ସିଏଏ ଏବଂ ଏନ୍‌ଆରସିକୁ ବିରୋଧ କଲେ ନନ୍ଦିତା ଦାସ

ସିଏଏ ଏବଂ ଏନ୍‌ଆର୍‌ସିକୁ ବିରୋଧ କରିଛନ୍ତି ନନ୍ଦିତା ଦାସ । ଗୁରୁବାର ଅନୁଷ୍ଠିତ ଜୟପୁର ସାହିତ୍ୟ ଉତ୍ସବରେ ଯୋଗ ଦେବା ଅବସରରେ ନନ୍ଦିତା ଦାସ ଏହି ମତ ଦେଇଛନ୍ତି । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର, ମାତ୍ର ବର୍ତ୍ତମାନ ଦେଶରେ ଘଟୁଥିବା ଘଟଣା ଦେଶର ଧର୍ମନିରପେକ୍ଷତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ନନ୍ଦିତା କହିଛନ୍ତି । ଏହି ଆଇନ ବିପକ୍ଷରେ ଦେଶବାସୀ ଏକତ୍ର ହୋଇ ପ୍ରତିରୋଧ କରିବା ପାଇଁ ନନ୍ଦିତା ଆହ୍ବାନ ଦେଇଛନ୍ତି ।

ସିଏଏ ବିଭାଜନ ସୃଷ୍ଟିକାରୀ ଏବଂ ଏନ୍‌ପିଆର ହେଉଛି ଏନ୍‌ସିଆରର ଛାୟା : ସୋନିଆ

ସିଏଏ ବିଭାଜନ ସୃଷ୍ଟିକାରୀ ଏବଂ ଏନପିଆର ସହିତ ଏନ୍‌ସିଆରର ଛାୟା ବୋଲି ସୋନିଆ ଗାନ୍ଧୀ ମତ ଦେଇଛନ୍ତି । ଶନିବାର ଦିନ କଂଗ୍ରେସ ଅନ୍ତରୀଣ ସଭାପତି ଏହି ମତ ଦେଇଛନ୍ତି । ସିଏଏକୁ ନେଇ କେନ୍ଦ୍ର ସରକାର ଧର୍ମ ନାମରେ ବିଭାଜନ ସୃଷ୍ଟି କରୁଛନ୍ତି ଏବଂ ଏନ୍‌ପିଆର ଛାୟାରେ ଏନ୍‌ସିଆର ଲାଗୁ କରିବାର ପ୍ରୟାସ କରୁଛନ୍ତି ବୋଲି ସୋନିଆ ପ୍ରକାଶ କରିଛନ୍ତି । ଦେଶର ଛାତ୍ର ସମାଜ ଏହି ନିୟମକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ବୋଲି କାର୍ଯ୍ୟକାରୀ କମିଟି ବୈଠକରେ ସୋନିଆ ମତ ଦେଇଛନ୍ତି ।