ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ର ଦୂରାବସ୍ଥା ନେଇ ସରକାରଙ୍କୁ ପ୍ରିୟଙ୍କାଙ୍କ ସମାଲୋଚନା

ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ ଶ୍ରମିକଙ୍କ ଦୂରାବସ୍ଥା ନେଇ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ । ଦେଶରେ ଚାଲୁଥିବା ବିଭିନ୍ନ ଶ୍ରମିକ ଟ୍ରେନ୍‌ ମଧ୍ୟରୁ 40 ପ୍ରତିଶତ ଟ୍ରେନ୍‌ ବିଳମ୍ବରେ ଚାଲୁଛି । ଏପରି ଅବ୍ୟବସ୍ଥା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ 80 ଜଣ ଶ୍ରମିକ ପ୍ରାଣ ହରାଇଲେଣି । ଅସୁସ୍ଥ ଲୋକ ଯାତ୍ର ନକରିବା ପାଇଁ ସରକାରଙ୍କ ବେପରୁଆ ବୟାନ ଗ୍ରହଣୀୟ ନୁହେଁ ବୋଲି ପ୍ରିୟଙ୍କା କହିଛନ୍ତି ।

Priyanka funding violence in UP, says UP BJP Chief

In a shocking statement, UP BJP president Swatantra Dev Singh has accused Congress general secretary Priyanka Gandhi Vadra of ‘funding’ violence in Uttar Pradesh. He alleged that she was ‘bringing goons” from other states to foment trouble in the state.

ମୁଜାଫରପୁରନଗରରେ ଦଙ୍ଗା ପୀଡିତଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧୀ

ଉତ୍ତରପ୍ରଦେଶର ମୁଜାଫରପୁରରେ ଦଙ୍ଗା ପୀଡିତଙ୍କୁ ଭେଟିବା ପାଇଁ ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଏହି ଅବସରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ମୌଲାନା ଅସଦ ରାଜା ହୁସେନୀଙ୍କୁ ଭେଟିଥିଲେ । ସିଏଏକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ପୋଲିସ୍‌ ମୌଲାନାଙ୍କ ସମେତ ଛାତ୍ରଛାତ୍ରୀ ଏପରିକି ନାବାଳକ/ନାବାଳିକାଙ୍କୁ ମାଡ ମାରିବା ସହ ଉଠାଇ ନେଇଥିଲା ବୋଲି ପ୍ରିୟଙ୍କା ପ୍ରକାଶ କରିଛନ୍ତି । ଏହି ଗସ୍ତ ସମୟରେ ପ୍ରିୟଙ୍କାଙ୍କ ସହିତ ଶାହରନ୍‌ପୁରର କଂଗ୍ରେସ ନେତା ଇମ୍ରାନ୍‌ ମାସୁଦ୍‌ ଉପସ୍ଥିତ ଥିଲେ ।

ନିଜ ନାମକୁ ଫିରୋଜ ପ୍ରିୟଙ୍କା କରନ୍ତୁ ପ୍ରିୟଙ୍କା ଗାନ୍ଧୀ

ଗେରୁଆ ପୋଷାକକୁ ନେଇ ପ୍ରିୟଙ୍କା ଗାନ୍ଧୀଙ୍କ ମନ୍ତବ୍ୟ ପରେ ବିଜେପି ସାଂସଦ ସାଧ୍ୱୀ ନିରଞ୍ଜନ ଜ୍ୟୋତି ତାଙ୍କୁ ସମାଲୋଚନା କରିଛନ୍ତି । ଗେରୁଆ ରଙ୍ଗକୁ ସମାଲୋଚନା କରୁଥିବା ପ୍ରିୟଙ୍କା ନିଜ ସାଙ୍ଗିଆରୁ ଗାନ୍ଧୀ ହଟାଇ ଫିରୋଜ ଲେଖିବା ଉଚିତ୍‌ ବୋଲି ସାଧ୍ବୀ ମତ ଦେଇଛନ୍ତି । ସାଧ୍ବୀ କହିଛନ୍ତି ଯେ ପ୍ରିୟଙ୍କା ନକଲି ଗାନ୍ଧୀ ଏବଂ ତାଙ୍କୁ ନିଜ ନାଁ ସହ ନିଜର ଜେଜେ ବାପା ଫିରୋଜ ଗାନ୍ଧୀଙ୍କ ନାଁ ଯୋଡିବା ଦରକାର । ପ୍ରିୟଙ୍କା ଗେରୁଆ ରଙ୍ଗର ମହତ୍ତ୍ବ ନବୁଝି ଏପରି ମନ୍ତବ୍ୟ ଦେଇଥିବାରୁ ସେ ଗାନ୍ଧୀ ସାଙ୍ଗିଆର ହକ୍‌ଦାର ନୁହନ୍ତି ବୋଲି ସାଧ୍ବୀ କହିଛନ୍ତି ।

ସୁରକ୍ଷା ଅଧିନିୟମ ଭଙ୍ଗ କରିଛନ୍ତି ପ୍ରିୟଙ୍କା : ସିଆରପିଏଫ୍‌

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୁରକ୍ଷା ଅଧିନିୟମ ଭଙ୍ଗ କରିଥିବା ନେଇ ସିଆରପିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି । ବିନା କୌଣସି ସୂଚନାରେ ବିଭିନ୍ନ ସ୍ଥାନକୁ ଭ୍ରମଣ କରି ସିଆରପିଏଫ୍‌ ନିୟମ ଭଙ୍ଗ କରିଛନ୍ତି ବୋଲି ସିଆରପିଏଫ୍‌ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି । ରବିବାର ପ୍ରିୟଙ୍କା କଂଗ୍ରେସ ପ୍ରତିଷ୍ଠା ଦିବସରେ ଯୋଗଦେବା କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରିୟଙ୍କା ସୁରକ୍ଷା ଦାୟିତ୍ବରେ ରହିଥିବା ଅଧିକାରୀଙ୍କୁ ନ ଜଣାଇ ଲକ୍ଷ୍ନୌ ଯାଇଥିଲେ । ପରବର୍ତ୍ତୀ ସମୟରେ ପୋଲିସ ପ୍ରିୟଙ୍କାଙ୍କ ଗଳା ଦବାଇବା ନେଇ କଂଗ୍ରେସ ମହାସଚିବ ଅଭିଯୋଗ କରିଥିଲେ ।

ପ୍ରିୟଙ୍କାଙ୍କୁ ପୋଲିସ୍‌ କର୍ମୀଙ୍କ ଆକ୍ରମଣ ଘଟଣାକୁ ଶତ୍ରୁଘ୍ନଙ୍କ ନିନ୍ଦା

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ୍‌ ଆକ୍ରମଣକୁ ନିନ୍ଦା କରିଛନ୍ତି କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା । ପ୍ରିୟଙ୍କା ଗାନ୍ଧୀ-ନେହେରୁ ପରିବାରର ସଦସ୍ୟ ହୋଇଥିବା ବେଳେ ଯଦି ତାଙ୍କ ସହିତ ଏପରି ହୋଇ ପାରୁଛି ତେବେ ସାଧାରଣ ଜନତାଙ୍କ ଅବସ୍ଥା କଣ ହେଉଥିବ ତାହା ସ୍ପଷ୍ଟ ଅନୁମେୟ ବୋଲି ଶତ୍ରୁଘ୍ନ କହିଛନ୍ତି । ପୋଲିସର ଗୁଣ୍ଡାରାଜକୁ ଶତ୍ରୁଘ୍ନ ନାପସନ୍ଦ କରିବା ସହିତ ସମାଲୋଚନା କରିଥିଲେ ।

ଏସ୍‌ପିଜି ପ୍ରତ୍ୟାହାର ନିଷ୍ପତ୍ତି ଏକ ରାଜନୈତିକ ଚାଲ୍‌ : ପ୍ରିୟଙ୍କା ଗାନ୍ଧୀ

ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା ହଟାଯାଇଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏସ୍‌ପିଜି ପ୍ରତ୍ୟାହାର ନିଷ୍ପତ୍ତି ଏକ ରାଜନୈତିକ ଚାଲ୍‌ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । ନରେନ୍ଦ୍ର ମୋଦିଙ୍କ ସରକାର ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା ହଟାଇବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଜେଡ୍‌ ପ୍ଲସ୍‌କୁ ହ୍ରାସ କରିଥିଲେ । ଏହି ଘଟଣାକୁ ନେଇ ଗତକାଲି କଂଗ୍ରେସ ସଦସ୍ୟ ମାନେ ସଂସଦରେ ଆନ୍ଦୋଳନ କରିଥିଲେ । ଆନ୍ଦୋଳନ ପ୍ରତି କେନ୍ଦ୍ର ସରକାର କର୍ଣ୍ଣପାତ ନକରି ଏହାକୁ ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି ବୋଲି କହିଛନ୍ତି ।

Priyanka supports demand of UP Anganwadi workers for being given status of state govt employee

Supporting the demand of Uttar Pradesh Anganwadi workers that they be given status of state government employee, AICC General secretary incharge for Uttar Pradesh east Priyanka Gandhi Vadra on Sunday condemned the lathicharge on the workers raising this demand. In a post on social media, Priyanka said, ‘the Anganwadi workers and their helpers are demanding status of state government employees.

‘ଚୌକିଦାର’କୁ ନେଇ ମୋଦିଙ୍କୁ ସମାଲୋଚନା କଲେ ପ୍ରିୟଙ୍କା : ଧନୀଙ୍କ ପାଇଁ ଚୌକିଦାର, କୃଷକଙ୍କ ପାଇଁ ନୁହେଁ

ଚଳିତ ନିର୍ବାଚନୀ ପ୍ରଚାରରେ ‘ଚୌକିଦାର’ ପ୍ରସଙ୍ଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଜେପି ତା’ର ନିର୍ବାଚନୀ ନାରା ‘ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିଥିବାବେଳେ ଏହାକୁ କଟାକ୍ଷ କରିଛନ୍ତି ପ୍ରିୟଙ୍କା ଗାନ୍ଧି। ସକ୍ରିୟ ରାଜନୀତିକୁ ଆସି କଂଗ୍ରେସର ସାଧାରଣ ସଂପାଦିକା ଭାବେ ଦାୟିତ୍ୱ ନେଇଥିବା ପ୍ରିୟଙ୍କା ଗାନ୍ଧୀ ଏହି ‘ଚୌକିଦାର’ ପ୍ରସଂଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି କହିଛନ୍ତି ‘ମୋଦି ଚୌକିଦାର କେବଳ ବଡ଼ ଲୋକଙ୍କ ପାଇଁ, କୃଷକଙ୍କ ପାଇଁ ନୁହଁନ୍ତି।

୪ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ପ୍ରିୟଙ୍କା ଗାନ୍ଧୀ

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ପ୍ରଥମେ ସେ ଗଙ୍ଗା ନଦୀରେ ପୂଜାର୍ଚ୍ଚନା କରିବା ସହ ହନୁମାନ ମନ୍ଦିର ଦର୍ଶନ କରି ପ୍ରୟାଗରାଜ ଗସ୍ତ କରିଛନ୍ତି। ପ୍ରିୟଙ୍କା ନୌକାବିହାର କରି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ପ୍ରୟାଗରାଜରୁ ବାରଣାସୀ ପର୍ଯ୍ୟନ୍ତ ନୌକାବିହାର କରିବେ ପ୍ରିୟଙ୍କା। ଏହି ଯାତ୍ରା ପାଖାପାଖି ୧୪୦ କିଲୋମିଟର ହେବ। ୟୁପିରେ କଂଗ୍ରେସକୁ ମଜବୁତ କରିବା ପାଇଁ ୪ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି ପ୍ରିୟଙ୍କା।