ଧନ୍ୟବାଦ ରାଲିରେ ସିଏଏ ବିରୋଧୀଙ୍କୁ ମୋଦିଙ୍କ ଆକ୍ରମଣ

ରାମଲୀଳା ମୈଦାନରେ ଆୟୋଜିତ ବିଜେପିର ଧନ୍ୟବାଦ ରାଲିକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ସିଏଏ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । ବିବିଧତା ମଧ୍ୟରେ ଏକତା ଭାରତର ବିଶେଷତା ମାତ୍ର ବିରୋଧୀ ଦଳ ଲୋକଙ୍କୁ ଅନ୍ଧାରରେ ରଖି ସିଏଏକୁ ନେଇ ଅରାଜକତା ବଢାଉଛନ୍ତି ବୋଲି ମୋଦି କହିଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରି ଉସୁକାଇଲା ଭଳି କଥା କୁହାଗଲା ଏବଂ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରାଗଲା। ସାମାଜିକ ଗଣମାଧ୍ୟମରେ ନିଆଁ ଲାଗାଇବାକୁ ଚେଷ୍ଟା କରାଯାଉଛି ।

ରାମଲୀଲା ମୈଦାନରେ ଧନ୍ୟାବାଦ ରାଲି କରିବେ ମୋଦି

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲୀଲା ମୈଦାନରେ ଧନ୍ୟବାଦ ରାଲିରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହି ରାଲି ଜରିଆରେ ମୋଦି ବିଜେପିର ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି । 8 ଉଚ୍ଚ ଏବଂ 80 ଫୁଟ ଲମ୍ୱା ମଞ୍ଚରୁ ପ୍ରଧାନମନ୍ତ୍ରୀ ମୋଦି ଜନସାଧାରଣଙ୍କୁ ସମ୍ୱୋଧିତ କରିବେ । ଦିଲ୍ଲୀର ଅନଧିକୃତ କଲୋନୀକୁ ଅଧିକୃତ କରାଯଉଥିବାରୁ ଏହି ଧନ୍ୟବାଦ ରାଲି ଅନୁଷ୍ଠିତ ହେଉଛି । ଏହି ଅବସରରେ 11.5 ଲକ୍ଷ ଲୋକଙ୍କୁ ଧନ୍ୟବାଦ ହସ୍ତାକ୍ଷର ପତ୍ର ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।