଗତ ପିଟିସନ୍‌ର ବିଚାର କରି ସର୍ବୋଚ୍ଚ କୋର୍ଟ ମାମଲାର ପୁର୍ନବିଚାର ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରଶାନ୍ତ ଭୂଷଣ, ଅରୁଣ ସୌରୀ ଏବଂ ୟଶଓ୍ବନ୍ତ ସିହ୍ନାଙ୍କ ଯାଚିକାର ବିଚାର କରି ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌ କେ କୌଲ୍‌ ଏବଂ କେଏମ୍‌ ଯୋଶେଫ୍‌ଙ୍କ ନେତୃତ୍ବରେ ଗଠିତ ଖଣ୍‌ଡପୀଠ ଏହି ମାମଲାର ବିଚାର କରିଥିଲେ। ବର୍ତ୍ତମାନ ସର୍ବାେଚ୍ଚ କୋର୍ଟ କେବଳ ବିମାନର ଦର ନୁହେଁ ବରଂ ଅନୀଲ ଅମ୍ବାନୀଙ୍କ କମ୍ପାନୀ ଦାସଲ୍ଟର ନିଯୁକ୍ତି ନେଇ ମଧ୍ୟ ବିଚାର କରାଯିବ ବୋଲି ସୂଚନା ଦେଇଛନ୍ତି।

ଏଫ୍‌ ୩୫-ଏ ବିମାନ ପ୍ରଶାନ୍ତ ମହାସାଗରରେ ଧ୍ବଂସ : ପାଇଲଟ୍‌ ନିଖୋଜ

ଜାପାନ୍‌ର ଏକ ଏଫ୍‌ ୩୫-ଏ ଲଢୁଆ ଯୁଦ୍ଧ ବିମାନ ଅଭ୍ୟାସ ସମୟରେ ପ୍ରଶାନ୍ତ ମହାସାଗରରେ ନିଖୋଜ ହୋଇଛି। ବିମାନଟିର ଧ୍ବଂସାବଶେଷ ପ୍ରଶାନ୍ତ ମହାସାଗରରୁ ମିଳିଥିବା ବେଳେ ପାଇଲଟ୍‌ଙ୍କର କୌଣସି ସୂଚନା ମିଳିପାରିନାହିଁ। ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଟାକେଶୀ ଇଓ୍ବାୟା ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ଜାପାନ୍‌ର ମିସ୍‌ଓ୍ବା ଏୟାର ବେସ୍‌ରୁ ୧୩୫ କିମି ଦୂର ଆଓମୋରି ନିକଟରୁ ମଙ୍ଗମଳବାର ରାତ୍ରରେ ବିମାନର ଧ୍ବଂସାବଶେଷ ମିଳିଥିବା ବେଳେ ପାଇଲଟ୍‌ଙ୍କ ସନ୍ଧାନ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ଏହି ଯୁଦ୍ଧ ଅଭ୍ୟାସରେ ଅନ୍ୟ ତିନୋଟି ବିମାନ ଅଂଶଗ୍ରହଣ କରିଥିଲେ। ବିମାନଟି ଧ୍ବଂସ ହେବା ପରେ ତୁରନ୍ତ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଥିଲା।

ମହିଳା ପ୍ରାର୍ଥୀଙ୍କ ଭାଇରାଲ୍‌ ଭିଡିଓ ପ୍ରସଙ୍ଗ, 2 ଗିରଫ

ନିର୍ବାଚନର ଅବ୍ୟବହତି ପୂର୍ବରୁ କେନ୍ଦୁଝର ଜିଲାରେ ଜଣେ ମହିଳା ପ୍ରାର୍ଥୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ଟାଉନ ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବିଷ୍ଣୁଦତ୍ତ ବାରିକ ଓ ଜୟଦେବ ଗିରି। ସୂଚନାଯୋଗ୍ୟ ଯେ, ମହିଳାଙ୍କ ଭିଡିଓ ଭାଇରାଲ ନେଇ ତାଙ୍କ ମାମୁଁ ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ ମାମଲା ରୁଜୁ ପରେ କାର୍ଯ୍ୟାନୁଷ୍ଠାନ ନେଇଛି।

ଦନ୍ତେଓ୍ଵାଡାରେ ନକ୍ସଲ ଆକ୍ରମଣ , ବିଧାୟକ ମୃତ, ୫ ଯବାନ ସହିଦ

ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେଓ୍ଵାଡାରେ ବିଜେପି ବିଧାୟକଙ୍କ ଗାଡି ଉପରେ ହୋଇଛି ମାଓ ହମଲା। ଏହି ଆକ୍ରମଣରେ ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ମୃତ୍ୟୁ ଘଟିବା ସହିତ ତାଙ୍କ ପିଏସ୍‌ଓ ଓ ୫ଜଣ ଯବାନ ସହିଦ  ହୋଇଛନ୍ତି। ଦନ୍ତେଓ୍ଵାଡା ଛତିଶଗଡ଼ର ବସ୍ତର ଲୋକସଭା କ୍ଷେତ୍ରରେ ରହିଛି। ଏପ୍ରିଲ୍‌ ୧୧ ତାରିଖରେ ଏଠାରେ ମତଦାନ ହେବାକୁ ରହିଛି। ଦନ୍ତେଓ୍ଵାଡାର ନକୁଲନାର ନିକଟରେ ବିଧାୟକ ଭୀମା ମାଣ୍ଡଭିଙ୍କ ଗାଡି ଉପରକୁ ନକ୍ସଲ ଏହି ଆକ୍ରମଣ କରିଛନ୍ତି। ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରି ପୋଲିସ ଭ୍ୟାନକୁ ଉଡ଼ାଇ ଦେଇଛନ୍ତି ନକ୍ସଲ। ଆକ୍ରମଣ ପରେ ଘଟଣାସ୍ଥଳ ତଥା ଆଖପାଖ ଅଞ୍ଚଳକୁ ସିଜ୍ କରି ଦିଆଯାଇଛି।

ହାତ ଛାଡ଼ିଲେ ସୁମିତ୍ରା

ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବାବେଳେ ରାଜ୍ୟକଂଗ୍ରେସରେ କନ୍ଦଳ ତୀବ୍ର ରୂପ ନେଇଛି।  ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସୁମିତ୍ରା ଜେନା। ଟିକେଟ ବଣ୍ଟନକୁ ନେଇ ସୁମିତ୍ରା ଅସନ୍ତୁଷ୍ଟ ଥିଲେ। ସୁମିତ୍ରା ଜେନା ଭଦ୍ରକ ଆସନରୁ ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ଟିକେଟ ମିଳି ନଥିଲା। ଇସ୍ତଫା ଦେବା ପରେ ସୁମିତ୍ରା ଜେନା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବିଷୋଦ୍‌ଗାର କରିଛନ୍ତି।

ଲାଲୁଙ୍କ ଜାମିନ ଆବେଦନ ବିରୋଧରେ ସୁପ୍ରିମ୍‌କୋର୍ଟରେ ସିବିଆଇ

ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନକୁ ବିରୋଧ କରିଛି ସିବିଆଇ। ଚାରା ଘୋଟାଲା ମାମଲାରେ ଅଭିଯୁକ୍ତ ହୋଇ ଜେଲ୍‌ରେ ରହିଥିବା ଲାଲୁ ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନେଇ ଜାମିନ ଆବେଦନ କରିଛନ୍ତି। ଆରଜେଡିର ମୁଖ୍ୟ ଭାବରେ ସେ ନିର୍ବାଚନରେ ଉପସ୍ଥିତ ରହିବା ନିତାନ୍ତ ଆବଶ୍ୟକ ବୋଲି ସର୍ବୋଚ୍ଚ କୋର୍ଟକୁ ଅନୁରୋଧ କରିଛନ୍ତି। ସିବିଆଇ ପ୍ରସାଦଙ୍କ ଜାମିନ ମାମଲାରେ ନିଜର ପକ୍ଷ ରଖି କହିଛି, ଯଦି ଲାଲୁ ଜାମିନରେ ବାହାରକୁ ଯାଆନ୍ତି ତେବେ ରାଜନୈତିକ ପ୍ରସଙ୍ଗରେ ଜଡିତ ହେବା ସହିତ ଜାମିନର ଅନୈତିକ ଫାଇଦା ଉଠାଇବାର ସମ୍ଭାବନା ରହିଛି ବୋଲି କହିଛନ୍ତି।

ନାମାଙ୍କନ ପତ୍ର ଦାଖଲ କଲେ ଶଶିଭୂଷଣ ଓ ଅନୁଭବ

ଏପ୍ରିଲ୍‌ ୧୧ ତାରିଖରୁ ଆରମ୍ଭ ହୋଇଯାଉଛି ଚଳିତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଆଜି ପ୍ରାର୍ଥୀପତ୍ର ନାମାଙ୍କନର ଶେଷଦିବସ। ଆଜି ବିଜେଡ଼ିର ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ଓ ଶଶୀଭୂଷଣ ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଶାଳ ବାଇକ୍‌ ରାଲିରେ ଅନୁଭବ ଓ ଶଶୀଭୂଷଣ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅନୁଭବଙ୍କ ସହ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ମଧ୍ୟ ଉପସ୍ଥିତ ରହିଥିଲେ। ସେହିପରି କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ଟିକେଟ ମିଳିଥିବାବେଳେ ଆଜି ଶଶୀଭୂଷଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ଚନ୍ଦ୍ରବାବୁ ନାଇଡୁ : ଏଚ୍‌. ଡ଼ି. ଦେବେଗୌଡ଼ା

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ଆଞ୍ଚଳିକ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ (ଜେଡିଏସ୍‌) ମୁଖ୍ୟ ଏଚ୍‌.ଡି. ଦେବେଗୌଡ଼ା ଆନ୍ଧ୍ରର କିଷ୍ଣାନଗର ଜିଲ୍ଲାରେ ଏକ ସଭାରେ ଘୋଷଣା କରିଛନ୍ତି। ତିରୁଭୁରୁ ଏବଂ ପରମାରୁରେ ଦୁଇଟି ନିର୍ବାଚନୀ ରାଲିରେ ଦେବେଗୌଡ଼ା ଉଦବୋଧନ ଦେଇ ଟିଡିପିକୁ ସମର୍ଥନ କରିବାକୁ ଲୋକଙ୍କୁ ନିବେଦନ କରିବା ସହ ଚନ୍ଦ୍ରବାବୁ କାହିଁକି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ବୋଲି କହିଥିଲେ। ସବୁ ଆଞ୍ଚଳିକ ଦଳଗୁଡ଼ିକର ନିଜସ୍ବ ନୀତି ଏବଂ ଆଦର୍ଶ ରହିଛି ବୋଲି କହିଛନ୍ତି ଦେବେଗୌଡ଼ା।

ଏସ୍ଏସ୍‌ସି ପ୍ରଶ୍ନପତ୍ର ଲିକ୍‌ ମାମଲା :ସିବିଆଇକୁ ମାମଲା ହସ୍ତାନ୍ତର କଲେ ସୁପ୍ରିମ୍‌କୋର୍ଟ

ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ୍‌(ଏସ୍‌ଏସ୍‌ସି) ପ୍ରବେଶିକା ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଛନ୍ତି ସର୍ବୋଚ୍ଚ କୋର୍ଟ। ୨୦୧୭ରେ ହୋଇଥିବା ଏସଏସ୍‌ସି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ମଙ୍ଗଳବାର ଦିନ ମାମଲା ସିବିଆଇକୁ ହସ୍ତାନ୍ତର କରିବା ସହିତ ମାମଲାର ଆଗାମୀ ଶୁଣାଣି ଏପ୍ରିଲ୍‌ ୧୧ ତାରିଖରେ ହେବ ବୋଲି କହିଛନ୍ତି। ସର୍ବୋଚ୍ଚ କୋର୍ଟ ଏପ୍ରିଲ୍‌ ୧ରେ ଏସ୍‌ଏସ୍‌ସି କର୍ତ୍ତୃପକ୍ଷଙ୍କୁ ପୁନଃ ପରୀକ୍ଷଣର ଫଳାଫଳ ଘୋଷଣା କରିବା ପାଇଁ ଆଦେଶ ଦେଇଥିଲେ। ମାର୍ଚ୍ଚ ୯, ୨୦୧୮ରେ  ପୁନଃ ପରୀକ୍ଷଣ କରାଯାଇଥିଲା।

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ : ୨୯ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା

ଅରୁଣାଚଳ ପ୍ରଦେଶର ବିଧାନସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ସମୁଦାରୟ ୧୮୪ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଳେ ତନ୍ମଧ୍ୟରୁ ୨୯ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବଏଡିଆାର ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ ସମୁଦାୟ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବା ବେଳେ ୨୦୧୪ରେ ଏହା ମାତ୍ର ୬ ପ୍ରତିଶତ ରହିଥିଲା। ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ବୃଦ୍ଧି ପାଇବା ରଜ୍ୟ ପାଇଁ ଆଦୌ ହିତକର ନୁହେଁ ବୋଲି ଏଡିଆର ପକ୍ଷରୁ କୁହାଯାଇଛି।

Manish Sisodia debuts as author with Penguin

Penguin Random House India on Monday announced the acquisition of the first writing venture by Delhi’s Deputy Chief Minister and Education Minister Manish Sisodia. His debut book will release in September 2019; to be titled ‘Shikhsha: A Journey’, this will be a story of reformation and his experiences in transforming the public education system in Delhi.

Setback for Vijay Mallya: Modest progress made in extradition process

Indian agencies and the prosecution in UK seemed to have made significant progress in terms of getting extradition of fugitive businessman Vijay Mallya as a London Court yet again rejected his plea against his extradition process. According to sources in the Indian government, Mallya has now “four-five working days till April 12 to make a second application to the court to admit his appeal”.

Amway India organizes free health check-up camps for the underprivileged children on World Health Day

With the primary objective of providing quality healthcare to the underprivileged children, Amway India organized free health check-up camps in 14 locations across the country.
Commemorating the World Health Day, this initiative also included an interactive and educational session with the aim to improve the nutritional knowledge and practices inclusive of hygiene practices and daily dietary requirement.

Campaigning for 1st phase to end today; Modi, Shah, Rahul to address rallies

The electioneering for the first phase of Lok Sabha polls will come to an end on Tuesday evening. The last day of campaigning for the first phase will see Prime Minister Narendra Modi, BJP chief Amit Shah, Congress president Rahul Gandhi and Congress general secretary in-charge of Uttar Pradesh (East) addressing several election rallies for their party candidates.

Rahul, Nagma to campaign for Cong in Assam today

Congress president Rahul Gandhi will be visiting Assam for the second time in less than a week to campaign for the Lok Sabha election. Gandhi is scheduled to address an election rally in Karimganj Lok Sabha constituency in southern Assam, where polling will be conducted in the second phase on April 18. He had visited the state on April 3 last.

ଜଣେ ବ୍ୟକ୍ତିଙ୍କ ମତାମତ ନେଇ ବନ୍ଦଗୃହରେ ବିଜେପି ଇସ୍ତାହାର ପ୍ରସ୍ତୁତ ହୋଇଛି : ରାହୁଲ

ସୋମବାର ବିଜେପି ପକ୍ଷରୁ ନିଜର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯାଇଥିଲା। ଏହା ଉପରେ କଂଗ୍ରେସ ପକ୍ଷରୁ ବିଭିନ୍ନ ନେତା ନିଜର ପ୍ରତିକ୍ରିୟା ରଖିଥିବା ବେଳେ ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଏହି ଇସ୍ତାହାରକୁ ସମାଲୋଚନା କରିଛନ୍ତି। ମଙ୍ଗଳବାର ରାହୁଲ କହିଛନ୍ତି, ବିଜେପିର ଇସ୍ତାହାର ବନ୍ଦଗୃହରେ ଜଣେ ବ୍ୟକ୍ତିଙ୍କ ମତ ନେଇ ପ୍ରସ୍ତୁତ କରାଯାଇଛି ଯେତେବେଳେକି କଂଗ୍ରେସର ଇସ୍ତାହାର ଜନସାଧାରଣଙ୍କ ମତାମତ ନେଇ ପ୍ରସ୍ତୁତ କରାଯାଇଛି। ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ସମାଲୋଚନା କରିଛନ୍ତି ରାହୁଲ। ଗତକାଲି କଂଗ୍ରେସ ପକ୍ଷରୁ ବିଜେପିର ଇସ୍ତାହାରକୁ ଅତି ନିମ୍ନମାନର ଓ ଅହଙ୍କାର ପୂର୍ଣ୍ଣ ବୋଲି କହିବା ସହିତ ଏହାକୁ ଧୋକା ପତ୍ର ବୋଲି କହିଥିଲା କଂଗ୍ରେସ।

Kejriwal asks BJP about it’s 2014 promise of statehood to Delhi

Chief Minister and Aam Aadmi Party (AAP) leader Arvind Kejriwal on Monday attacked the BJP for not including the promise of granting full statehood to Delhi in it’s manifesto for 2019 Lok Sabha elections, and said it is cheating the people of the national capital. Taking to micro-blogging site Twitter, Mr Kejriwal said,”Modi Sir,   you did not do it

Apex court declines to stay release of Modi biopic

The Supreme Court on Monday declined to entertain a plea filed by a Congress spokesperson, Aman Panwar, to defer the release on April 11 of a biopic on Prime Minister Narendra Modi after noting that the petitioner has to bring on record why he is seeking a stay on the film’s launch. The bench was headed by Chief Justice of India Ranjan Gogoi.

 

Gujarat court issues summons to Rahul Gandhi, Surjewala in bank defamation case

A court here on Monday issued summons to Congress President Rahul Gandhi and national spokesperson of the party Randeep Surjewala in connection with a defamation case regarding their remarks, statements and social media posts about the alleged large-scale deposit of scrapped Rs 500 and Rs 1000 notes in Ahmedabad District Cooperative Bank (ADC bank), of which BJP president Amit Shah was a director,

Prime Minister Narendra Modi to address 7 Election rallies in Karnataka beginning from April 9

Prime Minister Narendra Modi will address 7 election rallies in Karnataka where the general elections to the Lok Sabha is scheduled to be held in two phases–April 18 and 23. To begin with, Modi will address two rallies on April 9 in Chitradurga, in central parts of the State and later in the evening in Mysuru City which comes under Mysuru-Kodagu segment.

‘Badla’ crosses Rs 100 cr mark on BO

Amitabh Bachchan and Tapasee Pannu starrer crime thriller drama ‘Badla’ has reached at the peak as it has crossed Rs 100 crore mark in its fifth weekend.
‘Badla’ continues to garner love and appreciation across the nation despite having other releases at the same time.
After the path breaking ‘AndhaDhun’ last year, now ‘Badla’ emerges as the content film of the year.

Rupee falls by 11 paise against USD

The Rupee on Monday declined by 11 paise to 69.33 against the US Dollar in opening trade on rising demand for US Dollars by bankers and importers, dealers at forex market said. The local unit drifted lower in early trade because of strong Dollar against other world currencies, dealer informed. The indian currency registered intra day high and low at 69.55 and 69.33 respectively, dealer added.

ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍ଡ ରେକର୍ଡରେ ନାଗାଲାଣ୍ଡର ୫ହଜାର ନୃତ୍ୟଶିଳ୍ପୀ

ନାଗାଲାଣ୍ଡର କୋହିମାଠାରେ ଏକାସାଙ୍ଗରେ ୫ହଜାର ନୃତ୍ୟଶିଳ୍ପୀ ଏକାଠି ଏକାସାଙ୍ଗରେ ନୃତ୍ୟ କରି ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସାମିଲ୍‌ ହୋଇଛନ୍ତି। ନାଗାଲାଣ୍ଡର କୋହିମାର ମୋନ୍‌ ଟାଉନ୍‌ରେ ଖୋଲା ମଇଦାନରେ ଏହି ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହର୍ଣ୍ଣବିଲ୍‌ ଯାତ୍ରାରେ ୫ ହଜାର ମହିଳା କୋନିଆକ୍‌ ନୃତ୍ୟ ପରିବେଷଣ କରିଛନ୍ତି, ଯାହାକୁ ବିଶ୍ବର ସବୁଠୁ ବଡ଼  ପାରମ୍ପରିକ ନୃତ୍ୟ ଭାବେ ମାନ୍ୟତା ମିଳିଛି। ଗୋଟିଏ ପଡ଼ିଆରେ ଏତେ ସଂଖ୍ୟକ ନୃତ୍ୟଶିଳ୍ପୀଙ୍କୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ପାରମ୍ପରିକ ବାଦ୍ୟ ଯନ୍ତ୍ରରେ ପାଞ୍ଚମିନିଟ୍‌ ଏକ ସେକେଣ୍ଡ ପର୍ଯ୍ୟନ୍ତ ଏହି ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।

 

ରଣବୀର୍‌ଙ୍କ ସହ ସ୍କ୍ରିନ୍‌ ସେୟାର୍‌ କରିବେ ମାନୁଷୀ

ମିସ୍‌ ଓ୍ବାର୍ଲ୍ଡ ମାନୁଷୀ ଛିଲ୍ଲାର ରଣବୀର୍‌ ସିଂଙ୍କ ସହ ଅଭିନୟ କରିବେ। ‘ସିମ୍ବା’, ’ଗଲିବୟ’ ପରି ବ୍ୟବସାୟିକ ସଫଳତା ଫିଲ୍ମ ଦେଇ ଆଗଧାଡିରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିପାରିଥିବା ରଣବୀର ସିଂ ଏବେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୟଶ୍‌ରାଜ ବ୍ୟାନର୍‌ରେ ପ୍ରସ୍ତୁତ ହେବାକୁ ଥିବା ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ ମିସ୍‌ ଓ୍ବାର୍ଲ୍ଡ ମାନୁଷୀ ଛିଲ୍ଲାର୍‌। ମାନୁଷୀଙ୍କ ବଲିଉଡ୍‌ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ପୂର୍ବରୁ ମିଷ୍ଟର ପରଫେକ୍‌ନିଷ୍ଟ୍‌ ସହ ନଜର ଆସିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା। ଏହି ଅପ୍‌କମିଙ୍ଗ୍‌ ଫିଲ୍ମକୁ ନିର୍ଦ୍ଦେଶନା ଦେବେ ମନୀଷ ଶର୍ମା।

ଟିଡିପିର ଇସ୍ତାହାର ପତ୍ରରେ ନାଇଡୁଙ୍କ କଲ୍ୟାଣକାରୀ ଯୋଜନା ସହ ବିକାଶର ପ୍ରତିଜ୍ଞା

ତେଲୁଗୁ ଦେଶମ୍ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଗତକାଲି ନିର୍ବାଚନୀ ଇସ୍ତାହାର ପତ୍ର ‘ଆପଣଙ୍କ ଭବିଷ୍ୟତ ମୋ ଦାୟିତ୍ବ’ ଉନ୍ମୋଚନ କରିବା ଅବସରରେ କହିଛନ୍ତି ଯେ, ଟିଡିପି କ୍ଷମତାକୁ ଫେରିଲେ ଗରିବମାନଙ୍କୁ ବାର୍ଷିକ ୨ ଲକ୍ଷ ଟଙ୍କା ଦେବ। ସେହିପରି ପ୍ରଧାନମନ୍ତ୍ରୀ କିସାନ ଯୋଜନା ପରି କୃଷକମାନଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବା ଉପରେ ଗୁରୁତ୍ବ ରଖିଛନ୍ତି। ସେହିପରି ମହିଳାଙ୍କ ରାଜନୀତିରେ ସକ୍ରିୟ କରିବା ପାଇଁ ୩୩ ପ୍ରତିଶତ ସଂରକ୍ଷଣ, ଅଙ୍ଗନଓ୍ବାଡ଼ିଙ୍କ ପାଇଁ ପକ୍କା ଘର, ସେହିପରି ଆଗାମୀ ପାଞ୍ଚବର୍ଷରେ ଗ୍ରାମୀଣ ଅଞ୍ଚଳରେ ସମସ୍ତଙ୍କୁ ପକ୍କା ଘର ଆଦିର ଉଲ୍ଲେଖ ରହିଛି।

ଗୁଗୁଲ୍‌ ବନ୍ଦ କରିବ ପ୍ଲେ ମ୍ୟୁଜିକ୍‌

ଅପ୍ରେଲ ୩୦ରୁ ଗୁଗୁଲ ପ୍ଲେ ଆର୍ଟିଷ୍ଟ ହବ୍ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ ବୋଲି ଗୁଗୁଲ୍‌ ଘୋଷଣା କରିଛି। ଏହି ସର୍ଭିସ୍ ୨୦୧୨ରେ ଲଞ୍ଚ୍‌ କରାଯାଇଥିଲା। ଏହାଦ୍ୱାରା ଭାରତୀୟ କଳାକାର ନିଜ ମ୍ୟୁଜିକ ଅପଲୋଡ କରି ଗୁଗୁଲ ପ୍ଲେ ଷ୍ଟୋର ଏବଂ ଗୁଗୁଲ ପ୍ଲେ ମ୍ୟୁଜିକ ଜରିଆରେ ବିକ୍ରି କରୁଥିଲେ। ତେବେ ୩୦ ଅପ୍ରେଲ ପରେ  ୟୁଜରମାନେ ଏହାକୁ ସାଇନ ଇନ କରି ପାରିବେ ନାହିଁ। ତେବେ ଗୁଗୁଲର ଲ୍ୟାଟେଷ୍ଟ ୟୁଟ୍ୟୁବ୍‌ ମ୍ୟୁଜିକ ଆସିବା ନେଇ ଏହାକୁ ବନ୍ଦ କରାଯାଉଛି ବୋଲି ସୂଚନା ମିଳିଛି। ଖୁବ୍ ଶୀଘ୍ର ଗୁଗୁଲ ନିଜ ପ୍ଲେ ମ୍ୟୁଜିକକୁ ୟୁଟ୍ୟୁବ ମ୍ୟୁଜିକରେ ରିପ୍ଲେସ କରିବ ବୋଲି ସୂଚନା ରହିଛି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସଚିବଙ୍କ ଘରେ ଆୟକର ବିଭାଗର ଚଢାଉ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସଚିବ ପ୍ରବୀଣ କକ୍କରଙ୍କ ଘର ସମେତ ଦୁଇ ନିକଟତରଙ୍କ ଘରୁ  ଆୟକର ବିଭାଗ ଅଧିକାରୀମାନେ ଚଢ଼ାଉ କରିଛନ୍ତି। ଚଢ଼ାଉ ସମୟରେ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି। ପାଖାପାଖି ୯ କୋଟି ଟଙ୍କା ଜବତ ହୋଇଛି। ଶନିବାର ରାତି ପ୍ରାୟ ୩ଟାରେ ଆୟକର ଅଧିକାରୀମାନେ ଏହି ଚଢ଼ାଉ କରିଥିଲେ। ରାଜଧାନୀ ଦିଲ୍ଲୀ, ମଧ୍ୟପ୍ରଦେଶର ଭେପାଳା ଓ ଇନ୍ଦୋରର ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି। ତେବେ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ଘରେ ଚଢ଼ାଉ କରାଯାଇଥିଲା।

“Mamata has betrayed people of Bengal” : PM

Prime Minister Narendra Modi on Sunday alleged that Chief Minister and Trinamool Congress (TMC) supremo Mamata Banerjee has betrayed the people of West Bengal. Addressing a public meeting here, he said Bengal was deprived of development due to Mamata’s government. The Prime Minister said, ” She is backing ‘anti-nationals’. “Modi took a jibe at Banerjee and her alliance with the National Conference.

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ – ବିଧାୟକ ରବି ନାରାୟଣ ପାଣି

ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି  ପୂର୍ବତନ ସାଂସଦ –ବିଧାୟକ ରବି ନାରାୟଣ ପାଣି। ସେ ନବୀନ ନିବାସ ଯାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଦଳର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିବା କହିଲେ। ୨୦୦୯ରୁ ୨୦୧୪ ଯାଏ ରବି ନାରାୟଣ ପାଲଲହଡ଼ାରୁ ବିଜେଡି ବିଧାୟକ ଥିଲେ। ସେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ବିଧାନସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ରବି ପାଣି ଏଥର ପାଲଲହଡ଼ାରୁ ଟିକେଟ୍ ପାଇଁ ଆଶାୟୀ ଥିଲେ। ଦଳ ସୁକେଶ ପାଲ୍‌ଙ୍କୁ ପାଲଲହଡ଼ାରୁ ପ୍ରାର୍ଥୀ କରିଛି।

Rahul Gandhi congratulates Wayanad tribal girl who cleared civil service

Congress president Rahul Gandhi contesting from Wayanad Lok Sabha seat has congratulated Ms Sreedhanya Suresh who cleared the prestigious civil service examinations becoming the first tribal girl from Kerala in the civil service. Sreedhanya Suresh from Wayanad, is the first tribal girl from Kerala to be selected for the civil service,” Rahul said in a tweet.

LS polls Kannada Film industry and its bond with Mandya longstanding

Film stars contesting elections are quite common in the neighbouring states like Tamil nadu and Andhra Pradesh, but there was close connection between Kannada film industry and Mandya lok sabha constituency witnessed colourful personalities. Either the film actors contesting the election for Lok Sabha or large number film industry persons have been campaigning for the candidates for all parties .

Universal health coverage or UHC is WHO’s number one goal globally

A well-functioning primary care system that meets most of a person’s health needs, throughout the life course, is central to universal health coverage,” said Dr Poonam Khetrapal Singh, Regional Director, WHO South-East Asia, on World Health Day, celebrated every year on April 7. The theme of the day this year is Universal Health Coverage, ‘Health for All: Everyone, Everywhere.

କଂଗ୍ରେସର ୯ ବିଧାନସଭା ପ୍ରାର୍ଥୀ ଘୋଷଣା

ରାଜ୍ୟ କଂଗ୍ରେସ ଆଜି ୯ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଧର୍ମଶାଳା ଓ ତିର୍ତ୍ତୋଲ୍‌ରେ ପ୍ରାର୍ଥୀ ବଦଳ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ସ୍ଥାନରୁ ନିର୍ବାଚନ ଲଢୁଛନ୍ତି। ପୂର୍ବରୁ ଘଷିପୁରା ପାଇଁ ଘୋଷଣା କରାଯାଇଥିବାବେଳେ ଭଣ୍ଡାରୀପୋଖରୀ ପାଇଁ ମଧ୍ୟ ନିରଞ୍ଜନଙ୍କୁ ଟିକେଟ ଦିଆଯାଇଛି। ୧. ଭଣ୍ଡାରୀପୋଖରୀ – ନିରଞ୍ଜନ ପଟ୍ଟନାୟକ, ୨. ଭଦ୍ରକ – ଶ୍ରୀ ନଳିନୀକାନ୍ତ ମହାନ୍ତି, ୩. ବଡ଼ଚଣା – ସୀତାକାନ୍ତ ମହାପାତ୍ର, ୪. ଧର୍ମଶାଳା – କିଶାନ ପଣ୍ଡା, ୫. ସାଲେପୁର – ରୀବନ୍ଦ୍ରନାଥ କର, ୬. ମହାକାଳପଡ଼ା – ବିଭ୍ରାଂଶୁ ଶେଖର ଲେଙ୍କା, ୭. ବାଲିକୁଦା ଏରସମା – ଡ. ଲଲାଟେନ୍ଦୁ ମହାପାତ୍ର, ୮. ତିର୍ତ୍ତୋଲ – ଦେବୀପ୍ରସାଦ ମଲ୍ଲିକ, ୯. ନିମାପଡ଼ା – ସତ୍ୟବ୍ରତ ପାତ୍ର

ବିଜେପିରେ ଯୋଗଦେଲେ ରବି ମଲ୍ଲିକ

ବିଜେଡିର ପୂର୍ବତନ ବିଧାୟକ ରବି ମଲ୍ଲିକ ବିଜେପିରେ ଯୋଗଦେଇଛନ୍ତି। ଆଜି ବିଜେଡିରୁ ଇସ୍ତଫା ପ୍ରଦାନ କରିଥିଲେ। ବିଜେଡି ପକ୍ଷରୁ ସୁରେନ୍ଦ୍ର ସେଠୀଙ୍କୁ କାକଟପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବା ପରେ ଅସନ୍ତୋଷ ଜାହିର କରି ଇସ୍ତଫା ପ୍ରଦାନ କରିଛନ୍ତି ଶ୍ରୀ ମଲ୍ଲିକ। ଆଜି ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ତେବେ ଶ୍ରୀମଲ୍ଲିକ କାକଟପୁର ନିର୍ବାଚନ ମଣ୍ଡଳୀରୁ ବିଜେପିର ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଛି।

ଆଡଭାନୀ ବ୍ଲଗ୍‌ରେ ଲେଖିଥିବା ବିଚାରକୁ ଅର୍ଥପୂର୍ଣ୍ଣ କହିଲେ ମମତା

ବିଜେପିର ସଂସ୍ଥାପକ ସଦସ୍ୟ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ବ୍ଲଗ୍‌ରେ ନିଜ ମନକଥା ଲେଖିଛନ୍ତି। ଏଥିରେ ମୋଦି ପ୍ରତିକ୍ରିୟା ରଖିଥିବାବେଳେ ଏହି ବ୍ଲଗ୍‌ରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ଆଡଭାନୀଙ୍କ ପରୋକ୍ଷ ଆଲୋଚନାକୁ ମମତା ସ୍ବାଗତ କରି ଟୁଇଟ୍‌ ମାଧ୍ୟମରେ କହିଛନ୍ତି ଯେ, ‘ବରିଷ୍ଠ ରାଜନେତା, ପୂର୍ବ ଉପ ପ୍ରଧାନମନ୍ତ୍ରୀ ତଥା ଭାଜପାର ସଂସ୍ଥାପକ ସଦସ୍ୟ ଆଡଭାନୀଜୀଙ୍କ ଦ୍ବାରା ଗଣତାନ୍ତ୍ରିକ ଶିଷ୍ଟାଚାର ଉପରେ ଦିଆଯାଇଥିବା ବିଚାରଟି ବେଶ୍‌ ଅର୍ଥପୂର୍ଣ୍ଣ।

ଦୁଷ୍କର୍ମକାରୀଙ୍କ ପତ୍ନୀଙ୍କ ପାଇଁ ଭୋଟ୍‌ ମାଗୁଛନ୍ତି ରାବ୍ରିଦେବୀ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଆଜୀବନ ଜେଲ୍‌ ଭୋଗୁଥିବା ନାବାଳିକା ଦୁଷ୍କର୍ମକାରୀ ରାଜବଲ୍ଲଭ ଯାଦବଙ୍କ ପତ୍ନୀ ବିଭା ଦେବୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ବିଭା ଦେବୀ ନଓ୍ବାଦ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏହି ପ୍ରଚାର ସମୟରେ ରାବ୍ରି ଦେବୀ କହିଛନ୍ତି ଯେ, ରାଜବଲ୍ଲଭ ଯାଦବ ନିର୍ଦ୍ଦୋଷ, ଯାଦବ ପରିବାରକୁ ବଦନାମ କରାଯିବା ପାଇଁ ଏପରି ଷଡଯନ୍ତ୍ର କରାଯାଇଛି। ୨୦୧୬ ଫେବୃଆରୀ ୬ ତାରିଖରେ ନାବାଳିକା ଜଣଙ୍କୁ ଦୁଷ୍କର୍ମ କରାଯାଇଥିଲା। ପୀଡ଼ିତାର ବୟାନ ଆଧାରରେ ଗତ ଡିସେମ୍ବର ମାସରେ ପାଟନା ହାଇକୋର୍ଟ ରାଜବଲ୍ଲଭ ଯାଦବ ଏବଂ ନାବାଳିକା ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଅନ୍ୟ ୬ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଛି।

ଶ୍ରୀନଗର ସେଣ୍ଟ୍ରାଲ ଜେଲ୍‌ରେ ଅଗ୍ନିକାଣ୍ଡ

ଶ୍ରୀନଗର ସେଣ୍ଟ୍ରାଲ ଜେଲ୍‌ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିଲେ ମଧ୍ୟ ଏହାପରେ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହିତ ଦଙ୍ଗା ବ୍ୟାପିଥିଲା। ଏହି ଦଙ୍ଗା ପରେ ଜେଲ୍‌ର କିଛି କଏଦୀଙ୍କୁ କାଶ୍ମୀରର ଅନ୍ୟ ଏକ ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ଜେଲ୍‌ ବିଭାଗର ଡିଜିପି ଦିଲବାଗ ସିଂ  କହିଛନ୍ତି ଯେ, ଏହି ଅଗ୍ନିକାଣ୍ଡ ଜେଲ୍‌ରେ କିଛି କଏଦୀ କରିଛନ୍ତି। ନୂତନ ଆବାସ ନିର୍ମାଣ ନେଇ କଏଦୀ ମାନେ ପୁରାତନ ଜେଲ୍‌ରେ ନିଆଁ ଲଗାଇ ଦେଇଥିଲେ। ଏହି ଅଗ୍ନିକାଣ୍ଡ ସମୟରେ କିଛି କଏଦୀ ପଳାୟନ ଉଦ୍ୟମ କରିଥିଲେ ମଧ୍ୟ ପୋଲିସର ତତ୍ପରତା ଯୋଗୁଁ ଏହା ନାକାମ ହୋଇଥିଲା।

୧୦ରେ ରାହୁଲ ଏବଂ ୧୧ରେ ସୋନିଆଙ୍କ ପ୍ରାର୍ଥୀପତ୍ର ଦାଖଲ

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆସନ୍ତା ଏପ୍ରିଲ୍‌ ୧୦ ତାରିଖରେ ଆମେଥିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ସେହିପରି ୧୧ ତାରିଖରେ ୟୁପିଏ ମୁଖ୍ୟ ସୋନିଆ ଗାନ୍ଧୀ ରାଏ ବରେଲୀରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଉଭୟଙ୍କ ନାମାଙ୍କନ ଦାଖଲ ସମୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉପସ୍ଥିତ ରହିବେ ବୋଲି ଜଣାପଡିଛି। ଉତ୍ତର ପ୍ରଦେଶ ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ୍‌ ୧୦ରୁ ଚତୁର୍ଥ ପର୍ଯ୍ୟାୟ ନାମାଙ୍କନ ଦାଖଲର ପ୍ରଥମ ଦିନ ହୋଇଥିବା ବେଳେ ରାହୁଲ ଗାନ୍ଧୀ ସେହିଦିନ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି।

କାକଟପୁର ପୂର୍ବତନ ବିଧାୟକ ରବି ମଲ୍ଲିକଙ୍କ ବିଜେଡିରୁ ଇସ୍ତଫା

ବିଜେଡିର ପୂର୍ବତନ ବିଧାୟକ ରବି ମଲ୍ଲିକ ଆଜି ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି। ବିଜେଡି ସଦସ୍ୟ ପଦରୁ ଇସ୍ତଫା ଦେବା ସଙ୍ଗେ ସଙ୍ଗେ ଯୋଜନା ବୋର୍ଡ ସଦସ୍ୟ ପଦରୁ ମଧ୍ୟ ନିଜର ଇସ୍ତଫା ପ୍ରଦାନ କରିଛନ୍ତି। ଇସ୍ତଫାପତ୍ରରେ ନିଜ ପ୍ରତି ହୋଇଥିବା ଅବିଚାର ପାଇଁ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି ଶ୍ରୀ ମଲ୍ଲିକ। ସୂଚନାଯୋଗ୍ୟ ଯେ, ବିଜେଡି ପକ୍ଷରୁ ସୁରେନ୍ଦ୍ର ସେଠୀଙ୍କୁ କାକଟପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବା ପରେ ଅସନ୍ତୋଷ ଜାହିର କରି ଇସ୍ତଫା ପ୍ରଦାନ କରିଛନ୍ତି ଶ୍ରୀ ମଲ୍ଲିକ। ଶ୍ରୀ ମଲ୍ଲିକ ବିଜେପିରେ ଯୋଗ ଦେବା ସହିତ କାକଟପୁର ନିର୍ବାଚନ ମଣ୍ଡଳୀରୁ ବିଜେପିର ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଛି।

ବିଜେପିର ଜାତୀୟତା ନୀତି ସହିତ ଅମଙ୍ଗ ହେବା ଦେଶଦ୍ରୋହ ନୁହେଁ : ଆଡଭାନୀ

ରାଜନୀତିରୁ ସନ୍ନ୍ୟାସ ନେବା ପରେ ପ୍ରଥମ ଥର ପାଇଁ ନିଜର ନିରବତା ଭାଙ୍ଗି ଏକ ବ୍ଲଗ୍‌ ଲେଖିଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ। ନିଜର ପ୍ରଥମ ବ୍ଲଗରେ କହିଛନ୍ତି ଯେ, ବିଜେପିର ରାଜନୈତିକ ବିରୋଧୀ ଯେଉଁମାନେକି  ବିଜେପିର ଜାତୀୟତା ନୀତି ସହିତ ଅମଙ୍ଗ ସେମାନଙ୍କୁ ଦେଶଦ୍ରୋହୀ କୁହାଯାଇପାରିବ ନାହିଁ। ମୋ ଜୀବନର ସିଦ୍ଧାନ୍ତ ରହିଛି –ଦେଶ ପ୍ରଥମେ, ପରେ ଦଳ ଏବଂ ଶେଷରେ ନିଜେ। ସ୍ବଚ୍ଛ ଏବଂ ଅବାଧ ନିର୍ବାଚନକୁ ବିଜେପି ସର୍ବଦା ପ୍ରାଧାନ୍ୟ ଦେଇଛି। ଏହି ବ୍ଲଗ ମାଧ୍ୟମରେ ଗାନ୍ଧିନଗର ଜନତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି, ଯେଉଁ  ନିର୍ବାଚନ ମଣ୍ଡଳୀରୁ ସେ ୧୯୯୧ ପରଠାରୁ ୬ ଥର ସାଂସଦ ରହିଛନ୍ତି।

ଗୁଗୁଲ୍‌ ଇଣ୍ଡିଆରେ ଯୋଗ ଦେଲେ ମୟୁରୀ କାଙ୍ଗୋ

ବଲିଉଡ୍‌ ଅଭିନେତ୍ରୀ ମୟୁରୀ କାଙ୍ଗୋ ଗୁଗୁଲ୍‌ ଇଣ୍ଡିଆର ଏଜେନ୍ସି ମୁଖ୍ୟ ଭାବରେ ଯୋଗ ଦେଇଛନ୍ତି। ଗୁଗୁଲ୍‌ରେ ଯୋଗ ଦେବା ପୂର୍ବରୁ ଏହି ଅଭିନେତ୍ରୀ ଜଣକ ପର୍ଫରମିକ୍ସରେ ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ ଡିଜିଟାସ୍‌ ସହିତ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବା ପରେ ମେଡିଆ ଆଣ୍ଡ ଜେନିଥ୍‌ରେ ମୁଖ୍ୟ ଡିଜିଉଟାଲ ଅଫିସର ଭାବରେ କାର୍ଯ୍ୟ କରିଥିଲେ। ୨୦୦୪ ରୁ ୨୦୧୨ ପର୍ଯ୍ୟନ୍ତ ଆମେରିକାରେ ଅବସ୍ଥାନ କରିଥିବା ମୟୁରୀ ନ୍ୟୁୟର୍କର ବାରୁକ୍‌- ଜିକ୍‌ଲିନ୍‌ ସ୍କୁଲ ଅଫ୍‌ ବିଜିନେସ୍‌ରୁ ନିଜର ଏମ୍‌ବିଏ ଡିଗ୍ରୀ ହାସଲ କରିଛନ୍ତି। ୧୯୯୫ରେ ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ ନସୀମ୍‌ରେ ଅଭିନୟ କରିବା ପାଇଁ ମୟୁରୀ ଆଇଆଇଟି କାନପୁର ଛାଡିଥିଲେ।