ଦିଲ୍ଳୀର ଆଇନ ଶୃଙ୍ଖଳା ପରସ୍ଥିତି କେନ୍ଦ୍ରର ଦାୟିତ୍ବ : ରାଘବ ଚଢ୍ଢା

ଶାହିନବାଗକୁ ନେଇ ମୁହଁ ଖୋଲିଛନ୍ତି ଆପ୍‌ ନେତା ରାଘବ ଚଢ୍ଢା । ଶାହିନବାଗରେ ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ କରାଯାଇଥିବା ପ୍ରଶ୍ନରେ ରାଘବ ଏହି ଉତ୍ତର ଦେଇଥିଲେ । ଦିଲ୍ଲୀର ଆଇନ ଶୃଙ୍ଖଳା ପରସ୍ଥିତି କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି । ତେଣୁ ଶାହିନବାଗରୁ ଆନ୍ଦୋଳନ ହଟାଇବା ଦାୟିତ୍ବ କେନ୍ଦ୍ର ସରକାରଙ୍କର ବୋଲି ରାଘବ ପ୍ରକାଶ କରିଛନ୍ତି । ଆପ୍‌ ଏକ କ୍ଷୁଦ୍ର ରାଜନୈତିକ ଦଳ ଯାହାକି ସାଧାରଣ ଜନତାଙ୍କ ବିଭିନ୍ନ ଅସୁବିଧା, ସ୍ବାସ୍ଥ୍ୟ, ଶିକ୍ଷା ଏବଂ ପ୍ରଦୂଷଣକୁ ନେଇ ରହିଥିବା ସମସ୍ୟା ଦୂର କରିବା ଏହାର ଦାୟିତ୍ବ । ସିଏଏ ଏବଂ ଏହାକୁ ନେଇ ରହିଥିବା ସମସ୍ୟା ସହିତ ଆପ୍‌ର କୌଣସି ସମ୍ପର୍କ ନାହିଁ ବୋଲି ରାଘବ ପ୍ରକାଶ କରିଥିଲେ ।