ପୁଲଓ୍ବାମାରେ ସୁରକ୍ଷା ବଳଙ୍କ ଉପରେ ଆକ୍ରମଣ : ଦୁଇ ଯବାନ ଆହତ

ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ସୁରକ୍ଷା ବଳଙ୍କ ଉପରେ ପୁନର୍ବାର ଆକ୍ରମଣ କରାଯାଇଛି । ଗୁରୁବାର କରାଯାଇଥିବା ଆକ୍ରମଣରେ ଦୁଇ ଜଣ ସିଆରପିଏଫ୍‌ ଯବାନ ଆହତ ହୋଇଛନ୍ତି । ଗତକାଲି ଦୁଇ ଜଣ ବିଏସ୍‌ଏଫ୍‌ ଯବାନ ଶହୀଦ ହୋଇଥିବା ବେଳେ ଆଜି ସର୍ଚ୍ଚ ଅପରେସନ୍‌ରେ କୁପ୍‌ଓ୍ବାରାରୁ 3 ଜଣ ଆତଙ୍କୀ ଗିରଫ ହୋଇଥିଲେ । ଏହି ଘଟଣା ପରେ ସିଆରପିଏଫ୍‌ ଯବାନଙ୍କ ଉପରକୁ ଅଚାନକ ହମ୍‌ଲା କରାଯାଇଥିଲା । ଦୁଇ ଆହତ ଯବାନଙ୍କୁ ସ୍ଥାନୀୟ ମିଲିଟାରୀ ହସ୍ପିଟାଲରେଭର୍ତ୍ତି କରାଯାଇଥିବା ନେଇ ସିଆରପିଏଫ୍‌ ଡିଜି ସୂଚନା ଦେଇଛନ୍ତି ।

ପୁଲଓ୍ବାମା ଶହୀଦଙ୍କ ସ୍ମୃତିରେ ବିଜେପିକୁ ରାହୁଲ୍‌ଙ୍କ ସମାଲୋଚନା

ପୁଲଓ୍ବାମା ଆକ୍ରମଣକୁ ଏକ ବର୍ଷ ପୁରୁଥିବା ବେଳେ ରାହୁଲ ଗାନ୍ଧୀ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ରାହୁଲ ବିଜେପିକୁ ସମାଲୋଚନା କରିଛନ୍ତି । ପୁଲଓ୍ବାମା ଆକ୍ରମଣରୁ କେଉଁ ଦଳ ସର୍ବାଧିକ ଫାଇଦା ପାଇଥିଲା ବୋଲି ରାହୁଲ ଟ୍ବିଟ୍ଟର ଜରିଆରେ ପ୍ରଶ୍ନ କରିଛନ୍ତି । ଆକ୍ରମଣର ତଦନ୍ତ କରାଯାଇଥିବା ବେଳେ ତଦନ୍ତ ରିପୋର୍ଟ କଣ ଆସିଲା ଏବଂ ଢିଲା ସୁରକ୍ଷା ବ୍ୟବସ୍ଥା କାରଣରୁ ଆକ୍ରମଣ ଘଟିଥିବା ବେଳେ ବିଜେପି ସରକାରର କେଉଁ ନେତା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ ବୋଲି ରାହୁଲ ପ୍ରଶ୍ନ କରିଥିଲେ ।

ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ଓ ଶାହା : ଉନ୍ମୋଚନ ହେବ ଶହୀଦ ସ୍ତମ୍ଭ

ପୁଲଓ୍ବାମା ଆକ୍ରମଣକୁ ଏକ ବର୍ଷ ପୁରୁଥିବା ବେଳେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ । ଉଭୟ ରାଜନାଥ ସିଂ ଏବଂ ଅମିତ ଶାହା ଟ୍ବିଟ୍ଟର ଜରିଆରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପୁଲଓ୍ବାମାର ଲେଥପୋରା କ୍ୟାମ୍ପରେ ଏକ ଶହୀଦ ସ୍ତମ୍ଭର ମଧ୍ୟ ଉନ୍ମୋଚନ କରାଯିବ । ଏହି ସ୍ତମ୍ଭରେ 40 ଜଣ ଶହୀଦ ଯବାନଙ୍କ ନାମ ଏବଂ ଫଟୋ ରହିବ । ଦେଶର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନର ଏହା ଏକ ପ୍ରୟାସ ବୋଲି ସିଆରପିଏଫ୍‌ର ଉପ ମୁଖ୍ୟ ଜୁଲଫିକର ହସନ୍‌ ପ୍ରକାଶ କରିଛନ୍ତି ।

ତ୍ରାଲ୍‌ରେ ଏନ୍‌କାଉଣ୍ଟର : 3 ଆତଙ୍କୀ ମୃତ

ଜମ୍ମୁ କାଶ୍ମୀରର ତ୍ରାଲରେ ଏକ ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନ୍‌କାଉଣ୍ଟରରେ ତିନି ଜଣ ଆତଙ୍କୀ ନିହତ ହୋଇଛନ୍ତି । ରବିବାର ପୁଲଓ୍ବାମାର ତ୍ରାଲର ଗୁଲଶନପୁରାରେ ଏହି ଏନକାଉଣ୍ଟରରେ ସଙ୍ଗଠିତ ହୋଇଛି । ଦକ୍ଷିଣ କାଶ୍ମୀରରେ ସୁରକ୍ଷା ବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଚାଲିଥିବା ସମୟରେ ଆତଙ୍କୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ସୁରକ୍ଷା ବଳଙ୍କ ପକ୍ଷରୁ ପାଲଟା ଗୁଳି ଚାଳନାରେ ତିନି ଆତଙ୍କୀ ପ୍ରାଣ ହରାଇଥିଲେ । ଗୁଳିଚାଳନା ପରେ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ କର୍ଡନ କରାଯାଇଥିଲା ।

ପୁଲଓ୍ବାମାରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର

ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ରବିବାର ମଧ୍ୟରାତ୍ରରୁ ଏହି ଏନ୍‌କାଉଣ୍ଟର ଜାରି ରହିଛି । ଆର୍ମି ପୁଲିସ୍‌ ଏବଂ ସିଆରପିଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ସମୟରେ ଆତଙ୍କୀଙ୍କ ଏହି ଗୁପ୍ତ ଠିକଣାର ସନ୍ଧାନ ମିଳିଥିଲା । ଏହାପରେ ଉଭୟ ପକ୍ଷରୁ ଗୁଳିଚାଳନା ଜାରି ରହିଛି । ଘଟଣା ସ୍ଥଳରେ ତିନି ଆତଙ୍କବାଦୀ ଉପସ୍ଥିତ ଥିବା ଜଣାପଡିଛି । ଖବର ପ୍ରସ୍ତୁତି ବେଳକୁ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ଚାଳନା ଜାରି ରହିଛି ।

ରାମ ଗୋପାଲଙ୍କ ବିବାଦୀୟ ବୟାନ: ପୁଲୱାମା ଆକ୍ରମଣ ପାଇଁ ରଚାଯାଇଥିଲା ଷଡଯନ୍ତ୍ର

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ମହାସଚିବ ରାମ ଗୋପାଲ ପୁଲ୍‌ଓ୍ବାମା ଆତଙ୍କୀ ଆକ୍ରମଣକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାମଗୋପାଲ କହିଛନ୍ତି ଯେ, ଭୋଟ୍‌ ପାଇଁ ୪୦ ଜଣ ଯବାନଙ୍କ ପ୍ରାଣବଳି ଚଢାଗଲା। ଯେତେବେଳେ ସରକାର ବଦଳିଯିବେ, ସେତେବେଳେ ଏହି ଘଟଣାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯିବ ଏବଂ ଏଥିରେ ବହୁତ ବଡ଼ ବଡ଼ ନେତା ଓ ଲୋକ ଫସିବେ। ଏହି ଆକ୍ରମଣ ପାଇଁ ଷଡଯନ୍ତ୍ର କରାଯାଇଥିଲା  ଓ ଭୋଟ୍‌ ପାଇଁ ଯବାନଙ୍କୁ ମାରିଦିଆଗଲା।

2 militants killed, civilian injured at Tral encounter

Two militants were killed on Tuesday by security forces in an encounter which ensued during a Cordon and Search Operation (CASO) in Tral area of south Kashmir district of Pulwama, official sources said, a civilian was also injured in the shootout. Following about presence of militants, a joint team of SOG of state police, RR and CRPF launched a CASO.