ଏନ୍‌ଆର୍‌ସି ବିରୋଧୀ ବିଲ୍‌ ବିହାର ବିଧାନସଭାରେ ପାରିତ

ବିହାରରେ ଏନ୍‌ଆରସି ଲାଗୁ ନକରିବା ପାଇଁ ଏକ ବିଧେୟକ ପାରିତ ହୋଇଯାଇଛି । ମଙ୍ଗଳବାର ବିହାର ବିଧାନସଭାରେ ଏହି ବିଲ୍‌ଟି ପାରିତ ହୋଇଛି । ଏହା ସହିତ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍‌ପିଆର) ଲାଗୁ କରିବା ପାଇଁ ମଧ୍ୟ ଏକ ବିଧେୟକ ଲାଗୁ କରାଯାଇଛି । ଏହି ବିଧେୟକ ଅନୁଯାୟୀ ରାଜ୍ୟରେ ଏନ୍‌ପିଆର ଲାଗୁ କରାଯିବ ମାତ୍ର 2010ରେ ଲାଗୁ କରାଯାଇଥିବା ଜନଗଣନା ଭଳି ଏହାକୁ ଲାଗୁ କରାଯିବା ନେଇ ବିଧେୟକରେ ଉଲ୍ଲେଖ କରାଯାଇଛି ।

ଏନ୍‌ଆରସି ଓ ଏନ୍‌ପିଆରକୁ ଦ୍ବିତୀୟ ନୋଟବନ୍ଦୀ ବୋଲି କହିଲେ ରାହୁଲ୍‌

କଂଗ୍ରେସ ଦଳ ଆଜି ୧୩୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି। ଏହି ଦିବସ ଅବସରରେ କଂଗ୍ରେସ ନାଗରିକତା ଆଇନ ବିଷୟକୁ ନେଇ ମୋଦି ସରକାରକୁ ଘେରିଛି। କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଏହାକୁ ଦ୍ବିତୀୟ ନୋଟବନ୍ଦୀ ବୋଲି କହିଛନ୍ତି। ରାହୁଲ୍‌ ଗାନ୍ଧି ଦଳର ମୁଖ୍ୟାଳୟରେ ଏନ୍‌ଆରସି ଓ ଏନ୍‌ପିଆରକୁ ଦ୍ବିତୀୟ ନୋଟବନ୍ଦୀ ବୋଲି କହିଛନ୍ତି। ଏଥିରେ ଭାରତର ଗରିବ ଲୋକଙ୍କର ବହୁତ କ୍ଷତି ହେବାକୁ ଯାଉଛି। ରାହୁଲ୍‌ କହିଛନ୍ତି ଯେ, ଏନ୍‌ଆରସି ଓ ଏନ୍‌ଆରପି ପ୍ରକ୍ରିୟା ଦ୍ବାରା ସରକାରଙ୍କ କିଛି ପୁଞ୍ଜିପତି ବନ୍ଧୁଙ୍କ ଲାଭ ହେବ। ପୂର୍ବରୁ ରାହୁଲ୍‌ ଗାନ୍ଧି ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରି ’ଆରଏସଏସ୍‌’ର ପ୍ରଧାନମନ୍ତ୍ରୀ ଭାରତ ମାତାଙ୍କୁ ମିଛ କହୁଛନ୍ତି ବୋଲି କହିଥିଲେ।

ମୋଦି ସରକାରଙ୍କ କ୍ୟାବିନେଟ୍‌ ବୈଠକ : ଏନ୍‌ପିଆରକୁ ମଞ୍ଜୁରୀ

ନୂଆଦିଲ୍ଲୀରେ ମୋଦି ସରକାରଙ୍କ ପକ୍ଷରୁ ଏକ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏନ୍‌ପିଆରକୁ ମଞ୍ଜୁରୀ ମିଳିଛି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜନଗଣନା(ଏନ୍‌ପିଆର) ନିମନ୍ତେ ସରକାର 8700 କୋଟିର ବଜେଟ୍‌ ନିର୍ଦ୍ଧାରଣ କରାଯାଇଛି । ମୋଦିଙ୍କ ବ୍ୟତିତ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକରେ ଉପସ୍ଥିତ ଥିଲେ ।

ସିଏଏ ଏବଂ ଏନ୍‌ଆରସିକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ମୋଦୀ : ଓଓ୍ବେସୀ

ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି)କୁ ନେଇ ମୋଦି ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦ୍ଦୁଦ୍ଦିନ ଓଓ୍ବେସୀ କହିଛନ୍ତି । ହାଇଦ୍ରାବାଦରେ ଓଓ୍ବେସୀ ଏକ ସମାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି । ଏହା ଗୃହମନ୍ତ୍ରୀ ଅମିତ ଶାହା ମିଛ କହୁଛନ୍ତି କିମ୍ବା ମୋଦି ଜନସାଧାରଣଙ୍କ ସହିତ ଛଳନା କରୁଛନ୍ତି ଏହା ମୁଁ ଜାଣିବାକୁ ଚାହୁଁଛି ବୋଲି ଓଓ୍ବେସୀ କହିଛନ୍ତି । ରାମଲୀଲା ମୈଦାନରେ ନିଜର ଅଭିଭାଷଣରେ ମୋଦି କହିଥିଲେ କି ସିଏଏ ଏବଂ ଏନ୍‌ଆରସି ଦେଶର ମୁସଲିମ୍‌ଙ୍କ ପାଇଁ ଲାଗୁ କରାଯିବ ନାହିଁ ।

ଝାରଖଣ୍ଡ ପରସ୍ଥିତି ସିଏଏ ଏବଂ ଧାରା 370 ଉଚ୍ଛେଦର ପ୍ରତିଫଳନ : କଂଗ୍ରେସ

ଝାରଖଣ୍ଡରେ ବିଜେପିର ଅପ୍ରତ୍ୟାଶିତ ପରାଜୟ ପରସ୍ଥିତି ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଧାରା 370 ଉଚ୍ଛେଦ ଏବଂ ସିଏଏର ପ୍ରଣୟନ କାରଣରୁ ବିଜେପି ପରାଜୟର ଦ୍ବାରଦେଶରେ ପହଞ୍ଚିଛି ବୋଲି କଂଗ୍ରେସ ସମ୍ପାଦକ ପ୍ରଣବ ଝା ପ୍ରକାଶ କରିଛନ୍ତି । 81 ଆସନ ବିଶିଷ୍ଟ ଝାରଖଣ୍ଡରେ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟ 40 ଆସନରେ ଅଗ୍ରଣୀ ହାସଲ କରିଛି । ଧାରା 380 ଉଚ୍ଛେଦ, ନାଗରିକତ୍ବ ସଂଶୋଧନ ଆଇନ, ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟାକୁ ନେଇ ଜନସାଧାରଣ ରଘୁବର ଦାସଙ୍କ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କଂଗ୍ରେସ ସଚିବ ପ୍ରଣବ ଝା ପ୍ରକାଶ କରିଛନ୍ତି ।

ରାମଲୀଲା ମୈଦାନରେ ଧନ୍ୟାବାଦ ରାଲି କରିବେ ମୋଦି

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲୀଲା ମୈଦାନରେ ଧନ୍ୟବାଦ ରାଲିରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହି ରାଲି ଜରିଆରେ ମୋଦି ବିଜେପିର ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି । 8 ଉଚ୍ଚ ଏବଂ 80 ଫୁଟ ଲମ୍ୱା ମଞ୍ଚରୁ ପ୍ରଧାନମନ୍ତ୍ରୀ ମୋଦି ଜନସାଧାରଣଙ୍କୁ ସମ୍ୱୋଧିତ କରିବେ । ଦିଲ୍ଲୀର ଅନଧିକୃତ କଲୋନୀକୁ ଅଧିକୃତ କରାଯଉଥିବାରୁ ଏହି ଧନ୍ୟବାଦ ରାଲି ଅନୁଷ୍ଠିତ ହେଉଛି । ଏହି ଅବସରରେ 11.5 ଲକ୍ଷ ଲୋକଙ୍କୁ ଧନ୍ୟବାଦ ହସ୍ତାକ୍ଷର ପତ୍ର ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

ଏନ୍‌ଆର୍‌ସି ଲାଗୁ ହେଲେ ଛତିଶଗଡର ଅର୍ଦ୍ଧାଧିକ ଲୋକ ନିଜର ନାଗରିକତା ପ୍ରମାଣରେ ବିଫଳ ହେବେ : ରୂପେଶ ବାଘେଲ

ଏନ୍‌ଆରସିକୁ ନେଇ ନିଜର ମତ ରଖିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ରୂପେଶ ବାଘେଲ । ରାଜ୍ୟରେ ଏନ୍‌ଆରସି ଲାଗୁ ହେଲେ 50 ପ୍ରତିଶତ ଲୋକ ନାଗରିକତା ପ୍ରମାଶ କରିବାରେ ଅସମର୍ଥ ହେବେ ବୋଲି ବାଘେଲ ମତ ଦେଇଛନ୍ତି । ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ଏହି ମତ ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ରୂପେଶ ବାଘେଲ ।ଛତିଶଗଡର ଅଧିକ ଜନତା ନିରକ୍ଷର ଏବଂ ଅନ୍ୟ ରାଜ୍ୟରେ କାମ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ଏନ୍‌ଆରସି ଲାଗୁ ହେବା ଫଳରେ 50ରୁ 100 ବର୍ଷ ପୂରୂଣା ଦସ୍ତାବିଜ ସାଧାରଣ ଲୋକ କେଉଁଠାରୁ ଆଣିବେ ବୋଲି ବାଘେଲ ପ୍ରଶ୍ନ କରିଛନ୍ତି ।

ଏନ୍‌ଆରସିକୁ ସମର୍ଥନ କରୁନି ବିଜେଡି : ନବୀନ

ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆର୍‌ସି)କୁ ନେଇ ନିଜର ପକ୍ଷ ରଖିଛି ବିଜୁ ଜନତା ଦଳ । ବିଜୁ ଜନତା ଦଳ ସୁପ୍ରିମୋ ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଦଳ ନାଗରିକତ୍ବ ସଂଶୋଧନ ଆଇନକୁ ସମର୍ଥନ କରୁଛି ମାତ୍ର ଏନ୍‌ଆରସିକୁ ଦଳ ସମର୍ଥନ କରୁନାହିଁ ବୋଲି ନବୀନ ସ୍ପଷ୍ଟ କରିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ବିଜେଡି ନିଜର ସମର୍ଥନ ଜାହିର କରିଛି । ମାତ୍ର ଏନ୍‌ଆରସିକୁ ନେଇ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ନିଜର ଆଭିମୁଖ୍ୟ ଦଳ ସ୍ପଷ୍ଟ କରିଛି ବୋଲି ନବୀନ କହିଛନ୍ତି ।

ନାଗରିକତ୍ବ ସଂଶୋଧନ ଆଇନ ପରିବର୍ତ୍ତନର ପ୍ରଶ୍ନ ଉଠୁନି : ଶାହା

ନୂଆଦିଲ୍ଲୀ, 18/12 : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ସମଗ୍ର ଦେଶ ଜଳୁଥିବା ବେଳେ ଏହି ଆଇନ ପରିବର୍ତ୍ତନର ପ୍ରଶ୍ନ ଉଠୁନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହା ମତ ଦେଇଛନ୍ତି । କୌଣସି ବି ପରସ୍ଥିତିରେ ଏହି ଆଇନରେ ପରିବର୍ତ୍ତନ କରାଯିବ ନାହିଁ ବୋଲି ଇଣ୍ଡିଆନ ଇକୋନୋମୀ ଫୋରମରେ ଯୋଗ ଦେଇ ଶାହା କହିଛନ୍ତି । ଏନ୍‌ଆରସି ଲାଗୁ କରାଯିବା ଯୋଜନା ରାଜୀବ ଗାନ୍ଧୀଙ୍କର ରହିଥିଲା । ଏହା ସହିତ ବିଶ୍ବର ସମସ୍ତ ରାଷ୍ଟ୍ର ନିଜର ନାଗରିକ ପଞ୍ଜୀକରଣ କରାଇଥିବା ବେଳେ ଭାରତ ମଧ୍ୟ କରିବା ଉଚିତ୍‌ ବୋଲି ଶାହା ମତ ଦେଇଛନ୍ତି ।

ସମଗ୍ର ଦେଶରେ ଲାଗୁ ହେବ ଏନ୍‌ଆରସି : ଶାହା

ସମଗ୍ର ଦେଶରେ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି) ନିୟମ ଲାଗୁ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରକାଶ କରିଛନ୍ତି । ମଙ୍ଗଳବାର ରାଜ୍ୟସଭାରେ ଶାହା ଏହି ମନ୍ତବ୍ୟ ଦେଇଛନ୍ତି । ଦେଶର ପ୍ରତ୍ୟୋକ ନାଗରିକ ଏବଂ ସମସ୍ତ ଧର୍ମର ଲୋକଙ୍କୁ ଏହି ଆଇନ ପରିସରରେ ସାମିଲ କରାଯିବ ବୋଲି ଶାହା କହିଛନ୍ତି । ଏହି ବିଲ୍‌ଟି ନାଗରିକ ସଂଶୋଧନ ବିଲ୍‌ର ପରିବର୍ତ୍ତିତ ରୂପ ବୋଲି ଶାହା କହିଛନ୍ତି । ଦେଶରେ ଅବସ୍ଥାନ କରୁଥିବା ବିଦେଶୀ ନାଗରିକ ଚିନ୍ତିତ ହେବା ଉଚିତ୍‌ ବୋଲି ଶାହା ପ୍ରକାଶ କରିଛନ୍ତି ।