କରୋନା ଲକ୍ଷଣ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ସମ୍ବିତ ପାତ୍ର

ବିଜେପି ମୁଖପାତ୍ର ସମ୍ବିତ୍‌ ପାତ୍ର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କରୋନା ଲକ୍ଷଣ ଦେଖାଦେବା ପରେ ପାତ୍ରଙ୍କୁ ଗୁରଗାଓଁ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରଗାଓଁ ସ୍ଥିତ ମେଦାନ୍ତା ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲରେ ନଜର ଆସୁଥିବା ଏବଂ ସୋସିଆଲ ମିଡିଆରେ ସକ୍ରିୟ ରହିଥିବା ପାତ୍ର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ଟ୍ବିଟ୍‌ କରି ସୂଚନା ଦେଇଥିଲେ । ନିକଟରେ କଂଗ୍ରେସ ମୁଖପାତ୍ର ସଞ୍ଜୟ ଝା ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ ।

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପାଇଁ ସମ୍ବିତ ପାତ୍ରଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ

ନିର୍ବାଚନ ଆଚରଣ ବିଧି ଉଲ୍ଳଂଘନ କାରଣରୁ ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ନିଜ ଭାଷଣରେ ଲୋକଙ୍କୁ ଉତ୍ତେଜନା କରିବା ପାଇଁ ଭାଷଣ ଦେଉଥିବା ନେଇ ଅଭିଯୋଗ କରାଯିବା ପରେ ବୁଧବାର ଏହି ନୋଟିସ୍‌ ଜାରି କରାଯାଇଛି । ଆମ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯିବା ପରେ ବୁଧବାର ରାତିରେ ସମ୍ବିତ ପାତ୍ରଙ୍କୁ ନୋଟିସ୍‌ ଜାରି କରାଯାଇଛି ।

BJP national spokesman Sambit Patra named for Puri Lok Sabha seat.

The BJP Central Election Committee on Friday night announced the name of party spokesman Sambit Patra as its candidate from the prestigious Puri parliamentary constituency in Odisha.
“Congratulations to my colleague Sambit Patra and all the luck for contesting from Puri in Odisha,” party leader and media co incharge Sanjay Mayukh tweeted.