ଏକ କମ୍ପାନୀକୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାତ୍ର 1 ଡଲାରରେ କିଣିଛନ୍ତି । ଅବିଶ୍ବାସ ହେଲେ ମଧ୍ୟ ସତ । ସୋମବାର ଏହି ଘୋଷଣା କରିଛି ଅଷ୍ଟ୍ରେଲିଆର ନାଇନ୍ ଏଣ୍ଟରଟେନ୍ମେଣ୍ଟ । ନାଇନ୍ ଏଣ୍ଟରଟେନ୍ମେଣ୍ଟ ଦ୍ବାରା ପରିଚାଳିତ ଖବର ବିତରଣ କମ୍ପାନୀ ଷ୍ଟଫ୍ ପ୍ରିଣ୍ଟସ୍କୁ ବିକ୍ରି କରିବାର ନିଷ୍ପତ୍ତି ନେଇଛି ମ୍ୟାନେଜମେଣ୍ଟ । ଷ୍ଟଫ୍ ପ୍ରିଣ୍ଟସ୍ର ସିଇଓ ରହିଥିବା ସିନିଆଡ୍ ବାଉଚର୍ଙ୍କୁ ଏହି କମ୍ପାନୀ ବିକ୍ରୟ କରାଯିବା ନେଇ ଘୋଷଣା କରାଯାଇଛି । ଚଳି ମାସ ଶେଷ ସୁଦ୍ଧା ମାତ୍ର 1 ଡଲାର ବିନିମୟରେ କମ୍ପାନୀ ବାଉଚରଙ୍କ ନାମରେ ହୋଇଯିବ ।