ନାବାଳିକା ଦୁଷ୍କର୍ମ ଉଦ୍ୟମ : ସମ୍ପର୍କୀୟ ଭାଇ ଗିରଫ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଟାଉନ ଥାନା ପୁଲିସ୍‌ ତାଙ୍କ ସମ୍ପର୍କୀୟ ଭାଇକୁ ଗିରଫ କରିଛି । ବୁଧବାର ସନ୍ଧ୍ୟାରେ 15 ବର୍ଷୀୟା ନାବାଳିକାଜଣକ ଘରେ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ତାଙ୍କ ସମ୍ପର୍କୀୟ ଭାଇ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍‌ ଅଭିଯୁକ୍ତ ବାପୁନ ଦାସକୁ ଗିରଫ କରିଥିଲା ।

ୟୁପିର ଦୁଷ୍କର୍ମ ରାଜଧାନୀ ପାଲଟିଛି ଉନ୍ନାଓ : 2019ରେ 86ଟି ମାମଲା

ଉତ୍ତର ପ୍ରଦେଶର ଉନ୍ନାଓ ବର୍ତ୍ତମାନ ରାଜ୍ୟର ଦୁଷ୍କର୍ମ ରାଜଧାନୀ ପାଲଟିଛି । ଜାନୁୟାରୀରୁ ନଭେମ୍ବର ମଧ୍ୟରେ ଉନ୍ନାଓରେ 86ଟି ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ଲକ୍ଷ୍ନୌରୁ 25 କିମି ଦୂର ଏହି ସହରର ଜନସଂଖ୍ୟା 31 ଲକ୍ଷ ଅଟେ । ଏହା ସହିତ ଏହି ସମୟ ମଧ୍ୟରେ 185ଟି ଯୌନ ନିର୍ଯାତନା ମାମଲା ରୁଜୁ କରାଯାଇଛି । ଉନ୍ନାଓର ଏହି ଦୂରାବସ୍ଥା ପାଇଁ ସାଧାରଣ ଲୋକ ପୋଲିସ୍‌କୁ ଦାୟୀ କରୁଥିବା ବେଳେ ପୋଲିସ୍‌ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟ କରୁଛି ବୋଲି ରାଘବ ରାମ ଶୁକ୍ଲା ପ୍ରକାଶ କରିଛନ୍ତି ।

ଉନ୍ନାଓ ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ

ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବା ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । 23 ବର୍ଷୀୟା ପୀଡିତାଙ୍କୁ ଦୁଷ୍କର୍ମ ପରେ ନିଆଁରେ ପୋଡି ଦେବାର ଉଦ୍ୟମ କରାଯାଇଥିଲା । ଶରୀରର 90 ପ୍ରତିଶତ ଜଳି ଯାଇଥିବା ବେଳେ ଗୁରୁବାର ଏୟାର ଲିଫ୍ଟ ଜରିଆରେ ପୀଡିତାଙ୍କୁ ଦିଲ୍ଲୀ ନିଆଯାଇଥିଲା । ପୀଡିତାଙ୍କ ଭଉଣୀ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଥିବା ବେଳେ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଫାଷ୍ଟଟ୍ରାକ ପ୍ରକ୍ରିୟାରେ ତଦନ୍ତ କରାଯାଉଛି ବୋଲି ପୋଲିସ୍‌ ଆଇଜି ପ୍ରବୀଣ କୁମାର ସୂଚନା ଦେଇଛନ୍ତି ।

ପୁରୀ ଗଣଦୁଷ୍କର୍ମ ମାମଲା :କନେଷ୍ଟବଳଙ୍କ ସମେତ 4 ଗିରଫ

ନିମାପଡାରୁ ଉଠାଇ ନେଇ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗରେ ଆଜି 4 ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ନିଲମ୍ବିତ କନେଷ୍ଟବଳ ରହିଛନ୍ତି । ଜିତେନ୍ଦ୍ର ସେଠୀ ନାମକ ଏହି କନେଷ୍ଟବଳ ଜଣକ ଯୁବତୀଙ୍କୁ ଝାଡେଶ୍ବରୀ କ୍ଲବ ନିକଟସ୍ଥ କ୍ବାର୍ଟରକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଗତକାଲି ଯୁବତୀଙ୍କ ଅଭିଯୋଗ ପରେ କନେଷ୍ଟବଳଙ୍କୁ ପଚରା ଉଚୁରା କରାଯାଇଥିଲା । ଆଜି କନେଷ୍ଟବଳଙ୍କ ଗିରଫ କରାଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ପଚରା ଉଚୁରା କରୁଛି ପୋଲିସ୍‌ ।

ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅସଦାଚରଣ : ଏଚ୍‌ଓଡି ଗିରଫ

ଛାତ୍ରୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା । ଅସଦାଚରଣ ଅଭିଯୋଗରେ ବାରିପଦାସ୍ଥିତ ଏମ୍‌ପିସି ସ୍ୱୟଂଶାସିତ କଲେଜର ଇଂରାଜୀ ବିଭାଗ ମୁଖ୍ୟ ବିଦ୍ୟାଧର ଅଣ୍ଡିଆ ଗିରଫ ହୋଇଛନ୍ତି । କଲେଜ କର୍ତ୍ତୃପକ୍ଷ ଏ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ଛାତ୍ର ଉତ୍ତେଜନା ଲାଗି ରହିଥିଲା । କଲେଜ କର୍ତ୍ତୃପକ୍ଷ ଅଧ୍ୟାପକଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ କଲେଜ ପରିସରରେ ଲୁଚି ରହିଥିଲେ । ଏହା ଜାଣି ଛାତ୍ରମାନେ ତାଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ । ପୁଲିସ୍‌ ଅଧ୍ୟାପକଙ୍କୁ ଗିରଫ କରି ପଚରାଉଚରା କରୁଛି ।

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ : ଯାତ୍ରାପାର୍ଟି କର୍ମଚାରୀଙ୍କୁ ଅଟକ ରଖିଲା ପୋଲିସ୍‌

ସାଲେପୁରରେ ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ଯାତ୍ରାପାର୍ଟି ସଦସ୍ୟଙ୍କୁ ଅଟକ ରଖିଛି ପୋଲିସ୍‌ । ପରିବାର ସହ ଯାତ୍ରା ଦେଖିବାକୁ ଯାଇଥିବା ନେମାଳର ଏହି 6 ବର୍ଷୀୟା ବାଳିକାକୁ ଦୁଷ୍କର୍ମର ଅଭିଯୋଗ ଆସିଛି । ଯାତ୍ରା ପାର୍ଟିର କୌଣସି ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ପୋଲିସ୍‌ ଯାତ୍ରାପାର୍ଟି କର୍ମଚାରୀଙ୍କୁ ଅଟକ ରଖିଛି । ନେମାଳ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାତ୍ରାପାର୍ଟି କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

Australian Parliament passes bill penalising online platforms for hosting violent content

Australian Parliament on Thursday adopted a draft law, which is aimed at preventing the spreading of “abhorrent violent material” on the Internet, such as the one livestreamed on social media during Christchurch shootings on March 15, and allows authorities to fine online platforms for failing to quickly remove such content. Violent material is defined to mean acts of terrorism, murder, attempted murder, torture, rape or kidnapping.