ଝାରଖଣ୍ଡ ନିର୍ବାଚନରେ 10ଟା ସୁଦ୍ଧା 11.2 ପ୍ରତିଶତ ମତଦାନ : ଗୁମ୍‌ଲାରେ ବ୍ରିଜ୍‌ ଉଡାଇଲେ ମାଓବାଦୀ

ଝାରଖଣ୍ଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶନିବାର ଆରମ୍ଭ ହୋଇଛି । 13ଟି ଆସନରେ ଅନୁଷ୍ଠିତ ହେଉଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସକାଳ 10ଟା ସୁଦ୍ଧା11.2 ପ୍ରତିଶତ ଭୋଟଗ୍ରହଣ ହୋଇଛି । ଛତରା, ଗୁମଲା, ବିଷ୍ଣୁପୁର, ଲୋହରଦଗା, ମଣିକା, ଲାତେହାର, ପାଙ୍କି, ଡାଲଟନଗଞ୍ଜ, ବିଶ୍ରାମପୁର, ଛତରପୁର, ହୁସେନବାଦ, ଘରୱା ଓ ଭବନାଥପୁର ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ଭୋଟଗ୍ରହଣ ସମୟରେ ମାଓପ୍ରବଣ ଗୁମ୍‌ଲାରେ ମାଓବାଦୀ ମାନେ ଏକ ବ୍ରିଜ୍‌ ଉଡାଇ ଦେଇଛନ୍ତି ।

ଝାରଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ

ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶନିବାର ଆରମ୍ଭ ହୋଇଛି । 13ଟି ଆସନରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ସକାଳ 7ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ । ଛତରା, ଗୁମଲା, ବିଷ୍ଣୁପୁର, ଲୋହରଦଗା, ମଣିକା, ଲାତେହାର, ପାଙ୍କି, ଡାଲଟନଗଞ୍ଜ, ବିଶ୍ରାମପୁର, ଛତରପୁର, ହୁସେନବାଦ, ଘରୱା ଓ ଭବନାଥପୁର ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାରେ 37 ଲକ୍ଷ 83 ହଜାର 55 ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବ ।

Polling begins for first phase of Jharkhand Assembly polls

Polling began at 7 a.m. on Saturday for 13 seats of Jharkhand Assembly polls, said officials. In the first phase, polling is taking place in Maoist affected area amid heavy security arrangements. The polling will continue till 3 p.m..As many as 189 candidates are in the fray for the 13 seats. The candidates’ fate will be decided by 37,83,055 voters.

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ୍ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ସେଥିପାଇଁ ଓଡ଼ିଶାର ୪ଟି ଲୋକସଭା ଆସନ ସହିତ ୨୮ଟି ବିଧାନସଭା ଆସନ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ଆସନ ସହିତ ଏହା ଅଧୀନରେ ଆସୁଥିବା ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହେଉଛି ମାର୍ଚ୍ଚ ୨୫। ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ୯୧ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ।