ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ 4 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଆଜି ଅନୁଷ୍ଠିତ ହେବ । ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଅପରାହ୍ନ ଚାରିଟାରୁ ରାତି ଆଠଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ପୁରୀ ଗଣଦୁଷ୍କର୍ମ ମାମଲା :କନେଷ୍ଟବଳଙ୍କ ସମେତ 4 ଗିରଫ

ନିମାପଡାରୁ ଉଠାଇ ନେଇ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗରେ ଆଜି 4 ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ନିଲମ୍ବିତ କନେଷ୍ଟବଳ ରହିଛନ୍ତି । ଜିତେନ୍ଦ୍ର ସେଠୀ ନାମକ ଏହି କନେଷ୍ଟବଳ ଜଣକ ଯୁବତୀଙ୍କୁ ଝାଡେଶ୍ବରୀ କ୍ଲବ ନିକଟସ୍ଥ କ୍ବାର୍ଟରକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଗତକାଲି ଯୁବତୀଙ୍କ ଅଭିଯୋଗ ପରେ କନେଷ୍ଟବଳଙ୍କୁ ପଚରା ଉଚୁରା କରାଯାଇଥିଲା । ଆଜି କନେଷ୍ଟବଳଙ୍କ ଗିରଫ କରାଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ପଚରା ଉଚୁରା କରୁଛି ପୋଲିସ୍‌ ।

ପୁରୀରେ ଗୋଷ୍ଠୀ ସଂଘର୍ଷ : ଛୁରାମାଡ଼ ଓ ଏସିଡ଼ ମାଡ଼ରେ ୪ ଗୁରୁତର

ପୁରୀ ବ୍ରହ୍ମଗିରିରେ ଗୋଷ୍ଠୀ ସଂଘର୍ଷ କାରଣରୁ  ଚାରିଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଅପର ଗୋଷ୍ଠୀ ପକ୍ଷରୁ କାଜୁ ବଗିଚାରେ ନିଆଁ ଲଗାଇବା ସହ ଛୁରାମାଡ଼ ଓ ଏସିଡ ମାଡ଼ କରାଯାଇଥିବା ଜଣାପଡ଼ିଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଶାହାଜାନପୁରରେ କୈାଣସି କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଗୋଟିଏ ଗୋଷ୍ଠୀ କାଜୁ ବଗିଚା ଜଗିଥିବା ବେଳେ ଅନ୍ୟ ଗୋଷ୍ଠୀ ପକ୍ଷରୁ ବଗିଚାରେ ନିଆଁ ଲଗାଇବା ସହ ଆକ୍ରମଣ କରାଯାଇଛି। ଶାହାଜାନପୁର ଗାଁର ଏହି ଘଟଣାରେ ଏସିଡ଼ ମାଡ଼ରେ ଦୁଇ ଜଣ ଓ ଛୁରାମାଡ଼ରେ ଦୁଇଜଣ ଗୁରୁତର ହୋଇଛନ୍ତି।

BJP national spokesman Sambit Patra named for Puri Lok Sabha seat.

The BJP Central Election Committee on Friday night announced the name of party spokesman Sambit Patra as its candidate from the prestigious Puri parliamentary constituency in Odisha.
“Congratulations to my colleague Sambit Patra and all the luck for contesting from Puri in Odisha,” party leader and media co incharge Sanjay Mayukh tweeted.