ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହେଲେ 4 ରାଜ୍ୟସଭା ପ୍ରାର୍ଥୀ

ଓଡିଶାର 4 ଜଣ ରାଜ୍ୟସଭା ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଥିବା ବେଳେ ବିଜୁ ଜନତା ଦଳର 4 ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ରିଟର୍ଣ୍ଣିଂ ଅଫିସର ଦାଶରଥୀ ଶତପଥୀ 4 ବିଜେଡି ପ୍ରାର୍ଥୀ ମମତା ମହାନ୍ତ, ମୁଜିବୁଲ୍ଲା ଖାଁ, ସୁଜିତ୍‌ କୁମାର ଏବଂ ସୁବାଷ ଚନ୍ଦ୍ର ସିଂଙ୍କୁ ନିର୍ବାଚିତ ବୋଲି ଘୋଷଣା କରିବା ସହିତ ନିର୍ବାଚନ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲ୍‌2, 2020ରେ 4 ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ବିଜେଡି ପକ୍ଷରୁ ଏହି ଚାରି ଜଣଙ୍କୁ ମନୋନୀତ କରାଯାଇଥିଲା ।

ବିଜେପିର ରାଜ୍ୟସଭା ସଦସ୍ୟ ଭାବେ ସିନ୍ଧିଆଙ୍କ ନାମ ଘୋଷଣା

କଂଗ୍ରେସରୁ ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶର ରାଜ୍ୟସଭା ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି । ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ମଧ୍ୟପ୍ରଦେଶ ବିଜେପି ମୁଖ୍ୟ ଶିବରାଜ ସିଂ ଚୌହାନ ରାଜ୍ୟସଭା ପ୍ରାର୍ଥୀ ଭାବରେ ସିନ୍ଧିଆଙ୍କ ନାମ ଘୋଷଣା କରିଛନ୍ତି । ବୁଧବାର ମଧ୍ୟାହ୍ନରେ ସିନ୍ଧିଆ ବିଜେପିରେ ଯୋଗ ଦେବା ପରେ ଅପରାହ୍ନରେ ଶିବରାଜ ରାଜ୍ୟସଭା ସଦସ୍ୟ ଭାବରେ ସିନ୍ଧିଆଙ୍କ ନାମ ଘୋଷଣା କରିଥିଲେ । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟରରେ ଶିବରାଜ ସିନ୍ଧିଆଙ୍କ ସମ୍ପର୍କରେ ଘୋଷଣା କରିଛନ୍ତି ।

Polling in four Rajya Sabha seats in Odisha on March 26

The biennial election to four Rajya Sabha seats from Odisha, among a total of 55 seats from 17 states, will be held on March 26, the Election Commission announced on Tuesday. While the seat of Anubhab Mohanty fell vacant as he was elected to the Lok Sabha during the 2019 general elections, the terms of Narendra Kumar Swain, Sarojini Hembram and Ranjib Biswal are due.

55 Rajya Sabha seats to go to polls on March 26

The Election Commission on Tuesday announced that polling for 55 Rajya Sabha seats set to be vacated in April will be held on March 26. According to the election schedule announced by the Election Commission, 55 Rajya Sabha seats are falling vacant from 17 states.Voting will be conducted between 9 a.m. to 4 p.m. on March 26 and the counting of votes will take place same day.

ଜାତି ଭିତ୍ତିରେ ଜନଗଣନା ପାଇଁ ରାଜ୍ୟସଭାରେ ସସ୍ମିତ ପାତ୍ରଙ୍କ ଦାବି

ଓଡିଶାର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଜାତି ଭିତ୍ତିରେ ଜନଗଣନା ପାଇଁ ଦାବି କରିଛନ୍ତି । 2021ରେ ଅନୁଷ୍ଠିତ ହେବାକୁ ଥିବା ଜନଗଣନା ଜାତି ଭିତ୍ତିରେ କରିବା ପାଇଁ ସାଂସଦ ଦାବି କରିଛନ୍ତି । 1931ରେ ଶେଷଥର ପାଇଁ ଜାତି ଭିତ୍ତିରେ ଜନଗଣନା କରାଯାଇଥିଲା । 2011ରେ ମଧ୍ୟ ଜାତି ଭିତ୍ତିରେ ଜନଗଣନା କରାଯାଇଥିଲା ମାତ୍ର ପଛୁଆବର୍ଗଙ୍କ ତାଲିକା ପ୍ରକାଶ କରାଯାଇନଥିଲା । 2021ରେ ଜାତି ଭିତ୍ତିକ ଜନଗଣନା କରାଗଲେ ବିଭିନ୍ନ ପଛୁଆବର୍ଗର ଜାତିମାନଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧାର ଲାଭ ଉଠାଇ ପାରିବେ ବୋଲି ଶ୍ରୀ ପାତ୍ର କହିଛନ୍ତି ।

ପୂର୍ବତନ ରାଜ୍ୟସଭା ସାଂସଦ ଏ ଭି ସ୍ବାମୀଙ୍କ ପରଲୋକ

ପୂର୍ବତନ ରାଜ୍ୟସଭା ସାଂସଦ ଏ ଭି ସ୍ବାମୀଙ୍କର ଆଜି ପରଲୋକ ହୋଇଛି । 91 ବର୍ଷ ବୟସରେ ଖରିଆର ରୋଡ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି । ସ୍ବାମୀଙ୍କ ମୃତ୍ୟୁ ନେଇ ତାଙ୍କ ପୁଅ ସୁରେଶ ଆଚାରୀ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସ୍ବାମୀ 4 ଏପ୍ରିଲ୍‌ 2012ରୁ 3 ଏପ୍ରିଲ 2018 ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ରହିଥିଲେ ।

2003ରେ ନାଗରିକତ୍ବ ସଂଶୋଧନ ବିଲ୍‌ ଦାବି କରିଥିଲେ ମନମୋହନ ସିଂ

ଦେଶବ୍ୟାପୀ ନାଗରିକତ୍ବ ସଂରକ୍ଷଣ ବିଲ୍‌କୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଉଥିବା ବେଳେ ଗୁରୁବାର ଦିନ ଏକ ନୂଆ ତଥ୍ୟ ସମ୍ମୁଖକୁ ଆସିଛି । ଗୁରୁବାର ବିଜେପି 2003 ରାଜ୍ୟସଭାର ଏକ ଭିଡିଓ ସେୟାର କରିଛି । ଏହି ଭିଡିଓରେ ତତ୍କାଳୀନ ବିରୋଧୀ ଦଳ ନେତା ମନମୋହନ ସିଂ ସଂଖ୍ୟାଲଘୁ ସମ୍ପ୍ରଦାୟ ନିମନ୍ତେ ଏକ ସ୍ବତନ୍ତ୍ର ନାଗରିକତ୍ବ ବିଲ୍‌ର ପ୍ରସ୍ତାବ ଦେଇଥିଲେ । ଏହି ଭିଡିଓ ଜାରି କରିବା ସହିତ କଂଗ୍ରେସର ଦୋମୁହାଁ ନୀତିକୁ ସମାଲୋଚନା କରିଛି ବିଜେପି ।

ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତଙ୍କୁ ଜନତାଙ୍କ ହାତକୁ ଦେବାକୁ ଜୟାଙ୍କ ଦାବି

ହାଇଦ୍ରାବାଦର ମହିଳା ପଶୁ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ସରଗରମ ରହିଛି ସଂସଦ ଭବନ । ଏହି ମାମଲାରେ ରାଜ୍ୟସଭାରେ 2ଜଣ ସାଂସଦ କଡା ଟିପ୍ପଣୀ ରଖିଛନ୍ତି। ଏପରିକି ଏସପି ସାଂସଦ ଜୟା ବଚ୍ଚନ ଦୋଷୀଙ୍କୁ ଲୋକମାନଙ୍କ ହାତରେ ଟେକି ଦେବାକୁ କହିଛନ୍ତି । ରାଜ୍ୟସଭାରେ ଚର୍ଚ୍ଚା ସମୟରେ ଜୟା ବଚ୍ଚନ କହିଛନ୍ତି ଯେ, ବଳାତ୍କାରୀଙ୍କୁ ବାହାରକୁ ଆଣି ଲୋକମାନଙ୍କ ହାତରେ ଦେଇ ଦେବା ଉଚିତ୍। ସେହିପରି ଏଆଇଡିଏମକେର ସାଂସଦ ବିଜିଲା ସତ୍ୟାନନ୍ଦ ଦୋଷୀଙ୍କୁ ଏକ ମାସ ମଧ୍ୟରେ ଫାଶୀ ଦେବାକୁ ଦାବି କରିଛନ୍ତି ।

ଇଲୋକ୍ଟରାଲ ବଣ୍ଡ ପ୍ରତିବାଦରେ ଗୃହତ୍ୟାଗ କଲା କଂଗ୍ରେସ

ଇଲୋକ୍ଟରାଲ ବଣ୍ଡ ଏବଂ ପିଏସ୍‌ୟୁ ଗୁଡିକର ଘରୋଇକରଣକୁ ବିରୋଧ କରି କକ୍ଷତ୍ୟାଗ କରିଛନ୍ତି କଂଗ୍ରେସ ସାଂସଦ । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ କଂଗ୍ରେସ ସଦସ୍ୟଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଉଭୟ ଘଟଣାକୁ ଦୁର୍ନୀତି ବୋଲି ଅଭିହିତ କରି ସାଂସଦ ମାନେ ଏହି ପଦକ୍ଷେପ ନେଇଥିବା ଜଣାପଡିଛି । ସାଂସଦଙ୍କ ହଙ୍ଗାମା ଫଳରେ ରାଜ୍ୟସଭାକୁ ମଧ୍ୟାନ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିବା ବେଳେ ଲୋକସଭାକୁ 15 ମିନିଟ୍‌ ମୁଲତବୀ ରଖାଯାଇଥିଲା । ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନେତୃତ୍ବରେ ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ ।

ସମଗ୍ର ଦେଶରେ ଲାଗୁ ହେବ ଏନ୍‌ଆରସି : ଶାହା

ସମଗ୍ର ଦେଶରେ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି) ନିୟମ ଲାଗୁ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରକାଶ କରିଛନ୍ତି । ମଙ୍ଗଳବାର ରାଜ୍ୟସଭାରେ ଶାହା ଏହି ମନ୍ତବ୍ୟ ଦେଇଛନ୍ତି । ଦେଶର ପ୍ରତ୍ୟୋକ ନାଗରିକ ଏବଂ ସମସ୍ତ ଧର୍ମର ଲୋକଙ୍କୁ ଏହି ଆଇନ ପରିସରରେ ସାମିଲ କରାଯିବ ବୋଲି ଶାହା କହିଛନ୍ତି । ଏହି ବିଲ୍‌ଟି ନାଗରିକ ସଂଶୋଧନ ବିଲ୍‌ର ପରିବର୍ତ୍ତିତ ରୂପ ବୋଲି ଶାହା କହିଛନ୍ତି । ଦେଶରେ ଅବସ୍ଥାନ କରୁଥିବା ବିଦେଶୀ ନାଗରିକ ଚିନ୍ତିତ ହେବା ଉଚିତ୍‌ ବୋଲି ଶାହା ପ୍ରକାଶ କରିଛନ୍ତି ।