ଅର୍ଥନୈତିକ ସଙ୍କଟକୁ ନେଇ ସରକାରଙ୍କୁ ରାହୁଲଙ୍କ ଆକ୍ରମଣ

କରୋନା ଭାଇରସ୍‌ ସଙ୍କଟରୁ ଦେଶରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟକୁ ନେଇ ପୁଣିଥରେ ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧୀ । ପୁନର୍ବାର ପ୍ରବାସୀ ଶ୍ରମିକ ଏବଂ କୃଷକଙ୍କ ଆକାଉଣ୍ଟକୁ ସିଧା ପଇସା ପଠେଇବା ଦାବି ଦେହରାଇଥିଲେ ରାହୁଲ । ଏହା ସହିତ ନିଜ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଅନ୍ୟୁନ 200 ଦିନର ମନରେଗା କାମ ପ୍ରଦାନ କରିବା ପାଇଁ ଦାବି କରିଥିଲେ ରାହୁଲ । ଭାରତରେ ଚାଷୀ, ଶ୍ରମିକ ଏବଂ କ୍ଷୁଦ୍ର ବ୍ୟବସାୟୀ ଅର୍ଥନୀତିର ପ୍ରମୁଖ ଅଙ୍ଗ ।

ଲକ୍‌ଡାଉନ୍‌ରୁ ବାହାରିବାର ଉପାୟ ନିଶ୍ବିନ୍ତ କରନ୍ତୁ ସରକାର : ରାହୁଲ

କରୋନା ଭାଇରସ୍‌ କାରଣରୁ ସମଗ୍ର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏହାକୁ ନେଇ ସରକାରଙ୍କୁ ଘେରିବାର ଉଦ୍ୟମ କରିଛନ୍ତି ରାହୁଲ ଗାନ୍ଧୀ । ଲକ୍‌ଡାଉନ୍‌ରୁ ବାହାରିବାର ଏକ ନିଶ୍ଚିନ୍ତ ଉପାୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ରାହୁଲ୍‌ ମତ ଦେଇଛନ୍ତି । ଲକ୍‌ଡାଉନ୍ ପ୍ରଭାବରୁ ବାହାରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯିବା ଆବଶ୍ୟକ । ସରକାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପୁନରୁଦ୍ଧାର ପାଇଁ ପ୍ରୟାସ କରିବା ସହିତ ସମସ୍ତ ଗରିବଙ୍କ ଆକାଉଣ୍ଟକୁ ପଇସା ପଠାଇବା ଉଚିତ୍‌ ବୋଲି ରାହୁଲ ମତ ଦେଇଛନ୍ତି ।

ରାହୁଲଙ୍କୁ ପପ୍ପୁ ବୋଲି ସମ୍ବୋଧନ କଲେ ବିଜେପି ବିଧାୟକ : ଝାଡଖଣ୍ଡ ବିଧାନସଭାରେ ହଙ୍ଗାମା

ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ପପ୍ପୁ ବୋଲି ସମ୍ବୋଧନ କରିଛନ୍ତି ବିଜେପି ବିଧାୟକ । ଝାଡଖଣ୍ଡ ବିଜେପି ବିଧାୟକ ସିପି ସିଂ ରାହୁଲ ଗାନ୍ଧୀଙ୍କୁ ପପ୍ପୁ ବୋଲି ସମ୍ବୋଧନ କରିବା ପରେ ବିଧାନସଭାରେ ହଙ୍ଗାମା ହୋଇଛି । ସିଂଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ ଏବଂ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ ।

ବରିଷ୍ଠଙ୍କୁ କଂଗ୍ରେସରୁ ବାଦ ଦିଆଯିବା ଉଚିତ୍‌ : ସଞ୍ଜୟ ନିରୂପମ

60 ବର୍ଷରୁ ଅଧିକ ବୟସ୍କ ନେତାଙ୍କୁ କଂଗ୍ରେସରୁ ବାଦ ଦିଆଯିବା ଉଚିତ୍‌ ବୋଲି ସଞ୍‌ଜୟ ନିରୂପମ ମତ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ଦଳର ସଭାପତି ଭାବରେ ପୁନଃ ଅବସ୍ଥାପିତ କରାଯିବା ଉଚିତ୍‌ ବୋଲି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନିରୂପମ ମତ ଦେଇଛନ୍ତି । ବରିଷ୍ଠ ନେତୃବୃନ୍ଦଙ୍କ ନେତୃତ୍ବରେ ଦଳ ଆଗକୁ ଯାଉନାହିଁ ତେଣୁ ବରିଷ୍ଠଙ୍କୁ ବାଦ ଦେଇ ରାହୁଲ ଏବଂ ଅନ୍ୟାନ୍ୟ ଯୁବ ନେତୃତ୍ବଙ୍କ ହାତରେ ଦଳର କମାଣ ଦେବାର ସମୟ ଆସିଯାଇଛି ବୋଲି ନିରୂପମ ମତ ଦେଇଛନ୍ତି ।

ପୁଲଓ୍ବାମା ଶହୀଦଙ୍କ ସ୍ମୃତିରେ ବିଜେପିକୁ ରାହୁଲ୍‌ଙ୍କ ସମାଲୋଚନା

ପୁଲଓ୍ବାମା ଆକ୍ରମଣକୁ ଏକ ବର୍ଷ ପୁରୁଥିବା ବେଳେ ରାହୁଲ ଗାନ୍ଧୀ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ରାହୁଲ ବିଜେପିକୁ ସମାଲୋଚନା କରିଛନ୍ତି । ପୁଲଓ୍ବାମା ଆକ୍ରମଣରୁ କେଉଁ ଦଳ ସର୍ବାଧିକ ଫାଇଦା ପାଇଥିଲା ବୋଲି ରାହୁଲ ଟ୍ବିଟ୍ଟର ଜରିଆରେ ପ୍ରଶ୍ନ କରିଛନ୍ତି । ଆକ୍ରମଣର ତଦନ୍ତ କରାଯାଇଥିବା ବେଳେ ତଦନ୍ତ ରିପୋର୍ଟ କଣ ଆସିଲା ଏବଂ ଢିଲା ସୁରକ୍ଷା ବ୍ୟବସ୍ଥା କାରଣରୁ ଆକ୍ରମଣ ଘଟିଥିବା ବେଳେ ବିଜେପି ସରକାରର କେଉଁ ନେତା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ ବୋଲି ରାହୁଲ ପ୍ରଶ୍ନ କରିଥିଲେ ।

ବଜେଟ୍‌କୁ ଦୁର୍ବଳ ବୋଲି ଅଭିହିତ କଲେ ରାହୁଲ୍‌

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ କରାଯାଇଥିବା ବଜେଟ୍‌କୁ ଦୁର୍ବଳ ବୋଲି ଅଭିହିତ କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ବଜେଟ୍‌ରେ ସାଧାରଣ ଲୋକଙ୍କ ପାଇଁ କିଛି ବି ଦୃଢ ବ୍ୟବସ୍ଥା କରାଯାଇନାହିଁ । ବେକାରୀ ଦେଶର ବଡ ସମସ୍ୟା ହୋଇଥିବା ବେଳେ ବଜେଟ୍‌ରେ ବେକାରୀ ସମସ୍ୟା ଦୂର କରିବା ପାଇଁ କିଛି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ନୂତନ ନିଯୁକ୍ତି ସୃଷ୍ଟି ପାଇଁ କୌଣସି ଘୋଷଣା କରାଯାଇନଥିବାରୁ ଏହି ବଜେଟ୍‌ ଏକ ଦୁର୍ବଳ ବଜେଟ୍‌ ବୋଲି ରାହୁଲ୍‌ କହିଛନ୍ତି ।

ସିଏଏ ସମ୍ପର୍କରେ 10 ଧାଡି କହିବା ପାଇଁ ରାହୁଲଙ୍କୁ ନାଡ୍ଡାଙ୍କ ଚ୍ୟାଲେଞ୍ଜ

ନବ ନିର୍ବାଚିତ ବିଜେପି ସଭାପତି ଜେପି ନଡ୍ଡା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଗୁରୁବାର ଆଗ୍ରାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାହୁଲ ନାଗରିକତ୍ବ ସଂଶୋଧନ ଆଇନ ସମ୍ପର୍କରେ 10 ଧାଡି କହିବା ପାଇଁ ଆହ୍ବାନ ଦେଇଛନ୍ତି । ଯଦି ରାହୁଲ ସିଏଏ ସମ୍ବନ୍ଧରେ 10 ଧାଡି କହିବାରେ ସକ୍ଷମ ହୁଅନ୍ତି ତେବେ ବିଜେପି ପକ୍ଷରୁ ତାଙ୍କୁ ସମର୍ଥନ କରାଯିବ ବୋଲି ନାଡ୍ଡା କହିଛନ୍ତି । କଂଗ୍ରେସ ନେତୃତ୍ବ ବର୍ତ୍ତମାନ ମାନସିକ ଦେବାଳିଆପଣର ଶିକାର ହୋଇଛି ବୋଲି ନଡ୍ଡା ପ୍ରକାଶ କରିଛନ୍ତି ।

ଭୋଟ ପାଇଁ ରାହୁଲ ଦେଶକୁ ବିକ୍ରି କରି ପାରନ୍ତି : ଗିରିରାଜ

ଭୋଟ ପାଇଁ ରାହୁଲ ଗାନ୍ଧୀ ଦେଶକୁ ମଧ୍ୟ ବିକ୍ରି କରିବାକୁ ପଛାଇବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମତ ଦେଇଛନ୍ତି । ସିଏଏକୁ ନେଇ ଗିରିରାଜ ରାହୁଲଙ୍କୁ ସମାଲୋଚନା କରିବା ସହିତ ଏହି ମତ ଦେଇଛନ୍ତି । ବୁଧବାର ପାଟନାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପଶୁପାଳନ ମନ୍ତ୍ରୀ ଗିରିରାଜ ପୂର୍ବତନ କଂଗ୍ରେସ ସଭାପତି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି । ଭୋଟ ପାଇଁ ରାହୁଲ ଏବଂ ବିପକ୍ଷ ନେତା ଦେଶକୁ ବିକ୍ରି କରିବାକୁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ ବୋଲି ଗିରିରାଜ ମତ ଦେଇଛନ୍ତି ।

ସିଏଏକୁ ନେଇ ରାହୁଲ ଗାନ୍ଧୀ ଏବଂ ବିପକ୍ଷ ଦଳଙ୍କୁ ଅମିତ ଶାହାଙ୍କ ଆକ୍ରମଣ

ସିଏଏକୁ ନେଇ ରାହୁଲ ଗାନ୍ଧୀ ଏବଂ ବିପକ୍ଷ ରାଜନୈତିକ ନେତାଙ୍କ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ରାଜସ୍ଥାନର ଯୋଧପୁରରେ ଏକ ସଭାରେ ଭାଷଣ ଦେଉଥିବା ବେଳେ ଶାହା ବିପକ୍ଷ ନେତାଙ୍କୁ ଆକ୍ରମଣ କରିଛନ୍ତି । ଶାହା କହିଛନ୍ତି, ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ ଦଳ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି । ରାହୁଲ ଗାନ୍ଧୀଙ୍କ ସମେତ କେଜ୍ରିଓ୍ବାଲ, ମାୟାବତୀ ଏବଂ ମମତା ବାନାର୍ଜୀ ଏହି ଆଇନକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ମାତ୍ର ସିଏଏକୁ ନେଇ ବିଜେପି ଏକ ଇଞ୍ଚ ମଧ୍ୟ ପଛକୁ ହଟିବ ନାହିଁ ବୋଲି ଶାହା କହିଛନ୍ତି ।

ଏନ୍‌ଆରସି ଓ ଏନ୍‌ପିଆରକୁ ଦ୍ବିତୀୟ ନୋଟବନ୍ଦୀ ବୋଲି କହିଲେ ରାହୁଲ୍‌

କଂଗ୍ରେସ ଦଳ ଆଜି ୧୩୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି। ଏହି ଦିବସ ଅବସରରେ କଂଗ୍ରେସ ନାଗରିକତା ଆଇନ ବିଷୟକୁ ନେଇ ମୋଦି ସରକାରକୁ ଘେରିଛି। କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଏହାକୁ ଦ୍ବିତୀୟ ନୋଟବନ୍ଦୀ ବୋଲି କହିଛନ୍ତି। ରାହୁଲ୍‌ ଗାନ୍ଧି ଦଳର ମୁଖ୍ୟାଳୟରେ ଏନ୍‌ଆରସି ଓ ଏନ୍‌ପିଆରକୁ ଦ୍ବିତୀୟ ନୋଟବନ୍ଦୀ ବୋଲି କହିଛନ୍ତି। ଏଥିରେ ଭାରତର ଗରିବ ଲୋକଙ୍କର ବହୁତ କ୍ଷତି ହେବାକୁ ଯାଉଛି। ରାହୁଲ୍‌ କହିଛନ୍ତି ଯେ, ଏନ୍‌ଆରସି ଓ ଏନ୍‌ଆରପି ପ୍ରକ୍ରିୟା ଦ୍ବାରା ସରକାରଙ୍କ କିଛି ପୁଞ୍ଜିପତି ବନ୍ଧୁଙ୍କ ଲାଭ ହେବ। ପୂର୍ବରୁ ରାହୁଲ୍‌ ଗାନ୍ଧି ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରି ’ଆରଏସଏସ୍‌’ର ପ୍ରଧାନମନ୍ତ୍ରୀ ଭାରତ ମାତାଙ୍କୁ ମିଛ କହୁଛନ୍ତି ବୋଲି କହିଥିଲେ।

ସୁଧାର ଗୃହକୁ ନେଇ ବିଜେପକୁ ରାହୁଲଙ୍କ ଆକ୍ରମଣ

ଦେଶରେ ସୁଧାର ଗୃହ ପ୍ରତିଷ୍ଠାକୁ ନେଇ ବିଜେପିକୁ ଆକ୍ରମଣ କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ସୁଧାର ଗୃହ ପ୍ରତିଷ୍ଠାକୁ ପ୍ରଧାନମନ୍ତ୍ରୀ ଅସ୍ବୀକାର କରିଥିବା ବେଳେ ଆସାମରେ ଏକ ସୁଧାର ଗୃହ ରହିଛି । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ରାହୁଲ ଏକ ଭିଡିଓ ସେୟାର କରିଥିଲେ, ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ ସହିତ ରାହୁଲ ସୁଧାର ଗୃହର ଭିଡିଓ ମଧ୍ୟ ଜାରି କରିଥିଲେ । ଏହି ଭିଡିଓ ପ୍ରକାଶ ପରେ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି କି ସତ କହୁଛନ୍ତି ଏହା ଦେଶବାସୀ ନିର୍ଦ୍ଧାରଣ କରନ୍ତୁ ବୋଲି ରାହୁଲ କହିଛନ୍ତି ।

ରାଜଘାଟରେ ସତ୍ୟାଗ୍ରହ ଧାରଣାରେ ଯୋଗଦେବା ପାଇଁ ଯୁବସମାଜକୁ ରାହୁଲଙ୍କୁ ଆହ୍ବାନ

ନାଗରିକତ୍ବ ସଂଶୋଧନ ବିଲ୍‌କୁ ନେଇ ରାଜଘାଟରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏକ ସତ୍ୟାଗ୍ରହ ଧାରଣା କରିବାକୁ ଯାଉଛନ୍ତି । ଯୁବସମାଜ ଏହି ଧାରଣାରେ ଯୋଗ ଦେଇ ଏହି ଧାରଣାକୁ ସଫଳ କରିବା ପାଇଁ ରାହୁଲ ଟ୍ବିଟ୍ଟର ଜରିଆରେ ନିବେଦନ କରିଛନ୍ତି । ଦେଶର ଛାତ୍ର ସମାଜ ଏହି ଆଇନ ବିରୋଧରେ ଏକତ୍ର ହୋଇ ଆନ୍ଦୋଳନ କରିବା ଉଚିତ୍‌ ବୋଲି ରାହୁଲ ଗାନ୍ଧୀ ଟ୍ବିଟ୍ଟର ଜରିଆରେ ନିବେଦନ କରିଛନ୍ତି । ସୋମବାର ଅପରାହ୍ନ 3ଟାରେ ରାହୁଲ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟରେ ଧାରଣାରେ ବସିବେ ।

ରାହୁଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କଲେ ସବରକରଙ୍କ ନାତି

ରାହୁଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବୀର ସବରକରଙ୍କ ନାତି । ରାହୁଲଙ୍କ ଏପରି ମନ୍ତବ୍ୟ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍‌ ବୋଲି ରଞ୍ଜିତ ସବରକର କହିଛନ୍ତି । ଶନିବାର ଦିଲ୍ଲୀରେ ରାହୁଲ ମୁଁ ଗାନ୍ଧୀ ସବରକର ନୁହେଁ ବୋଲି ମତ ଦେବା ପରେ ଏହି ବିବାଦ ଦେଖା ଦେଇଥିଲା । ରାହୁଲଙ୍କ ମନ୍ତବ୍ୟକୁ ନେଇ ବିଜେପି ନେତା ତାଙ୍କୁ ସମାଲୋଚନା କରିଥିବା ବେଳେ ଆଜି ସବରକରଙ୍କ ନାତି ରାହୁଲଙ୍କୁ ସମାଲୋଚନା କରିଛନ୍ତି ।

‘Anti-CAA protest misguided, Rahul supports infiltrators’

The Vishwa Hindu Parishad (VHP) on Sunday lashed out at opponents of the Citizenship Amendment Act 2019, terming those indulging in violent protests as “anti-national”. But more interestingly, it trained it’s guns against Congress leader Rahul Gandhi for his “empathy for Pak-Bangladeshi infiltrators.”

ଝାରଖଣ୍ଡ ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ : 4ଟି ରାଲିକୁ ସମ୍ବୋଧିତ କରିବେ ରାହୁଲ

କଂଗ୍ରେସ ପକ୍ଷରୁ 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଉଛି । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଝାରଖଣ୍ଡରେ 4ଟି ରାଲିକୁ ସମ୍ବୋଧି୍ତ କରିବେ ବୋଲି ଜଣାପଡିଛି । ଆସନ୍ତା ଡିସେମ୍ବର 2 ତାରିଖରୁ ଝାରଖଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ରାହୁଲ 4ଟି ସ୍ଥାନରୁ ରାହୁଲ ପ୍ରଚାର କରିବେ ବୋଲି ବୁଧବାର ଦଳ ପକ୍ଷରୁ ସୂଚନା ମିଳିଛି । ଷ୍ଟାର କ୍ୟାମ୍ପେନର ତାଲିକାରେ ପୂର୍ବତନ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ରହିଛନ୍ତି । ଉଲ୍ଲେଖଯୋଗ୍ୟଗ ଯେ, ଜେଏମ୍‌ଏମ୍‌ ସହିତ ମିଳିତ ଭାବରେ ଝାରଖଣ୍ଡରେ ପ୍ରତିଦ୍ବନ୍ଦିତା କରୁଛି କଂଗ୍ରେସ ।

ପ୍ରଜ୍ଞା ସିଂ ଠାକୁର ଜଣେ ଆତଙ୍କବାଦୀ : ରାହୁଲ ଗାନ୍ଧୀ

ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ଗୁରୁବାର ପ୍ରଜ୍ଞାଙ୍କ ଗୋଡ୍‌ସେ ମତକୁ ନେଇ ରାହୁଲ ଏହି ମତ ଦେଇଛନ୍ତି । ରାହୁଲଙ୍କ ଏହି ମନ୍ତବ୍ୟ ସହିତ ବିରୋଧୀ ଦଳର ସଦସ୍ୟ ମାନେ କକ୍ଷତ୍ୟାଗ କରିଥିଲେ । ଏହାପରେ ବିଜେପି ପକ୍ଷରୁ ସାଧ୍ବୀ ପ୍ରଜ୍ଞାଙ୍କୁ ପ୍ରତିରକ୍ଷା ସଂସଦୀୟ କମିଟିରୁ ବାଦ ଦିଆଯାଇଛି । ବୁଧବାର ସଂସଦରେ ଏସ୍‌ପିଜି ବିଲ୍‌ ସମ୍ବନ୍ଧରେ ଆଲୋଚନା ସମୟରେ ପ୍ରଜ୍ଞା ଗୋଡସେଙ୍କୁ ଜଣେ ଦେଶଭକ୍ତ ବୋଲି ଅଭିହିତ କରିଥିଲେ ।

ଜଣେ ବ୍ୟକ୍ତିଙ୍କ ମତାମତ ନେଇ ବନ୍ଦଗୃହରେ ବିଜେପି ଇସ୍ତାହାର ପ୍ରସ୍ତୁତ ହୋଇଛି : ରାହୁଲ

ସୋମବାର ବିଜେପି ପକ୍ଷରୁ ନିଜର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯାଇଥିଲା। ଏହା ଉପରେ କଂଗ୍ରେସ ପକ୍ଷରୁ ବିଭିନ୍ନ ନେତା ନିଜର ପ୍ରତିକ୍ରିୟା ରଖିଥିବା ବେଳେ ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଏହି ଇସ୍ତାହାରକୁ ସମାଲୋଚନା କରିଛନ୍ତି। ମଙ୍ଗଳବାର ରାହୁଲ କହିଛନ୍ତି, ବିଜେପିର ଇସ୍ତାହାର ବନ୍ଦଗୃହରେ ଜଣେ ବ୍ୟକ୍ତିଙ୍କ ମତ ନେଇ ପ୍ରସ୍ତୁତ କରାଯାଇଛି ଯେତେବେଳେକି କଂଗ୍ରେସର ଇସ୍ତାହାର ଜନସାଧାରଣଙ୍କ ମତାମତ ନେଇ ପ୍ରସ୍ତୁତ କରାଯାଇଛି। ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ସମାଲୋଚନା କରିଛନ୍ତି ରାହୁଲ। ଗତକାଲି କଂଗ୍ରେସ ପକ୍ଷରୁ ବିଜେପିର ଇସ୍ତାହାରକୁ ଅତି ନିମ୍ନମାନର ଓ ଅହଙ୍କାର ପୂର୍ଣ୍ଣ ବୋଲି କହିବା ସହିତ ଏହାକୁ ଧୋକା ପତ୍ର ବୋଲି କହିଥିଲା କଂଗ୍ରେସ।

୧୦ରେ ରାହୁଲ ଏବଂ ୧୧ରେ ସୋନିଆଙ୍କ ପ୍ରାର୍ଥୀପତ୍ର ଦାଖଲ

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆସନ୍ତା ଏପ୍ରିଲ୍‌ ୧୦ ତାରିଖରେ ଆମେଥିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ସେହିପରି ୧୧ ତାରିଖରେ ୟୁପିଏ ମୁଖ୍ୟ ସୋନିଆ ଗାନ୍ଧୀ ରାଏ ବରେଲୀରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଉଭୟଙ୍କ ନାମାଙ୍କନ ଦାଖଲ ସମୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉପସ୍ଥିତ ରହିବେ ବୋଲି ଜଣାପଡିଛି। ଉତ୍ତର ପ୍ରଦେଶ ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ୍‌ ୧୦ରୁ ଚତୁର୍ଥ ପର୍ଯ୍ୟାୟ ନାମାଙ୍କନ ଦାଖଲର ପ୍ରଥମ ଦିନ ହୋଇଥିବା ବେଳେ ରାହୁଲ ଗାନ୍ଧୀ ସେହିଦିନ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି।

ଦୁଇଟି ଆସନରୁ ଲଢିବେ ରାହୁଲ୍‌ ଗାନ୍ଧି, ୟୁପିର ଆମେଥି, ଓ କେରଳର ଓ୍ବାୟନାଡୁରୁ ଲଢିବେ

ଆସନ୍ତା ଲୋକସଭା ନିର୍ବାଚନରେ ଦୁଇଟି ଆସନରୁ ନିର୍ବାଚନ ଲଢିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। କଂଗ୍ରେସ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଆଜି ବିଧିବଦ୍ଧ ଭାବରେ ରାହୁଲ୍‌ ଦୁଇଟି ସିଟ୍‌ରୁ ଚଳିତ ନିର୍ବାଚନ ଲଢିବେ ବୋଲି ଘୋଷଣା କରାଯାଇଛି। ରାହୁଲ ପାରମ୍ପରିକ ଆମେଥି ସହିତ କେରଳର ଓ୍ବାୟନାଡରୁ ନିର୍ବାଚନ ଲଢିବେ। କେରଳ କଂଗ୍ରେସ ପକ୍ଷରୁ ରାହୁଲ୍‌ଙ୍କୁ ଏହି ଆସନରୁ ଲଢିବା ପାଇଁ ଅନୁରୋଧ କରାଯାଇଥିଲା। ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେଥିରୁ ସାଂସଦ ଅଛନ୍ତି।

କଂଗ୍ରେସ କ୍ଷମତାକୁ ଆସିଲେ ଉଚ୍ଛେଦ ହେବ ନିତି ଆୟୋଗ : ରାହୁଲ୍‌ ଗାନ୍ଧି

ସରକାରକୁ ଆସିଲେ ନିତି ଆୟୋଗକୁ ଉଚ୍ଛେଦ କରିବେ ବୋଲି ରାହୁଲ୍‌ ଗାନ୍ଧି କହିଛନ୍ତି। ସେ କହିଛନ୍ତି ଯେ, ନିତି ଆୟୋଗ କୌଣସି ଉଦ୍ଦେଶ୍ୟ ସାଧନ କରୁନାହିଁ। ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରଚାର କାର୍ଯ୍ୟ କରୁଛି ଏବଂ ଭୁଲ ତଥ୍ୟ ପ୍ରଦାନ କରୁଛି। କଂଗ୍ରେସ କ୍ଷମତାକୁ ଆସିଲେ ଏହାକୁ ହଟାଇ ଯୋଜନା ଆୟୋଗରେ ବଦଳାଇବ। ଏଥିରେ ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞମାନଙ୍କୁ ସଦସ୍ୟ ଭାବେ ରଖାଯିବ। ସୂଚନାଯୋଗ୍ୟ, ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ରାହୁଲଙ୍କ ସର୍ବନିମ୍ନ ନିଶ୍ଚିତ ରୋଜଗାର ଯୋଜନା ‘ନ୍ୟାୟ’ ଉପରେ ମନ୍ତବ୍ୟ ଦେଇ କହିଥିଲେ ଯେ, ଏହି ଯୋଜନା ଆକାଶ କଇଁଆ ଭଳି, ଯାହାକୁ ପୂରା କରିବା ଅସମ୍ଭବ।

Rahul barb at union minister

Congress president Rahul Gandhi on Sunday said now the minister of the Modi government will teach intellectuals how to do their work. ‘Now the self-certified intelligent minister of the wise Prime Minister will tell the intellectuals of the country how to do their work,’   Gandhi wrote on his Facebook page. ‘ Alpvidya bhayankari (Little knowledge is a dangerous thing),’ he said.

‘Chowkidaar’ stole Rs 30,000 cr from Indian Air Force and gave it to Ambani: Rahul Gandhi

Congress president Rahul Gandhi today once again raised the issue of Rafael Deal to attack Prime Minister Narendra Modi and said that it is the Indian Air Force which protects the nation but the ‘Chowkidaar’ stole Rs 30,000 crore from the same air force and gave it to Ambani. Addressing his first public rally in the state capital after taking over the reigns of the Congress party   Gandhi also made the people raise the slogan of ‘Chowkidaar chor hai’.

ଦେଶର ଏଭଳି ପରିସ୍ଥିତି ସମୟରେ ପ୍ରଧାନମନ୍ତ୍ରୀ ରାଜନୀତି ନ କରନ୍ତୁ – ବିରୋଧୀ

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପରିସ୍ଥିତି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ ଆଲୋଚନା କରୁଛନ୍ତି । ଏହି ଭିଜିଓ କନ୍‌ଫରେନ୍ସିକୁ ବିରୋଧୀଙ୍କ ପକ୍ଷରୁ କଡା ସମାଲୋଚନା କରାଯାଇଛି । ଆଜି କଂଗ୍ରେସ ତରଫରୁ ଥିବା ରାଲିକୁ ସ୍ଥଗିତ ରଖାଯାଇଥିବାବେଳେ ମୋଦି ତାଙ୍କ ପ୍ରଚାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଭାରତର ଜଣେ ବୀର ପାଇଲ୍‌ଟ ଅଭିନନ୍ଦନ ପାକିସ୍ତାନ କବ୍‌ଜାରେ ଥିବାବେଳେ ସାରାଦେଶବାସୀ ତାଙ୍କ ମୁକ୍ତି ପାଇଁ ପ୍ରାର୍ଥନା କରୁଥିବାବେଳେ ଦେଶର ପ୍ରଧାନମନ୍ତ୍ରୀ ଏହି ସମୟରେ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ ରହି ସତ୍ତାକୁ ଆସିବାର ଯୋଜନା ଚଳାଇଛନ୍ତି ବୋଲି କଂଗ୍ରେସ ଆକ୍ଷେପ କରିଛି ।