ସିଏଏକୁ ନେଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ 154 ପୂର୍ବତନ ସେନା ଓ ନୌସେନା ଅଧିକାରୀ

ଭାରତରେ ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ଆନ୍ଦୋଳନକୁ ନେଇ 154 ଜଣ ବ୍ୟକ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି । ଚିଠି ଲେଖିଥିବା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ସେନା ଓ ନୌସେନା ଅଧିକାରୀଙ୍କ ସମେତ ପୂର୍ବତନ ବିଚାରପତି ମଧ୍ୟ ସାମିଲ ଅଛନ୍ତି । ପୂର୍ବତନ ବିଚାରପତି ନ୍ୟାୟିକ ପ୍ରାଧିକରଣ ଚେୟାରମ୍ୟାନ୍‌ ପ୍ରମୋଦ କୋହଲି ରାଷ୍ଟ୍ରପତିଙ୍କୁ ଭେଟି ଏହି ଚିଠି ପ୍ରଦାନ କରିଛନ୍ତି । ଏହା ସହିତ ବିକ୍ଷୋଭ ନାମରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ସ୍ବତନ୍ତ୍ର ଉତ୍ସବରେ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲ୍‌କେରେ ସମ୍ମାନିତ କଲେ ରାମନାଥ କୋବିନ୍ଦ

ଅସୁସ୍ଥତା କାରଣରୁ ଜାତୀୟ ଚଳଚିତ୍ର ପୁରସ୍କାରରେ ଅନୁପସ୍ଥିତ ରହିଥିବା ଅମିତାଭ ବଚ୍ଚନଙ୍କୁ ଆଜି ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯାଇଛି । ରବିବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାମନାଥ କୋବିନ୍ଦ ଅମିତାଭଙ୍କୁ ସମ୍ମାନିତ କରିଛନ୍ତି । ଜୀବନବ୍ୟାପୀ ସାଧନା ପାଇଁ ଅମିତାଭଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । 190ରୁ ଅଧିକ ହିନ୍ଦି ଫିଲ୍ମରେ ଅଭିନୟ କରିଥିବା ଅମିତାଭ ବଚ୍ଚନ ପୂର୍ବରୁ 4 ଥର ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ହାସଲ କରିଛନ୍ତି ।

ନାଗରିକତ୍ବ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ : ଆଇନରେ ପରିଣତ ହେଲା ସିଏବି

ଶେଷରେ ଆଇନରେ ପରିଣତ ହେଲା ନାଗରକତ୍ବ ସଂଶୋଧନ ବିଲ୍‌ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହି ବିଲ୍‌ଟି ଆଇନରେ ପରିଣତ ହୋଇଛି । ଗୁରୁବାର ବିଳମ୍ବିତ ରାତ୍ରରେ ରାଷ୍‌ଟ୍ରପତି ରାମନାଥ କୋବିନ୍ଦ ଏହି ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରିଥିଲେ । ପୂର୍ବରୁ ବିଲ୍‌ଟି ଲୋକସଭା ଏବଂ ରାଜ୍ୟସଭାରେ ବହୁମତରେ ପାରିତ ହୋଇଥିଲା । ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିବା ଏବଂ ଏହା ଆଇନରେ ପରିଣତ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଲୋକସଭାରେ ଏହି ବିଲ୍‌ଟି ସୋମବାର ପାଶ୍‌ ହୋଇଥିବା ବେଳେ ବୁଧବାର ଦିନ ରାଜ୍ୟସଭାରେ ପାଶ ହୋଇଥିଲା ।

ପୋକ୍ସୋ ଆକ୍ଟରେ ମିଳିବନି ରାଜକ୍ଷମାର ଆବେଦନ : ରାମନାଥ କୋବିନ୍ଦ

ବର୍ତ୍ତମାନ ଦେଶରେ ବଢ଼ୁଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସବୁଠି ବିକ୍ଷୋଭ ଜାରି ରହିଛି । ଶିଶୁ ଦୁଷ୍କର୍ମକାରୀଙ୍କୁ ରାଜକ୍ଷମା ମିଳିବା ଠିକ୍ ନୁହେଁ ତେଣୁ ସେମାନେ ରାଜକ୍ଷମା ଆବେଦନ କରିବାକୁ ଯୋଗ୍ୟ ନୁହନ୍ତି ବୋଲି କୋବିନ୍ଦ କହିଛନ୍ତି । ରାଜସ୍ଥାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ପୋକ୍ସୋ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତିମାନଙ୍କୁ କୌଣସି ରାଜକ୍ଷମା ଆବେଦନ କରିବାର ସୁଯୋଗ ଦିଆଯିବା କଥା ନୁହେଁ ।

70ତମ ସମ୍ବିଧାନ ଦିବସ :ଡିଜିଟାଲ ପ୍ରଦର୍ଶନୀ ଉଦ୍‌ଘାଟନ କରିବେ କୋବିନ୍ଦ

ରାଷ୍ଟ୍ରପତି ରାମନାଥ କୋବିନ୍ଦ 70ତମ ସମ୍ବିଧାନ ଦିବସ ଅବସରରେ ରାଷ୍ଟ୍ରପତି ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡିଜିଟାଲ ପ୍ରଦର୍ଶନୀ ଉଦଘାଟନ କରିବେ । ସମ୍ବିଧାନ ଦିବସ ଅବସରରେ ଆୟୋଜିତ ଏହି ସମାରୋହରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଓମ ପ୍ରମୁଖ ଅଂଶଗ୍ରହଣ କରିବେ । ସକାଳ 11ଟାରେ ସଂସଦ ଭବନରେ ଏହି ଡିଜିଟାଲ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଉଲ୍ଲେଖଯୋଗ୍ୟ ଯେ, 1950 ମସିହା ଜାନୁୟାରୀ 26 ତାରିଖରେ ସମ୍ବିଧାନ ପ୍ରଣୟନ କରାଯାଇଥିଲେ ମଧ୍ୟ 1949 ନଭେମ୍ବର 26 ତାରିଖରେ ଏହାକୁ ଗ୍ରହଣ କରାଯାଇଥିଲା ।