ଓଡିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଛୁଇଁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୌସୁମୀ ଓଡ଼ିଶା ଛୁଇଁବା ଫଳରେ ଆଜିଠାରୁ ରାଜ୍ୟରେ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ଆରମ୍ଭ ହୋଇଛି । ପୂର୍ବରୁ 11 କିମ୍ବା 12 ତାରିଖରେ ମୌସୁମୀ ଓଡିଶା ଛୁଇଁବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ ।

ଆସନ୍ତାକାଲିଠୁ ରାଜ୍ୟରେ ଚାଲିବ ଘରୋଇ ବସ୍‌

ରାଜ୍ୟରେ ଆସନ୍ତାକାଲିଠାରୁ ବସ୍‌ ଚାଲିବ । ଏ ସମ୍ପର୍କରେ ଘୋଷଣା କରିଛନ୍ତି ବସ୍‌ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ । ବୁଧବାର ବସ୍‌ ମାଲିକ ସଂଘର ବୈଠକ ପରେ ଏହି ଘୋଷଣା କରାଯାଇଛି । ବସ୍‌ରେ ଯେତିକି ସିଟ୍‌ ଥିବ ସେତିକି ଯାତ୍ରୀ ଯିବେ । କୌଣସି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନିୟମ କରାଯାଇଛି । ବସ୍‌ରେ ଯାତ୍ରା କରିବାକୁ ଥିବା ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

ଏପ୍ରିଲ୍‌ ୩୦ ଯାଏଁ ବଢିଲା ଲକ୍‌ ଡାଉନ୍‌ ସମୟ, ସହଯୋଗ କରିଥିବାରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ

ଏପ୍ରିଲ୍‌ ୩୦ ଯାଏଁ ଲକ୍‌ ଡାଉନ୍ ବୃଦ୍ଧି ପାଇଁ  ନିଷ୍ପତ୍ତି ନିଆଯାଇଛି। ଏପରି ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା ଜାରି କରାଯାଇଛି। ଏପ୍ରିଲ୍‌ ୩୦ଯାଏଁ ଟ୍ରେନ୍‌ ଓ ବିମାନ ସେବା ବନ୍ଦ ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ରାଜ୍ୟ ବାହାରେ ଥିବା ଶ୍ରମିକ ଭାଇଙ୍କ ଯତ୍ନ ନେବାକୁ ସମ୍ପୃକ୍ତ ରାଜ୍ୟଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ ଅଟକି ଥିବା ଶ୍ରମିକଙ୍କ ଯତ୍ନ ନେଉଛନ୍ତି। ଦେଶର ଅର୍ଥନୀତି ଅପେକ୍ଷା ଆମ ପାଇଁ ଲୋକଙ୍କ ଜୀବନ ଅଧିକ ଗୁରୁତ୍ବପୂର୍ଣ୍ଣ।

ଜୁନ୍‌ ୧୭ ଯାଏଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

ଜୁନ୍‌ ୧୭ ଯାଏଁ ରାଜ୍ୟର ସବୁ ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି। ସ୍କୁଲ କଲେଜ ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବାର କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମୁକାବିଲା ପାଇଁ ଏପ୍ରିଲ୍‌ ୧୪ ଯାଏଁ ଦେଶରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଏହାକୁ ଏପ୍ରିଲ୍‌ ୩୦ ଯାଏଁ ବୃଦ୍ଧି କରିବାକୁ କେନ୍ଦ୍ରକୁ ସୁପାରିଶ୍‌ କରିଛନ୍ତି ନବୀନ ପଟ୍ଟନାୟକ। ସେହିପରି  ଜୁନ୍‌ ୧୭ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟରେ ଆଉ ଦୁଇ କରୋନା ପଜିଟିଭି ଚିହ୍ନଟ

ରାଜ୍ୟରେ ଆଉ ଦୁଇ ଜଣ କରୋନା ପଜିଟିଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ରାଜ୍ୟସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଢେଙ୍କାନାଳର ଜଣେ ୫୧ ବର୍ଷୀୟ ମହିଳା କରୋନା ପଜିଟିଭି ଚିହ୍ନଟ ହୋଇଥିବାବେଳେ ଦ୍ବିତୀୟ ଆକ୍ରାନ୍ତ ଜଣକ ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ବୋଲି ଜଣାପଡିଛି। ମେଦିନିପୁରରୁ ଆସି ଭୁବନେଶ୍ବରର ଘରୋଇ କ୍ଲିନିକ୍‌ରେ ଚିକିତ୍ସାଧୀନ ରହିଛନ୍ତି ଏହି ବ୍ୟକ୍ତି ଜଣକ। ଏହି ବ୍ୟକ୍ତିଙ୍କ ବୟସ ୬୯ ବର୍ଷ ବୋଲି ଜଣାପଡିଛି। ନୂଆ ଦୁଇଜଣଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭିଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି।

ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଚିୁହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଗୁରୁବାର ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ସ୍ବାସ୍ଥ୍ୟ ବିଭାଗର ଟ୍ବିଟ୍ଟର ହ୍ୟାଣ୍ଡେଲ୍‌ରେ ଗୁରୁବାର ଦିନ ଏହି ସୂଚନା ମିଳିଛି । ଆକ୍ରାନ୍ତ ଜଣକ ଭୁବନେଶ୍ବରର ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଆକ୍ରାନ୍ତ ଜଣକ ବିଦେଶ ଫେରନ୍ତା କି ଅନ୍ୟ ରାଜ୍ୟରୁ ଆସିଛନ୍ତି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ । ଉଲ୍ଲେଖମଯୋଗ୍ୟ ଯେ, ଗୁରୁବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 694ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା 16ରେ ପହଞ୍ଚିଛି ।

State of Odisha under lockdown in view of COVID-19

The state of Odisha has been brought under a lockdown by the state government with effect from Tuesday. The advisory has been issued through the government spokesman. The advisory effects a total lockdown by which barring the essential services like Medical , banking, police, grocery shops, medical shops and vegetable and milk, rest  services in the state has to be stopped from today midnight.

Update: Second COVID-19 case in Odisha

Second positive case of novel coronavirus has been confirmed in the state of Odisha. The person had travelled to a COVID-19 affected country. The person was traced by the State Surveillance Unit through contact tracing, a state official said on Friday. At least 14 samples were tested at the ICMR-Regional Medical Research Centre in Bhubaneswar,

No positive case of coronavirus in Odisha so far

The Odisha government is well prepared to tackle situations relating to novel coronavirus (COVID-19) while the state has not reported any positive case so far, said a health official on Friday. The official said the government has taken several steps including creation of isolation wards at different medical colleges and hospitals to treat the patients.

ଓଡିଶାର ଜିଏସ୍‌ଟି ଆୟରେ 11 ପ୍ରତିଶତର ଅଭିବୃଦ୍ଧି

ଓଡିଶାର ଜିଏସ୍‌ଟି ଆୟରେ ଅଭିବୃଦ୍ଧି ଘଟିଛି । ମଙ୍ଗଳବାର ଓଡିଶା ଅର୍ଥବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଏସ୍‌ଟି ଆୟରେ 11 ପ୍ରତିଶତର ଅଭିବୃଦ୍ଧି ଘଟିଛି । ଏପ୍ରିଲ୍‌ 2019ରୁ ଫେବୃୟାରୀ 2020 ମଧ୍ୟରେ ଏହି ଅର୍ଥ ଆଦାୟ କରାଯାଇଥିବା ଜଣାପଡିଛି । ପୂର୍ବବର୍ଷର ଜିଏସ୍‌ଟି ଆୟ 24325.79 କୋଟି ଟଙ୍କା ରହିଥିବା ବେଳେ ଚଳିତ ବର୍ଷର ଆୟ 27044.79 କୋଟି ଟଙ୍କା ରହିଛି । ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ ଜିଏସ୍‌ଟି ଆୟରେ 11.18 ପ୍ରତିଶତର ଅଭିବୃଦ୍ଧି ଘଟିଛି ।

Polling in four Rajya Sabha seats in Odisha on March 26

The biennial election to four Rajya Sabha seats from Odisha, among a total of 55 seats from 17 states, will be held on March 26, the Election Commission announced on Tuesday. While the seat of Anubhab Mohanty fell vacant as he was elected to the Lok Sabha during the 2019 general elections, the terms of Narendra Kumar Swain, Sarojini Hembram and Ranjib Biswal are due.

ବଜେଟ୍‌ ପୂର୍ବରୁ ଆଗତ ହେଲା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ : ଅଭିବୃଦ୍ଧି ହାର ହ୍ରାସ

ବିଧାନସଭାରେ ବଜେଟ୍‌ ଅଧିବେଶନ ଚାଲିଥିବା ବେଳେ ଆସନ୍ତା କାଲି ଆଗତ ହେବାକୁ ଯାଉଛି ବଜେଟ୍‌ । ବଜେଟ୍‌ ଆଗତ ହେବା ପୂର୍ବରୁ ଆଜି ବିଧାନସଭାରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ପାଇଥିଲା । ଏହି ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ରାଜ୍ୟର ଅଭିବୃଦ୍ଧି ହାର ହ୍ରାସ ପାଇଛି । ବାତ୍ୟା ଯୋଗୁଁ କୃଷି ଉତ୍ପାଦନ ହ୍ରାସ ପାଇଥିବା କାରଣରୁ ଅଭିବୃଦ୍ଧି ହାର ହ୍ରାସ ପାଇଛି । ଚଳିତ ବର୍ଷର ଅଭିବୃଦ୍ଧି ହାର 6.16 ପ୍ରତିଶତ ରହିଛି । ପୂର୍ବ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର 7.90 ପ୍ରତିଶତ ରହିଥିଲା ।

74 people in Odisha under observation for coronavirus

As many as 74 people in Odisha are under observation for coronavirus, said an official on Friday.  Travellers who have returned from Coronavirus affected countries after January 15 have been identified by the state surveillance system and kept under home quarantine, said the official. While blood and throat swab samples of seven persons were sent to Pune-based virology lab for tests, all were found negative

Odisha govt signs MoU with HDFC Bank to boost startups

 The Odisha government on Wednesday signed a Memorandum of Understanding (MoU) with the HDFC Bank Limited to provide smart banking solutions to Startups in the state. The Micro Small and Medium Enterprises (MSME) Department signed the MoU with the HDFC Bank in the presence of Chief Minister Naveen Patnaik here. “Young entrepreneurs are engines of growth for new Odisha”.

Prepared to deal with coronavirus: Odisha govt

The Odisha government is prepared to tackle the deadly novel coronavirus, said Health secretary Nikunja Bihari Dhal on Monday. “There is nothing to panic. We are fully prepared to take care of any contingency that may arise,” said Dhal. He said three confirmed cases were detected in Malaysia, while Odisha has a direct flight connection with Kuala Lumpur of Malaysia.

ଡ୍ରିମ୍ସ ରଣଜୀ ମୁକାବିଲାରେ ବସନ୍ତଙ୍କୁ 6 ଓ୍ବିକେଟ୍‌ : 117ରେ ସମାପ୍ତ ହେଲା ଉତ୍ତରାଖଣ୍ଡ ଇନିଂସ

ଓଡିଶା ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଅନୁଷ୍ଠିତ ରଣଜୀ ଟ୍ରଫି ମୁକାବିଲାରେ ଓଡିଶା ଦୃଢ ସ୍ଥିତିରେ ରହିଛି । ଓଡିଶାର ପେସ୍ ବୋଲର ସମସ୍ତ 10 ଓ୍ବିକେଟ ଅକ୍ତିଆର କରିବାରୁ ଉତ୍ତରାଖଣ୍ଡ ମାତ୍ର 117 ରନ୍‌ରେ ଅଲଆଉଟ ହୋଇଛି । ଓଡିଶା ପକ୍ଷରୁ ଭେଟେରାନ୍‌ ପେସ୍‌ ବୋଲର ବସନ୍ତ ମହାନ୍ତି 17 ରନ୍‌ ବିନିମୟରେ 6ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଦେବବ୍ରତ ପ୍ରଧାନ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ । ଉତ୍ତରାଖଣ୍ଡ ପକ୍ଷରୁ ଦୀକ୍ଷାଂଶୁ ନେଗୀ ସର୍ବାଧିକ 36 ରନ୍‌ ସଂଗ୍ରହ କରିଥିବା ବେଳେ ମାତ୍ର 4 ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ସ୍କୋର ଛୁଇଁଥିଲେ ।

Maoists warn villagers against mobile phone use in Odisha

Panic has gripped the Swabhiman area of Odisha’s Malkangiri district after Maoists threatened the locals not to use mobile phones. The Maoists warned the residents of Orapadar village under Andrapalli panchayat against using mobile phones. The message said that any villager found using a mobile phone will be punished by the Praja court. Sources said that the Maoists are stopping the locals from informing police about their presence and movement.

ଓଡିଶାର 20ଟି ଖଣି ପାଇଁ ନୂତନ ବିଡ୍‌ ଆମନ୍ତ୍ରଣ

ଓଡିଶାର 20ଟି ଖଣି ପାଇଁ ନୂତନ ବିଡ୍‌ ଆମନ୍ତ୍ରଣ କରାଯାଇଛି । ଆସନ୍ତା ମାର୍ଚ୍ଚ 31, 2020ରେ ଏହି 20ଟି ଖଣିର ଲାଇସେନ୍ସ ଅବଧି ଶେଷ ହେବାକୁ ଯାଉଛି । ଖଣି ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ବ ନିୟମରେ ଆଂଶିକ ପରିବର୍ତ୍ତନ କରାଯାଇ ଏହି ଲାଇସେନ୍ସ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏହା ସହିତ ଅକ୍ଟୋବର ମାସରେ ଜାରି କରାଯାଇଥିବା ଲାଇସେନ୍ସ ବିଜ୍ଞପ୍ତିକୁ ମଧ୍ୟ ଖାରଜ କରି ଦିଆଯାଇଛି । ନଭେମ୍ବର 30 ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

Odisha relaxes enforcing new traffic norms by 3 months

The Odisha government on Thursday extended deadline for enforcement of new traffic rules under the amended Motor Vehicles Act by three months in view of huge rush at Regional Transport Offices (RTOs) across the state for driving licenses. Transport minister Padmanabha Behera on Thursday announced the decision in the state Assembly. The CM Naveen Patnaik had taken stock of the situation.

ମାଲକାନଗିରିରେ 84 ହଜାର ହଜାର ଗଞ୍ଜେଇ ଗଛ ନଷ୍ଟ

ମାଲକାନଗିରି ଜିଲ୍ଲାର କରୁକୋଣ୍ଡା ବ୍ଲକର ନାକମାମୁଡ଼ି ପଞ୍ଚାୟତରେ ଚଢ଼ଉ କରାଯାଇ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ମାଲକାନଗିରି ଅବକାରୀ ବିଭାଗ ଓ ଚିତ୍ରକୋଣ୍ଡା ଥାନା ମିଳିତ ଉଦ୍ୟମରେ ଗତକାଲି ଏହି ଚଢ଼ଉ କରାଯାଇଥିଲା । ଚିତ୍ରକୋଣ୍ଡା ଥାନା ଅଧୀନ ନାକାମାମୁଡ଼ି ପଞ୍ଚାୟତର ଖଡିକାଝାଡୁ,ସିନ୍ଧିଗୁଡା,ଡାଇକ ଗ୍ରାମରେ ପାଖାପାଖି 50 ଏକର ଜମିରେ ହୋଇଥିବା 84 ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।

First phase polls in odisha: 60,03,707 voters to exercise franchise

As many as 60,03 707 voters are scheduled to exercise their franchise in 7233 booths to elect their representatives for four Lok Sabha and 28 Assembly seats going to polls on April 11 next in the first phase of election in Odisha. Chief Electoral office sources here said the voters included 29,72,925 male, 30,30,222 female and 560 people belonged to third gender.

NDA adopting double standard on AFSPA & Disturbed Areas Act: Priyanka Chaturvedi

AICC Spokesperson Priyanka Chaturvedi today slammed the NDA government for its double standard on the Armed Forces (Special Powers) Act and the Disturbed Areas Act. Describing the BJP as “hypocrite and shameless” Priyanka said the NDA government has itself withdrawn AFSA in three districts of Arunachal Pradesh but criticizing the Congress manifesto for promising to review the Acts.

Prakash Mishra for Cuttack and Swain in Kandhamal Lok sabha seats

Hours after joining the Bharatiya Janata Party the former DGP Prakash Mistra has been named to contest for the prestigious Cuttack Lok sabha seat where a battle royal seems to be on the cards. On the other , Kharavela Swain, on Sunday made a come-back to the saffron camp has been named to contest for the Kandhamal Lok sabha seat,

ବିଜେଡ଼ିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶିତ

ସାଧାରଣ ନିର୍ବାଚନ ପାଇଁ ବିଜେଡି ଆଜି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ରାଜ୍ୟର ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଅଥାର୍ତ ଏପ୍ରିଲ ୧୧ ଓ ୧୮ରେ ହେବାକୁ ଥିବା ୯ଟି ଲୋକସଭା ସହ ଏହା ଅଧିନରେ ଆସୁଥିବା ୫୪ଟି ବିଧାନସଭା ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। କଳାହାଣ୍ଡିରୁ ପୁଷ୍ପେନ୍ଦ୍ର ସିଂହଦେଓ, ନବରଙ୍ଗପୁରରୁ ରମେଶ ମାଝୀ, କୋରାପୁଟରୁ କୌଶଲ୍ୟା ହିକକା, ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂହଦେଓ, ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁ, ବରଗଡରୁ ପ୍ରସନ୍ନ ଆଚାର୍ଯ୍ୟ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ ଓ ସୁନ୍ଦରଗଡ଼ରୁ ସୁନୀତା ବିଶ୍ବାଳଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରିଛି ବିଜେଡି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ୍ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ସେଥିପାଇଁ ଓଡ଼ିଶାର ୪ଟି ଲୋକସଭା ଆସନ ସହିତ ୨୮ଟି ବିଧାନସଭା ଆସନ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ଆସନ ସହିତ ଏହା ଅଧୀନରେ ଆସୁଥିବା ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହେଉଛି ମାର୍ଚ୍ଚ ୨୫। ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ୯୧ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ।

ସିପ୍ଆଇଏମ୍ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷିତ , ଭୁବନେଶ୍ୱରରୁ ଜନାର୍ଦ୍ଦନ ପତି

କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ପକ୍ଷରୁ ଆଜି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପ୍ରଥମ ତାଲିକାରେ ସିପିଆଇଏମ୍‌ ପକ୍ଷରୁ ୪୫ଟି ଲୋକସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ୨୦୧୯ ସାଧାରଣ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଚାଲିଛି ଜୋର୍‌ଦାର ରାଜନୀତି ଓ ସମୀକରଣ। ଏହି ପରିପ୍ରେକ୍ଷିରେ ସିପିଆଇଏମ୍ ତାର ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଭୁବନେଶ୍ୱର ଲୋକସଭା ଆସନକୁ ମଧ୍ୟ ସ୍ଥାନ ଦିଆଯାଇଛି। ପ୍ରକାଶିତ ତାଲିକା ଅନୁଯାୟୀ, ଭୁବନେଶ୍ୱରରୁ ଜନାର୍ଦ୍ଦନ ପତିଙ୍କୁ ଭୁବେନଶ୍ବରର ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।

ମୟୂରଭଞ୍ଜ ଲୋକସଭା ଆସନରେ ଜେଏମଏମ, ଭୁବନେଶ୍ବର ଓ ଆସିକାରେ ବାମଦଳ ସହ କଂଗ୍ରେସର ମେଣ୍ଟ

ଓଡିଶାରେ କଂଗ୍ରେସ ବାମଦଳ ଓ ଜେଏମଏମ ସହ ମେଣ୍ଟ କରିବ। ଦିଲ୍ଲୀରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମୟୂରଭଞ୍ଜ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନଦେଇ ଜେଏମଏମକୁ ସମର୍ଥନ କରିବ। ସେହିପରି ଭୁବନେଶ୍ବର ଲୋକସଭା ଆସନ ସିପିଏମକୁ ଓ ଆସିକା ଲୋକସଭା ଆସନ ସିପିଆଇକୁ କଂଗ୍ରେସ ଛାଡି ଦେବ। ତେବେ ବିଧାନସଭା ଆସନ ବଣ୍ଟନ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରିନାହିଁ। ବାମଦଳ ସହ ମେଣ୍ଟ କଂଗ୍ରେସକୁ ଫାଇଦା ଦେବ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି।

ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା

ଆଜିଠାରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି । ବିଜ୍ଞାନ ଛାତ୍ରଛାତ୍ରୀମାନେ ମାତୃଭାଷା ଓଡ଼ିଆ ଏବଂ ସଂସ୍କୃତରେ ପରୀକ୍ଷା ଦେଉଥିବାବେଳେ ବାଣିଜ୍ୟ ଛାତ୍ରଛାତ୍ରୀମାନେ ଓଡ଼ିଆ ପରୀକ୍ଷା ଦେଉଛନ୍ତି । ଶୁକ୍ରବାରଠାରୁ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ । ରାଜ୍ୟରେ ମୋଟ ୧୫୫୬ଟି ଜୁନିୟର କଲେଜର ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ୧୦୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌, ସ୍ମାର୍ଟ ଫୋନ୍‌, ସ୍ମାର୍ଟ ଓ୍ବାଚ୍‌, କାଲକୁଲେଟର ଆଣିବା ଉପରେ ନିଷେଧ ଲଗାଯାଇଛି ।

ଆସନ୍ତା କାଲିଠାରୁ ଯୁକ୍ତ ଦୁଇ ପରୀକ୍ଷା : ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ

ଚଳିତ ବର୍ଷ ଯୁକ୍ତଦୁଇ ପରୀକ୍ଷା ଆସନ୍ତା କାଲିଠାରୁ  ଆରମ୍ଭ ହେବାକୁ ଯାଉଛି। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରୀଛାତ୍ର  ୧ହଜାର ୯୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ମାଟ୍ରିକ୍‌ ପରୀକ୍ଷା ଭଳି ଯେପରି ପ୍ରଶ୍ନପତ୍ର ଭାଇରାଲ ନ ହୁଏ ସେ ନେଇ ତ୍ରି-ସ୍ତରୀୟ ସ୍କ୍ବାର୍ଡ ନିଯୁକ୍ତ ହେବେ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ, ସ୍ମାର୍ଟ ଓ୍ବାଚ୍‌,ଏବଂ କାଲ୍‌କୁଲେଟର ଆଦି ନେବା ପାଇଁ ବାରଣ ହୋଇଛି। ଏହାସହ ସିସିଟିଭି ମଧ୍ୟମରେ ସମ୍ପୂର୍ଣ୍ଣ ପରୀକ୍ଷା କେନ୍ଦ୍ରଉପରେ ନଜର ରଖାଯିବ।   ପରୀକ୍ଷା ପରିଚାଳନାରେ ସହାୟତା ଓ ଅଭିଯୋଗ ପାଇଁ ୦୬୭୪-୨୩୦୩୮୦୩, ୨୩୦୦୦୯୯ ଦୁଇଟି ହେଲପ୍‌ ଲାଇନ୍‌ ନମ୍ବର ଜାରି କରାଯାଇଛି ।

ଓଡ଼ିଶାରେ ସିପିଏମ କଂଗ୍ରେସ ସହ ମେଣ୍ଟ କରିବନି: ସୀତାରାମ ୟେଚୁରୀ

ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ ସିପିଏମ୍‌ ସହିତ କଂଗ୍ରେସ ମେଣ୍ଟ କରିବ ବୋଲି ଚର୍ଚ୍ଚା ହେଉଥିଲା।  ଏପରିକି ଆସନ ବୁଝାମଣା ନେଇ ମଧ୍ୟ ଆଲୋଚନା ହେଉଥିଲା। ହେଲେ ଏହି ଚର୍ଚ୍ଚାର ଅବସାନ ଘଟିଛି। ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ସହ ସିପିଏମ୍ ମେଣ୍ଟ କରିବନି। ବିଜେପି ଓ ବିଜେଡିକୁ ଶାସନ କ୍ଷମତାଠାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ସହ ୨ଟି ଜାଗାରେ ପାରସ୍ପରିକ ବୁଝାମଣା ହେବ ବୋଲି ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ ସ୍ପଷ୍ଟ କରିଛନ୍ତି । ବଣାଇ ବିଧାନସଭା ଆସନରେ ସିପିଏମ୍ ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ କରିବ। ସେହିପରି ସୁନ୍ଦରଗଡ଼ ଲୋକସଭା ଆସନରେ ଆମେ କଂଗ୍ରେସକୁ ସିପିଏମ୍‌ ସମର୍ଥନ କରିବ  ବୋଲି ସୀତାରାମ ସୂଚନା ଦେଇଛନ୍ତି ।

ଗୌହ୍ଵାଟି ମୁଖ୍ୟ ବିଚାରପତି ଅଜିତ୍‌ ସିଂହ ହେଲେ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ

ଗୌହ୍ଵାଟିର ପୂର୍ବତନ ମୁଖ୍ୟ ବିଚାରପତି ଅଜିତ୍‌ ସିଂହ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ମନୋନୟନ କମିଟି ଦ୍ବାରା ସୁପାରିସ୍‌ ଜଷ୍ଟିସ୍‌ ସିଂହଙ୍କ ନାମକୁ ସ୍ଵିକୃତ ଦେଇଛନ୍ତି ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ୍‌ ।  ୨୦୧୬ ମାର୍ଚ୍ଚ ୫ରେ ଆସାମର ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ସେପ୍ଟେମ୍ବର ୨୦୧୮ରେ ସେ ମୁଖ୍ୟ ବିଚାରପତି ପଦରୁ ଅବସର ଗ୍ରହଣ କରିଛନ୍ତି । ସେପ୍ଟମ୍ବର ୬ ୧୯୫୬ ମସିହାରେ ଜନ୍ମିତ ଅବସରପ୍ରାପ୍ତ ବିଚାରପତି ଶ୍ରୀ ସିଂହ ସିଭିଲ୍‌, କ୍ରିମିନାଲ୍‌ ଓ ସାମ୍ବିଧାନିକ ମାମଲା ପରିଚାଳନା କ୍ଷେତ୍ରରେ ବିଶେଷ ଦକ୍ଷତା ରଖିଛନ୍ତି ।