Thousand gather in Tel Aviv demanding Netanyahu resignation

Thousands rallied in central Tel Aviv Saturday demanding the resignation Israeli Prime Minister Benjamin Netanyahu, media reported.
Speakers at the rally largely focused on Netanyahu’s ongoing legal troubles as grounds for him to step down, according to Israeli newspaper Haaretz.
Netanyahu was slapped with corruption charges by Attorney General Avichai Mandelblit after a lengthy investigation into the PM’s alleged influence-peddling and accepting of expensive gifts.

ହାତ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ

ଗତକାଲି ରାତିରେ ଓଡ଼ିଶା ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏଥିରେ ୬ଟି ଲୋକସଭା ଆସନ ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ରହିଛି। ତେବେ ଏହି ତାଲିକାରେ ପୂର୍ବତନ ବିଧାୟକ ସାଧୁ ନେପାକଙ୍କ ନାଁ ନଥିବାରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି। ବରଗଡ଼ ଲୋକସଭା ଆସନରୁ କଂଗ୍ରେସ ପ୍ରଦୀପ କୁମାର ଦେବତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବରଗଡ଼ ବିଧାନସଭା ଆସନ ପାଇଁ ନିପନ ଦାଶଙ୍କ ନାମ ଘୋଷଣା କରିଛି। ନେପାକ ବରଗଡ଼ ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ। ତାଙ୍କୁ ଟିକେଟ ଦେବା ପାଇଁ ପୂର୍ବରୁ କୁହାଯାଇଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ଟିକେଟ୍‌ କାଟିଦିଆଯାଇଥିବାରୁ ସେ ବହୁତ ଅସନ୍ତୋଷ ରହିଛନ୍ତି ।

ଓୟୁଏଟିର କୁଳପତି ପଦରୁ ଇସ୍ତଫା ଦେଲେ ସୁରେନ୍ଦ୍ରନାଥ ପଶୁପାଳକ

ଚାକିରିରୁ ଇସ୍ତଫା ଦେଲେ କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ। ଆଜି ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁଳପତି ପଦ ଛାଡ଼ିବା ସହ ସରକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି। ଚଳିତ ମାସରେ ତାଙ୍କର ଚାକିରିର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଥାନ୍ତା, ତେବେ ତା’ପୂର୍ବରୁ ସେ ଇସ୍ତଫା ଦେଇ ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟପାଳଙ୍କ ପାଖକୁ ଡାକ ଯୋଗେ ପଠାଇଥିବା ଜଣାପଡ଼ିଛି। ପଶୁପାଳକଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ କିଛି ଦିନ ତଳେ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କୁ ଛୁଟିରେ ଯିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ପଶୁପାଳକ ତାଙ୍କ ପଦବୀର ଅପବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା।

ଭାରତୀୟ ଡବଲସ୍‌ ବ୍ୟାଡମିଣ୍ଟନ୍‌ କୋଚ୍‌ ଟନ୍‌ କିମ୍‌ ଦେଲେ ଇସ୍ତଫା

ମାଲେସିଆର ଟନ୍‌ କିମ୍‌ ହର୍‌ ବ୍ୟକ୍ତିଗତ କାରଣରୁ ଭାରତର ଟବଲସ୍‌ ବ୍ୟାଡମିଣ୍ଟନ୍‌ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି। ଭାରତୀୟ ବ୍ୟାଡମିଣ୍ଟନ୍‌ ସଂଘ (ବାଇ) ସହିତ ଚୁକ୍ତି ଶେଷ ହେବାକୁ ଟନ୍‌ (୪୭ ବର୍ଷ)ଙ୍କ ଆହୁରି ଦେଢ ବର୍ଷ ବାକି ଥିଲା। ସେ ଜାପାନର ରାଜଧାନୀ ଟୋକିଓ ଠାରେ ୨୦୨୦ରେ ଆୟୋଜିତ ହେବାକୁ ଥିବା ଅଲମ୍ପିକ ପରେ ଅବସର ନେଇଥାନ୍ତେ। ଟନ୍‌ କିମ୍‌ ଏହା ପୂର୍ବରୁ ଇଂଲଣ୍ଡ, ଦକ୍ଷିଣ କୋରିଆ ଏବଂ ମାଲେସିଆକୁ କୋଚିଙ୍ଗ ଦେଇଛନ୍ତି। ଟନ୍‌ ଇସ୍ତଫା ଦେଇଥିବା ବ୍ୟାଡ୍‌ମିଣ୍ଟନ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ (ବାଇ)ର ସଚିବ (ଟୁର୍ଣ୍ଣାମେଣ୍ଟ) ଉମର ରସିଦ୍‌ ସ୍ପଷ୍ଟ କରିଛନ୍ତି ।