ଯୋଗୀଙ୍କ ପଦକ୍ଷେପକୁ ନୀତିଶଙ୍କ ସମାଲୋଚନା

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଛନ୍ତି । ରାଜସ୍ଥାନର କୋଟାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ଆଦିତ୍ୟନାଥ 100ଟି ବସ୍‌ ପଠାଇଥିଲେ । ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଆଦିତ୍ୟନାଥ ଏପରି ନିୟମ ଭଙ୍ଗ କରିବା ଆଦୌ ସମିଚୀନ ନୁହେଁ ବୋଲି ନୀତିଶ କୁମାର ପ୍ରକାଶ କରିଛନ୍ତି । ଯଦି ଦିନ ମଜୁରିଆଙ୍କୁ ଘରକୁ ପଠାଇବା କ୍ଷେତ୍ରରେ ସରକାର ଲକ୍‌ଡାଉନ୍‌ ନିୟମକୁ କଡାକଡି ପାଳନ କରୁଛନ୍ତି ତେବେ ଛାତ୍ର ଛାତ୍ରୀଙ୍କ କ୍ଷେତ୍ରରେ ବ୍ୟତିକ୍ରମ କାହିଁକି ବୋଲି ନୀତିଶ ପ୍ରଶ୍ନ କରିଛନ୍ତି ।

ପ୍ରଶାନ୍ତ କିଶୋର ଏବଂ ପଓ୍ବନ ବର୍ମାଙ୍କୁ ନିଲମ୍ବନ କଲା ଜେଡିୟୁ

ସାଂସଦ ପ୍ରଶାନ୍ତ କିଶୋର ଏବଂ ପଓ୍ବନ୍‌ ବର୍ମାଙ୍କୁ ଦଳରୁ ନିଲମ୍ବନ କରିଛି ଜେଡିୟୁ । ବୁଧବାର ଦଳର ଉପ ସଭାପତି ତଥା ସାଂସଦ ରହିଥିବା ପ୍ରଶାନ୍ତ କିଶୋର ଏବଂ ପୂର୍ବତନ ସାଂସଦ ପଓ୍ବନ ବର୍ମାଙ୍କୁ ଦଳବିରୋଧୀ କାର୍ଯ୍ୟକଳାପ ପାଇଁ ଦଳରୁ ନିଲମ୍ବନ କରିଛନ୍ତି ନୀତିଶ କୁମାର । ସିଏଏକୁ ନେଇ ପଓ୍ବନ୍‌ ବର୍ମା ନୀତିଶଙ୍କୁ ଚିଠି ଲେଖିଥିବା ବେଳେ ପ୍ରଶାନ୍ତ କିଶୋର ଏହା ବିରୋଧରେ ଟ୍ବିଟ୍‌ କରିଥିଲେ । ଏହାକୁ ନେଇ ନୀତିଶ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଉଭୟ ଚାହିଁଲେ ଦଳ ପରିତ୍ୟାଗ କରିପାରନ୍ତି ବୋଲି ମତ ଦେଇଥିଲେ ।

ପ୍ରଶାନ୍ତ କିଶୋର ଚାହିଁଲେ ଦଳ ଛାଡି ପାରନ୍ତି : ନୀତିଶ

ରାଜନୈତିକ ପରାମର୍ଶଦାତା ପ୍ରଶାନ୍ତ କିଶୋରଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ପ୍ରଶାନ୍ତ କିଶୋର ଚାହିଁଲେ ଦଳ ଛାଡି ପାରନ୍ତି ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୂଚନା ଦେଇଛନ୍ତି । ପ୍ରଶାନ୍ତ କିଶୋର ସିଏଏକୁ ନେଇ ନୀତିଶଙ୍କୁ ଚିଠି ଲେଖିବା ସହିତ ଟ୍ବିଟ୍‌ ମଧ୍ୟ କରିଥିଲେ । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ନୀତିଶ କହିଛନ୍ତି, ନିଜ ଇଚ୍ଛା ଅନୁସାରେ ପ୍ରଶାନ୍ତ ଚିଠି ଲେଖୁଛନ୍ତି ଏବଂ ଟ୍ବିଟ୍‌ ମଧ୍ୟ କରିଛନ୍ତି । ଯଦି ପ୍ରଶାନ୍ତ ଚାହାନ୍ତି ତେବେ ସେ ଜେଡିୟୁ ପରିତ୍ୟାଗ କରି ପାରନ୍ତି ବୋଲି ନୀତିଶ କହିଛନ୍ତି ।

ଅଶ୍ଲୀଳ ସାଇଟ୍‌ ନିଷିଦ୍ଧ କରିବା ପାଇଁ ମୋଦିଙ୍କୁ ପତ୍ର ଲେଖିଲେ ନୀତିଶ

ବିଭିନ୍ନ ଅଶ୍ଲୀଳ ସାଇଟ୍‌ ଉପରେ ନିଷିଦ୍ଧାଦେଶ ଜାରି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଅନ୍‌ଲାଇନ୍‌ରେ ଉପଲବ୍ଧ ସମସ୍ତ ଅଶ୍ଲୀଳ ସାଇଟ୍‌ ଏବଂ ଅପ୍ରୟୋଜନୀୟ ଜିନିଷ ଉପରେ ନିଷିଦ୍ଧାଦେଶ ଲଗାଇବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ଦେଶରେ ବିଭିନ୍ନ ସ୍ଥାନରେ ଦୁଷ୍କର୍ମ ଏବଂ ମହିଳାଙ୍କ ପ୍ରତି ଅତ୍ୟାଚାର ବୃ୍ଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଅଶ୍ଲୀଳ ସାଇଟ୍‌ କାରଣରୁ ଯୁବପିଢିଙ୍କ ମାନସିକତା ବଦଳିବା ସହିତ ଦିନକୁ ଦିନ ଦୁଷ୍କର୍ମ ବୃଦ୍ଧି ପାଇବାରେ ଲାଗିଛି ।

ବିହାରରେ ଲୁ ମୃତ୍ୟୁ ସଂଖ୍ୟା ୧୦୦ ଅତିକ୍ରମ କଲା : ନୀତିଶ କୁମାରଙ୍କ ଜରୁରୀକାଳୀନ ବୈଠକ

ବିହାରରେ ଲୁ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୧୦୦ ଅତିକ୍ରମ କରିବା ପରେ ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରାଜ୍ୟର ବିପର୍ଯ୍ୟୟ ପରିଚାଳନା କମିଟି ସହିତ ନୀତିଶ କୁମାର ଏହି ବୈଠକ କରିଥିଲେ। ବର୍ତ୍ତମାନ ସୁଦ୍ଧା ଔରଙ୍ଗାବାଦରେ ୫୮ ଜଣ ପ୍ରାଣ ହରାଇଥିବା ବେଳେ ଗୟାରେ ୩୯ ଏବଂ ନଓ୍ବାଡାରେ ୧୪ ଜଣ ଲୁ ପ୍ରଭାବରେ ପ୍ରାଣ ହରାଇଛନ୍ତି। କେଉଁ ଅଞ୍ଚଳରେ କଣ ସୁରକ୍ଷା ବ୍ୟବସ୍ଥା ଆପଣାଯାଇଛି ତା ଉପରେ ଅଧିକାରୀଙ୍କ ନିକଟରୁ ବୁଝିଥିଲେ ନୀତିଶ କୁମାର।