ବିଜେପି ଛାଡିନାହାନ୍ତି ପଙ୍କଜା ମୁଣ୍ଡେ : ଚନ୍ଦ୍ରକାନ୍ତ ପାଟିଲ

ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ ଦଳ ଛାଡି ନାହାନ୍ତି ବୋଲି ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି । ପାର୍ଲି ଆସନରୁ ପଙ୍କଜା ପରାଜିତ ହେବା ପରେ ଦଳୀୟ ନେତାଙ୍କ ସହିତ ତାଙ୍କର ସମ୍ପର୍କ ଖରାପ ହେବାରେ ଲାଗିଥିଲା । ସୋମବାର ନିଜ ଟ୍ବିଟ୍ଟର ବାୟୋରୁ ବିଜେପି ହଟାଇଥିଲେ ପଙ୍କଜା ମୁଣ୍ଡେ । ମୁଣ୍ଡେ ଦଳ ଛାଡୁଥବାର ସୂଚନା ମିଳିବା ପରେ ମହରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଏ ସମ୍ପର୍କରେ ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି ।