ଆୟକର ଦାଖଲ ସମୟସୀମା ଜୁନ୍‌ 30କୁ ବୃଦ୍ଧି କଲେ ସରକାର

ସମଗ୍ର ଦେଶ ବର୍ତ୍ତମାନ କରୋନା ଭାଇରସ୍‌ ପ୍ରଭାବରେ ଅଚଳ ହୋଇଥିବା ବେଳେ ଦେଶରେ ଲକ୍‌ଡାଉନ୍‌ ଏବଂ କର୍ଫ୍ୟୁ ଜାରି ରହିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟକର ଦାଖଲର ସମୟସୀମାରେ ବୃଦ୍ଧି ଘଟାଯାଇଛି । ସମଗ୍ର ଦେଶରେ ଜୀବନ ଯାତ୍ରା ଏକରକମ ଠପ୍‌ ହୋଇପଡିଥିବା ବେଳେ ସରକାରଙ୍କ ଏହି ଘୋଷଣା ଆୟକର ଦାଖଲ କାରୀଙ୍କମ ପାଇଁ ସାମାନ୍ୟ ଆଶ୍ବସ୍ତିର ବିଷୟ ରହିଛି । ପୂର୍ବରୁ ମାର୍ଚ୍ଚ 31, 2020 ଆୟକର ଦାଖଲର ଅନ୍ତିମ ତାରିଖ ରହିଥିବା ବେଳେ ମଙ୍ଗଳବାର ଏହାକୁ ଜୁନ୍ 30, 2020 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ବଜେଟ୍‌କୁ ଦୁର୍ବଳ ବୋଲି ଅଭିହିତ କଲେ ରାହୁଲ୍‌

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ କରାଯାଇଥିବା ବଜେଟ୍‌କୁ ଦୁର୍ବଳ ବୋଲି ଅଭିହିତ କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ବଜେଟ୍‌ରେ ସାଧାରଣ ଲୋକଙ୍କ ପାଇଁ କିଛି ବି ଦୃଢ ବ୍ୟବସ୍ଥା କରାଯାଇନାହିଁ । ବେକାରୀ ଦେଶର ବଡ ସମସ୍ୟା ହୋଇଥିବା ବେଳେ ବଜେଟ୍‌ରେ ବେକାରୀ ସମସ୍ୟା ଦୂର କରିବା ପାଇଁ କିଛି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ନୂତନ ନିଯୁକ୍ତି ସୃଷ୍ଟି ପାଇଁ କୌଣସି ଘୋଷଣା କରାଯାଇନଥିବାରୁ ଏହି ବଜେଟ୍‌ ଏକ ଦୁର୍ବଳ ବଜେଟ୍‌ ବୋଲି ରାହୁଲ୍‌ କହିଛନ୍ତି ।

ସେୟାର ବଜାର ଉପରେ ବଜେଟ୍‌ର ପ୍ରଭାବ : 700 ପଏଣ୍ଟ ତଳକୁ ଖସିଲା ସେନ୍‌ସେକ୍ସ

ବଜେଟ୍‌କୁ ନେଇ ଗଭୀର ଭାବରେ ପ୍ରଭାବିତ ହୋଇଛି ଭାରତୀୟ ସେୟାର ବଜାର । ବଜେଟ୍‌ ଆଗତ ସମୟରେ ସେନ୍‌ସେକ୍ସରେ 700 ପଏଣ୍ଟ ହ୍ରାସ ଘଟିଥିଲା । 2020-21ରେ ଆଗତ ବଜେଟ ନିବେଶକଙ୍କ ଆକୃଷ୍ଟ କରିବାରେ ବିଫଳ ହେବାରୁ ସେନ୍‌ସେକ୍ସ 708 ପଏଣ୍ଟ ତଳକୁ ଖସି 40015 ପଏଣ୍ଟରେ ପହଞ୍ଚିଥିଲା । ଏହି ସମୟରେ ନିଫ୍‌ଟୀ ମଧ୍ୟ 220 ପଏଣ୍ଟ ତଳକୁ ଖସି 11741 ପଏଣ୍ଟରେ ରହିଛି । ନିଫ୍‌ଟୀ 50ର 44ଟି କମ୍ପାନୀର ଅଂଶଧନ ମୂଲ୍ୟରେ ହ୍ରାସ ଘଟିଛି । ଏଲ୍‌ ଆଣ୍ଡଟି ଅଂଶଧନ ମୂଲ୍ୟରେ ସର୍ବାଧିକ 3.98 ପ୍ରତିଶତ ହ୍ରାସ ଘଟିଛି ।

ଛାତ୍ର ଆନ୍ଦୋଳନକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସୋନିଆ : ନିର୍ମଳା ସୀତାରମଣ

ଛାତ୍ର ଆନ୍ଦୋଳନକୁ ନେଇ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଭିଯୋଗ କରିଛନ୍ତି । ନିଜର ରାଜନୈତିକ ଫାଇଦା ପାଇଁ ସୋନିଆ ଏପରି ନାଟକ କରୁଛନ୍ତି ବୋଲି ସୀତାରମଣ କହିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦେଶରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ସୋନିଆ ରାଜନୈତିକ ଫାଇଦା ପାଇଁ ଏହି ଆନ୍ଦୋଳନକୁ ବଢାଇବାର ଚେଷ୍ଟା କରୁଛନ୍ତି । ଏହି ଆଇନକୁ ବିରୋଧ କରୁଥିବା କଂଗ୍ରେସ ନେତା ମନେ ରଖିବା ଉଚିତ୍‌ ଏହି ବିଲ୍‌କୁ ସଂସଦର ଉଭୟ ଗୃହରେ ପାରିତ କରାଯାଇଛି ।

ଫୋବର୍ସ ଶକ୍ତିଶାଳୀ ମହିଳା ତାଲିକା : ଶ୍ରେଷ୍ଠ 100ରେ ସାମିଲ ହେଲେ ନିର୍ମଳା ସୀତାରମଣ

ଫୋବର୍ସ ପକ୍ଷରୁ ବିଶ୍ବର ଶ୍ରେଷ୍ଠ ଏବଂ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି । ଭାରତୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ତାଲିକାରେ ପଦାର୍ପଣ କରିଛନ୍ତି । ପ୍ରଥମ ପଦାର୍ପଣରେ 34 ତମ ସ୍ଥାନରେ ରହିଛନ୍ତି ନିର୍ମଳା । ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମର୍କେଲ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ୟୁରୋପିଆନ୍‌ ସେଣ୍ଟ୍ରାଲ ବ୍ୟାଙ୍କ ସଭାପତି କ୍ରିଷ୍ଟିଆନ୍‌ ଲାଗାର୍ଡେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଅନ୍ୟ ଦୁଇଜଣ ଭାରତୀୟ ରୋଶନୀ ନାଦାର ମଲହୋତ୍ରା ଏବଂ କିରଣ ମଜୁମଦାର ଶ ଏହି ତାଲିକାରେ ଯଥାକ୍ରମେ 54 ଏବଂ 65 ତମ ସ୍ଥାନରେ ରହିଛନ୍ତି ।

ଆଇଜିଏସ୍‌ଟି ପ୍ୟାନେଲ୍‌ରୁ ଓହରିଲେ ନିର୍ମଳା ସୀତାରମଣ, ସୁଶୀଲ ମୋଦି ନୂତନ ମୁଖ୍ୟ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଇଜିଏସ୍‌ଟି ପ୍ୟାନେଲ୍‌ରୁ ଓହରି ଯାଇଛନ୍ତି । ଆଇଜିଏସ୍‌ଟି ପ୍ୟାନେଲ୍‌ରେ ରହିଥିବା ମନ୍ତ୍ରୀସ୍ତରୀୟ ଦଳର ମୁ୍ଖ୍ୟ ରହିଥିଲେ ନିର୍ମଳା ସୀତାରମଣ । ସୀତାରମଣ ଓହରିଯିବା ପରେ ବିହାର ଉପ ମୁଖ୍ୟମନ୍ତ୍ରୀ ତଥା କମିଟିର ଉପମୁଖ୍ୟ ରହିଥିବା ସୁଶୀଲ ମୋଦିଙ୍କୁ ନୂତନ ମୁଖ୍ୟ ଭାବରେ ଘୋଷଣା କରାଯାଇଛି । ସୀତାରମଣଙ୍କ ଓହରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି ।

ନିର୍ମଳାଙ୍କୁ ନିର୍ବଳା ଭାବରେ ସମ୍ବୋଧନ କଲେ କଂଗ୍ରେସ ସାଂସଦ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନିର୍ବଳା (ଶକ୍ତିହୀନ) ସୀତାରମଣ ଭାବରେ ସମ୍ବୋଧନ କରିଛନ୍ତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ଲୋକସଭାରେ ଏକ ଆଲୋଚନା ସମୟରେ ସେ ନିର୍ମଳାଙ୍କୁ ନିର୍ବଳା ବୋଲି ସମ୍ବୋଧନ କରିଥିଲେ । ଅଧୀର କହିଥିଲେ ଜଣେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ ମଧ୍ୟ ନିର୍ମଳା ନିଜର ସ୍ବର ଉତ୍ତୋଳନରେ ଅକ୍ଷମ । ତାଙ୍କ ନେତୃତ୍ବରେ ଦେଶର ଅର୍ଥନୀତି ତଳକୁ ତଳକୁ ଯାଉଛି । ଅଧୀରଙ୍କ ଏହି ମନ୍ତବ୍ୟ ପରେ ଗୃହରେ ଅଧୀରଙ୍କ କ୍ଷମା ପ୍ରାର୍ଥନା ଦାବି କରାଯାଇଥିଲା ।

Balakot air strike not ‘military action’: Nirmala Sitharaman

Terming the IAF air strike as not a ‘military action’ as there were no damages to civilians, Defence Minister Nirmala Sitharaman on Tuesday said the number of terrorists killed in the IAF strike at Balakot in the aftermath of Pulwama attack, was one the and same provided by the Foreign Secretary Vijay Gokhale, who did not give any numbers.