କରୋନାରେ ଆକ୍ରାନ୍ତ ହେଲେ ଏହି ପାକିସ୍ତାନୀ କ୍ରିକେଟର

ପାକିସ୍ତାନୀ କ୍ରିକେଟର ସାହିଦ୍‌ ଆଫ୍ରିଦି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପାକିସ୍ତାନର ଏହି 40 ବର୍ଷୀୟ କ୍ରିକେଟର ଶନିବାର ଦିନ କରୋନା ପଜିଟିଭ୍‌ ହୋଇଥିବା ନେଇ ଟ୍ବିଟ୍ କରିଛନ୍ତି । ଗୁରୁବାର ଠାରୁ ଅସୁସ୍ଥ ଥିବା ଆଫ୍ରିଦିଙ୍କ ରିପୋର୍ଟ ଆଜି ପଜିଟଗିଭ୍‌ ଆସିଥିଲା । ଏହା ସହିତ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ ବୋଲି ଫ୍ୟାନ୍‌ ମାନଙ୍କୁ ଅନୁରୋଧ କରିବା ସହିତ ଇନ୍‌ସା ଆଲ୍ଲା ବୋଲି ଟ୍ବିଟ୍‌ କରିଥିଲେ ଆଫ୍ରିଦି । ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଅନ୍ୟତମ ପାକିସ୍ତାନ ଖେଳାଳି ତୌଫିକ୍‌ ଉମର୍‌ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ ।

Pakistan reports 510 COVID-19 cases

The number of coronavirus cases in Pakistan increased to 510 on Saturday, while the death toll stood at three, authorities said. On Saturday, Sindh, the worst-hit province, reported 15 new coronavirus cases, reports Dawn news. According to Sindh Health Department spokesperson Meeran Yousuf, the provincial tally rose to 267. The three deaths were reported from Khyber Pakhtunkhwa and Sindh.

ପାକିସ୍ତାନରେ ଧ୍ବଂସ ପାଇଲା ଏଫ୍‌-16 : ପାଇଲଟ୍‌ ମୃତ

ପାକିସ୍ତାନରେ ଏକ ଲଢୁଆ ଏଫ୍‌ 16 ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସହିତ ଜଣେ ପାଇଲଟ୍‌ ପ୍ରାଣ ହରାଇଛନ୍ତି । ବୁଧବାର ପାକିସ୍ତାନର 23 ତମ ମାର୍ଚ୍ଚ ପରେଡ୍‌ ଅବସରରେ ଏହି ଦୁର୍ଘଟଣା ଘଟିଛି । ପାକିସ୍ତାନ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ନୋମାନ ଆକ୍ରମ ଏହି ଯୁଦ୍ଧ ବିମାନର ପାଇଲଟ୍‌ ରହିଥିଲେ । ଇସଲାମାବାଦରେ ଘଟିଥିବା ଦୁର୍ଘଟଣାରେ ପାଇଲଟ୍‌ ଜଣକ ଶହୀଦ ହୋଇଛନ୍ତି । ଓ୍ବିଙ୍ଗ କମାଣ୍ଡର ଆକ୍ରମ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି ।

ପାକିସ୍ତାନରେ ଭୟଙ୍କର ବର୍ଷା : 17 ଜଣଙ୍କ ପ୍ରାଣହାନି

ଭୟଙ୍କର ବର୍ଷାରେ ପ୍ରପୀଡିତ ହୋଇଛି ପାକିସ୍ତାନ । ପାକିସ୍ତାନରେ ପ୍ରବଳ ବର୍ଷା କାରଣରୁ 24 ଘଣ୍ଟା ମଧ୍ୟରେ 17 ଜଣଙ୍କ ପ୍ରାଣହାନି ଘଟିଛି । ଶନିବାର ପାକିସ୍ତାନୀ ସରକାରୀ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ପାକିସ୍ତାନର ଖାଇବର୍‌ ପଖ୍‌ତୁନ୍‌ଖା ପ୍ରଦେଶରେ ସର୍ବାଧିକ 12 ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏହା ସହିତ ପ୍ରବଳ ବର୍ଷାରେ 10ଟି ଘର ଏବଂ ଏକାଧିକ ସ୍କୁଲ ଭୁଷୁଡି ପଡିଛି । ସେହିପରି ପଞ୍ଜାବ ଏବଂ ବେଲୁଚିସ୍ତାନ ପ୍ରଦେଶରେ 5 ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଛି ।

ପାକିସ୍ତାନରେ ଟ୍ରେନ୍‌-ବସ୍‌ ଧକ୍କା : 20 ମୃତ

ପାକିସ୍ତାନରେ ଏକ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଛି । ସିନ୍ଧ ପ୍ରଦେଶରେ ଏକ ଟ୍ରେନ୍‌ ଏବଂ ବସ୍‌ ମଧ୍ୟରେ ଦୁର୍ଘଟଣା ଘଟି 20 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 60 ଜଣ ଆହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ସୁକୁର୍‌ ସହରର ରୋହ୍‌ରୀ ରେଳ ଷ୍ଟେସନ୍‌ରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନ୍‌ଟି କରାଚୀରୁ ରାଓ୍ବଲପିଣ୍ଡି ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ବସ୍‌ରେ 20 ଜଣ ଯାତ୍ରୀ ରହିଥିବା ବେଳେ  ସମସ୍ତ ବସ୍‌ ଯାତ୍ରୀଙ୍କ ପ୍ରାଣହାନି ଘଟିଛି ।

ପାକିସ୍ତାନରେ ଗ୍ୟାସ୍‌ ଲିକ୍‌ : 5 ମୃତ, 70 ଆହତ

ପାକିସ୍ତାନର କରାଚୀରେ ଗ୍ୟାସ୍‌ ଲିକ୍‌ ଘଟି 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 70ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପାକିସ୍ତାନର ଦକ୍ଷିଣ ପ୍ରାନ୍ତରେ ଏକ କଣ୍ଟେନରରୁ ଗ୍ୟାସ୍‌ ଲିକ୍‌ ହେବା ସହିତ 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 70 ଜଣ ଅଚେତ ହୋଇ ପଡିଛନ୍ତି । ଦକ୍ଷିଣ କରାଚୀର ଡିଜିପି ସର୍ଜିଲ ଖରାଲ ଏହି ଗ୍ୟାସ୍‌ ଲିକ୍‌ ନେଇ ସୂଚନା ଦେଇଛନ୍ତି । କରାଚୀର କେମାରୀ ବନ୍ଦରରେ ଏକ କଣ୍ଟେନର ଲାଗିବା ପରେ ଏଥିରୁ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହୋଇ 5 ଜଣଙ୍କର ମୃତ୍ୟୁ ଘଟିଥିଲା । ଆହତ ମାନଙ୍କୁ ସ୍ଥାନୀୟ ଆବ୍ବାସୀ ଶହୀଦ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ପାକିସ୍ତାନରେ ଦୁଇ ପୃଥକ ଏନକାଉଣ୍ଟରରେ 10 ଆତଙ୍କୀ ମୃତ

ପାକିସ୍ତାନରେ ଦୁଇ ପୃଥକ ଏନକାଉଣ୍ଟରରେ 10 ଜଣ ଆତଙ୍କୀ ନିହତ ହୋଇଛନ୍ତି । ସ୍ଥାନୀୟ ମିଡିଆ ଏବଂ ସେନାବାହିନୀ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ବୁଧବାର ରାତିରେ ଏହି ଦୁଇ ଏନକାଉଣ୍ଟର ସଙ୍ଗଠିତ ହୋଇଥିଲେ । ପାକିସ୍ତାନର ଦତା ଖେଲ ଏବଂ ଉତ୍ତର ଓ୍ବଜିରସ୍ତାନରେ ଏହି ଦୁଇ ଏନକାଉଣ୍ଟର ସଙ୍ଗଠିତ ହୋଇଛି । ଓ୍ବଜିରସ୍ତାନର ଖାଇବର୍‌ ପ୍ରଦେଶରେ ସଙ୍ଗଠିତ ଏନକାଉଣ୍ଟରରେ 6 ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ସୁରକ୍ଷା ଅଧିକାରୀ ପ୍ରାଣ ହରାଇଥିଲେ । ସେହିପରି ଦତା ଖେଲରେ ସଙ୍ଗଠିତ ଏନ୍‌କାଉଣ୍ଟରରେ 4 ଆତଙ୍କୀ ପ୍ରାଣ ହରାଇଛନ୍ତି ।

Imran to visit Malaysia next week

Pakistan Prime Minister Imran Khan is expected to travel to Malaysia next week as part of his governments ‘damage control’ efforts after Islamabad pulled out of the Kuala Lumpur summit in December 2019.

Official sources confirmed on Tuesday that the premier is scheduled to travel to Kuala Lumpur on an official visit on February 3-4, reports The Express Tribune.

ଟି 20 ବିଶ୍ବକପ୍‌ ବର୍ଜନ ନେଇ ପାକିସ୍ତାନର ଧମକ

ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପ୍‌ ପୂର୍ବରୁ ପିସିବି ପକ୍ଷରୁ ଏକ ବଡ ବୟାନ ପ୍ରଦାନ କରାଯାଇଛି । ଯଦି ଭାରତ ପାକିସ୍ତାନରେ ଆୟୋଜିତ ଏସିଆ କପ୍‌ରେ ଅଂଶ ଗ୍ରହଣ ନକରେ ତେବେ 2021ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଟି 20 ବିଶ୍ବକପ୍‌କୁ ପ୍ରତ୍ୟାଖ୍ୟାନର ଧମକ ଦେଇଛି ପାକିସ୍ତାନ । ବାଂଲାଦେଶ ପକ୍ଷରୁ ପାକିସ୍ତାନ ଗସ୍ତ କରାଯିବା ପରେ ପାକିସ୍ତାନ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ କରିବାର କ୍ଷମତା ହାସଲ କରିଛି । ମାତ୍ର ସୁରକ୍ଷାଗତ କାରଣ ଦର୍ଶାଇ ବିସିସିଆଇ ଖେଳାଳିଙ୍କୁ ପାକିସ୍ତାନ ପଠାଇବାକୁ ଚାହୁଁନାହିଁ । ଯଦି ବିସିସିଆଇ ଭାରତୀୟ ଟିମ୍‌କୁ ନପଠାଏ ତେବେ ପିସିବି ମଧ୍ୟ ଟି 20 ବିଶ୍ବକପ୍‌ ବର୍ଜନ କରିବ ବୋଲି ପିସିବି ମୁଖ୍ୟ ଓ୍ବାସିମ୍‌ ଖାନ୍‌ ପ୍ରକାଶ କରିଛନ୍ତି ।

Pak should in principle come off FATF grey list: Qureshi

Pakistan Foreign Minister Shah Mehmood Qureshi said that the country “should, in principle, be taken off the grey list” as it has made considerable progress on the requirements of the Financial Action Task Force (FATF). In February, Pakistan is looking to get off FATF’s grey list.

Pak govt rejects ‘biased’ corruption report

The Pakistan government has rejected the findings of the “managed” and “biased” report by the Transparency International (TI), in which the country slipped by three spots from the previous year’s ranking despite increased anti-corruption efforts.

ବାଂଲା-ପାକ୍‌ ଟି20 ମୁକାବିଲା : 1-0ରେ ଆଗୁଆ ପାକିସ୍ତାନ

ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟି20 ମୁକାବିଲାରେ ପାକିସ୍ତାନ ବିଜୟୀ ହୋଇଛି । ପ୍ରଥମ ମୁକାବିଲାରେ ବିଜୟୀ ହେବା ସହିତ ତିନିଟିକିଆ ସିରିଜ୍‌ରେ 1-0ର ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ 141 ରନ୍‌ ସଂଗ୍ରହ କରିଥିବା ବେଳେ ତିନୋଟି ବଲ୍‌ ପୂର୍ବରୁ ପାକିସ୍ତାନ 5 ଓ୍ବିକେଟ୍‌ ହରାଇ ବିଜୟ ହାସଲ କରିଥିଲା । ପାକିସ୍ତାନ ପକ୍ଷରୁ ସୋଏବ୍‌ ମଲିକ୍‌ ଅପରାଜିତ 58 ରନ୍‌ ସଂଗ୍ରହ କରିଥିବା ବେଳେ ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ମଲିକ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

ଘଜନଭୀ କ୍ଷେପଣାସ୍ତ୍ର ପରୀକ୍ଷଣ କଲା ପାକିସ୍ତାନ

ପାକିସ୍ତାନ ପକ୍ଷରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲଞ୍ଚ କରାଯାଉଥିବା କ୍ଷେପଣାସ୍ତ୍ର ଘଜନଭୀର ଲଞ୍ଚ କରାଯାଇଛି । ଗୁରୁବାର ଆଇଏସ୍‌ପିଆର ପକ୍ଷରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତ୍‌କ୍ଷେପଣ କରାଯାଉଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ ଦୂରତା 290 କିମି ରହିଛି । ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହୋଇଥିବା ନେଇ ପାକିସ୍ତାନ ସେନାର ଲ୍ୟୁଟନାଣ୍ଟ ଜେନେରାଲ ନଦୀମ୍‌ ଜାକି ମଞ୍ଜ ସୂଚନା ଦେଇଛନ୍ତି । ଏହି କ୍ଷେପଣାସ୍ତ୍ର ପାକିସ୍ତାନ ସେନାରେ ସାମିଲ ହେଲେ ସେନାର ଶକ୍ତି ବୃଦ୍ଧି ହେବ ବୋଲି ମଞ୍ଜ ସୂଚନା ଦେଇଛନ୍ତି ।

Rahul condemns attack on Nankana Sahib in Pakistan

A day after hundreds of people attacked the Nankana Sahib Gurdwara, the birthplace of Guru Nanak, in Pakistan, former Congress chief Rahul Gandhi condemned it, saying bigotry is dangerous and love is its only known antidote. Rahul Gandhi took to Twitter and wrote, “The attack on Nankana Sahab is reprehensible and must be condemned unequivocally.

ତେହରିକ୍‌ ଏ ତାଲିବାନ୍‌ର ପାକିସ୍ତାନ ମୁଖ୍ୟ ନିହତ

ତେହରିକ୍‌ ଏ ତାଲିବାନ୍‌ର (ଟିଟିପି) ପାକିସ୍ତାନ ମୁଖ୍ୟଙ୍କୁ ଆଫଗାନିସ୍ତାନରେ ଗୁଳି କରି ହତ୍ୟା କରାଯାଇଛି । ଆଫଗାନିସ୍ତାନର ଖୋସ୍ତ ପ୍ରଦେଶରେ ଟିଟିପି କମାଣ୍ଡର କାରୀ ସଫିଉଲ୍ଲା ମେହସୁଦ୍‌ ନିହତ ହୋଇଛନ୍ତି । ଖୋସ୍ତ ପ୍ରଦେଶର ଗୁଲୁନ୍‌ ସେନା କ୍ୟାମ୍ପ ବାହାରେ ଏହି ଘଟଣା ସଙ୍ଗଠିତ ହୋଇଥିଲା । ହକ୍କାନୀ ନେଟଓ୍ବର୍କ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ଜଣାପଡିଛି । ମେହସୁଦ୍‌ ଟିଟିପିର  4 ସଙ୍ଗଠନକୁ ଏକତ୍ର କରିବାର ଚେଷ୍ଟା ଚଳାଇଥିବା ବେଳେ ଏହା ଟିଟିପି ପାଇଁ ବଡ ଧକ୍କା ଭାବରେ ବିବେଚନା କରାଯାଉଛି ।

Maryam won’t be allowed to travel abroad: PM aide

The Pakistan government has decided not to allow former Prime Minister’s daughter Maryam Nawaz to travel abroad and rejected her application in this regard. “The rules concerning placement of the name of persons on Exit Control List (ECL) do not allow the government to entertain her application to remove her name from the no-fly list .

ପାକିସ୍ତାନୀ ବସ୍‌ରେ ଅଗ୍ନିକାଣ୍ଡ : 15 ମୃତ, 20ରୁ ଅଧିକ ଆହତ

ପାକିସ୍ତାନୀ ବସ୍‌ରେ ଅଗ୍ନିକାଣ୍ଡ ଘଟି 15 ଜଣ ଲୋକଙ୍କ ପ୍ରାଣହାନି ଘଟିଛି । ଏକ ବସ୍‌ ଏବଂ ଭ୍ୟାନ୍‌ ମଧ୍ୟରେ ଦୁର୍ଘଟଣା ଘଟି 15 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 20 ଜଣ ଆହତ ହୋଇଛନ୍ତି । ପାକିସ୍ତାନର ବେଲୁଚିସ୍ତାନରେ ଏହି ଦୁର୍ଘଟଣା ଘଟିଥିଲା । ଭ୍ୟାନ୍‌ର ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇ ବସ୍‌ରେ ପିଟି ଦେଇଥିଲେ । ଭ୍ୟାନ୍‌ରେ ତେଲ ଟ୍ୟାଙ୍କର ରହିଥିବା କାରଣରୁ ନିଆଁ ସହଜରେ ବ୍ୟାପୀ ଯାଇଥିଲା । କ୍ବେଟ୍ଟାରୁ ଡେରା ଘାଜି ଯାଉଥିବା ବସ୍‌ରେ 44 ଜଣ ବ୍ୟକ୍ତି ବସିଥିଲେ । ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଜମ୍ମୁ କାଶ୍ମୀରରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ

ଜମ୍ମୁ କାଶ୍ମୀରର କାଠୁଆରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ କରାଯାଇଛି । ଏହି ମୋର୍ଟାର ମାଡରେ 5ରୁ 6ଟି ଘର କ୍ଷତିଗ୍ରସ୍ତ ହୋଇଛି । ମୋର୍ଟାର ମାଡ ସମୟରେ ଘରର ସମସ୍ତ ସଦସ୍ୟ ବଙ୍କରରେ ରହିଥିବାରୁ କୌଣସି ମୃତାହତ ହୋଇନଥିଲା । ବୁଧବାର ରାତି 8.30ରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଏହି ମୋର୍ଟାର ମାଡ କରାଯାଇଥକିଲା । ବୁଧବାର ଦିନ କାଠୁଆର ରଥୁଆ ଏବଂ ପନ୍‌ସାର ଅଞ୍ଚଳରେ ଏହି ମୋର୍ଟାର ମାଡ କରାଯାଇଛି । ଏହାପରେ ଭାରତୀୟ ଯବାନଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା ।

ଡେଭିସ୍‌ କପ୍‌ : ପାକିସ୍ତାନକୁ 4-0 ରେ ପରାସ୍ତ କଲା ଭାରତ

ଡେଭିସ୍‌ କପ୍‌ରେ ପାକିସ୍ତାନକୁ 4-0 ରେ ପରାସ୍ତ କରିଛି ଭାରତ । ଭେଟରାନ ଟେନିସ ତାରକା ଲିଆଣ୍ଡର ପେସ ରେକର୍ଡ 44ତମ ବିଜୟ ସହ ଭାରତ ବିଜୟୀ ହୋଇଛି । ଏହି ବିଜୟ ସହିତ ଭାରତ 2020 ବିଶ୍ବଗ୍ରୁପ୍‌ ପାଇଁ ଯୋଗ୍ୟତା ହାସଲ କରିଛି । ସୁମିତ୍‌ ନାଗଲ୍‌ ଏବଂ ରାମକୁମାର ରାମନାଥନ ସିଙ୍ଗିଲ୍ସରେ ବିଜୟୀ ହୋଇଥିବା ବେଳେ, ପେସ୍‌-ଜୀବନ ଡବଲ୍ସ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ରିଭର୍ସ ସିଙ୍ଗିଲ୍ସ ମ୍ୟାଚ୍‌ରେ ସୁମିତ୍‌ ନାଗଲ୍‌ ବିଜୟୀ ହେବା ସହିତ ଭାରତକୁ 4-0ରେ ଅଗ୍ରଣୀ କରାଇଥିଲେ ।

ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ

ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାର ବାଲାକୋଟ ଏବଂ କୃଷ୍ଣା ଘାଟି ସହିତ ବାରାମୁଳାର ଉରି ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ଼ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ ଲାଗାତର ମୋର୍ଟାର ମାଡ଼ କରାଯାଇଛି । ଉରିର ସିଲିକୁଟ ଅଞ୍ଚଳରେ କ୍ରମାଗତ 2 ଘଣ୍ଟା ଧରି ଗୁଳିମାଡ଼ କରାଯାଇଥିଲା । ଭାରତୀୟ ସେନା ପକ୍ଷରୁ ଏହି ଆକ୍ରମଣର କଡ଼ା ଜବାବ ଦିଆଯାଇଥିଲା । ଦୀର୍ଘ ଦୁଇରୁ ତିନି ଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ଏହି ଆକ୍ରମଣରେ କୌଣସି ପ୍ରାଣହାନି ଘଟିନଥିବା ଜଣାପଡିଛି ।

Indian DHC summoned to warn his country against misadventure: Pakistan Foreign Ministry

Pakistan Ministry of Foreign Affairs has announced that it summoned the Indian Deputy High Commission (DHC) to warn his country against any misadventure targeting Pakistan. Pakistan Foreign Office Spokesperson Dr Mohammad Faisal tweeted on Sunday, “Indian DHC was summoned for demarche in line with FM’s briefing of today & Warned against any misadventure.”

Pakistani minister asks US to help in resumption of dialogue with India

Pakistan Foreign Minister Shah Mehmood Qureshi has asked the United States to play its due role in resumption of dialogue between Pakistan and India. The demand was made during a telephonic conversation between Qureshi and US Secretary of State Mike Pompeo, said a statement issued by the Foreign Office on Tuesday.

ପାକିସ୍ତାନକୁ ପୁଣି ଥରେ ଚେତାବନୀ ଦେଲା ଆମେରିକା

ପୁଲ୍‌ଓ୍ବାମା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନକୁ ଆତଙ୍କୀ କାର୍ଯ୍ୟକଳାପ ପାଇଁ କଠୋର ନିନ୍ଦା କରାଯାଉଛି। ପାକିସ୍ତାନକୁ ଆମେରିକା ପୁଣି ଥରେ ଚେତାବନୀ ଦେଇଛି। ନିଜ ଦେଶରେ ଥିବା ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ପାକିସ୍ତାନକୁ ଆମେରିକା ତାଗିଦ୍‌ କରିଛି। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ଯେ, ଭାରତ ଉପରେ ପାକିସ୍ତାନରେ ରହୁଥିବା ଆତଙ୍କବାଦୀଙ୍କ ପକ୍ଷରୁ ପୁଣି ଥରେ ଆକ୍ରମଣ କଲେ ଏଥର ପାକିସ୍ତାନର ଅବସ୍ଥା ଗୁରୁତର ହେବ। ଆତଙ୍କୀ ସଂଗଠନ ପ୍ରତି କାର୍ଯ୍ୟାନୁଷ୍ଠାନ କରିବା ପାଇଁ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି ଆମେରିକା।

US keeping close watch on F-16 use by Pak

The US has said that Washington is taking a close look at the reports of Pakistan having violated the end-user agreement on F-16.  “We’ve seen those reports and we are following that issue very closely,” US State Department Deputy spokesperson Robert Palladino said amid Indian officials suggesting that a dossier on Pakistan’s misadventure on February 27 abusing F-16 jet fighter have been provided with the United States.

Pak violates ceasefire on LoC in Rajouri

Pakistani Army yet again violated the ceasefire agreement on Tuesday and fired unprovoked along the Line of Control in Nowshera sector of Rajouri district. “Pakistan continues with nefarious designs and at about 1100 hrs on Tuesday, again initiated unprovoked ceasefire violation by shelling with mortars and firing of Small Arms along LoC in Nowshera sector of Rajouri,” defence spokesman

ପାକିସ୍ତାନ ଉପରେ ବ୍ୟାନ୍‌ ଲାଗିବ ନାହିଁ  : ଆଇସିସି

ଫେବୃଆରୀ ୧୪ ତାରିଖରେ ଭାରତରେ ଘଟାଇଥିବା ଜୈଶ୍‌-ଏ-ମହମ୍ମଦ ଦ୍ଵାରା ଆତ୍ମଘାତୀ ଆତଙ୍କୀ ଆକ୍ରମଣରେ ଭାରତର ୪୦ ଜଣ ଯବାନ୍‌ଙ୍କ ଶହୀଦ୍‌ ହେବା ପରେ ଭାରତ ପକ୍ଷରୁ ପାକିସ୍ତାନକୁ କଡ଼ା ନିନ୍ଦା କରାଯାଇଥିଲା । ଏପରିକି ଚଳିତ ବିଶ୍ଵକପ୍‌ରୁ ପାକିସ୍ତାନକୁ ବ୍ୟାନ୍‌ କରିବା ଲାଗି ବିସିସିଆଇ ଆଇସିସି ପାଖରେ ଦାବି ଜଣାଇଥିଲା । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଭାରତ ପକ୍ଷରୁ ପାକିସ୍ତାନକୁ ଏକଘରକିଆ କରିବା ପାଇଁ ସବୁପ୍ରକାର ଉଦ୍ୟମ ଜାରି ରହିଥିବାବେଳେ କ୍ରିକେଟ୍‌ ଖେଳିବା ଉପରେ ମଧ୍ୟ ପାକିସ୍ତାନକୁ ପ୍ରତିବନ୍ଧକ ଲଗାଇବାକୁ ବିସିସିଆଇ ଚେଷ୍ଟା ଜାରି ରଖିଥିଲା । କିନ୍ତୁ ଆଇସିସି ପାକିସ୍ତାନକୁ ବି ଶ୍ଵକପ୍‌ରୁ ବାସନ୍ଦ ନ କରିବା ପାଇଁ ନିଷ୍ପତ୍ତି ନେଇଛି ।