ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ଡାକ୍ତର ନର୍ସଙ୍କୁ ଆଗୁଆ ଦରମା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା । ରାଜ୍ୟର ସମସ୍ତ ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଆଗୁଆ ଦରମା ଘୋଷଣା କରାଯାଇଛି । ଡାକ୍ତର ଏବଂ ନର୍ସ ମାନଙ୍କୁ ଚାରି ମମାସର ଆଗୁଆ ଦରମା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହି ଘୋଷଣା କରିଛନ୍ତି । ସେହିପରି ଡାକ୍ତରଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ଲୋକଙ୍କୁ ବାନ୍ଧିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନର ଜରୁରୀ କାଳୀନ ପରସ୍ଥିତିରେ ସମଗ୍ର ଦେଶ ଡାକ୍ତରଙ୍କ ସହିତ ରହିଥିବା ନେଇ ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।

କୋରୋନା ମୁକାବିଲା ପାଇଁ ତିନି ମାସର ଦରମା ପ୍ରଦାନ କଲେ ନବୀନ

ରାଜ୍ୟରେ କୋରୋନା ସଙ୍କଟ ଭୟଙ୍କର ରୂପ ନେଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ 14ଟି ଜିଲ୍ଲାରେ ଲକ୍‌ଡାଉନ୍‌ ଜାରି କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ତିନି ମାସର ବେତନ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ମୁଖ୍ୟମନ୍ତ୍ରୀ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି । କୋଭିଡ୍-19 ପାଇଁ ଗଠିତ ଫଣ୍ଡକୁ ଏହି ଅର୍ଥରାଶି ପ୍ରଦାନ କରାଯାଇଛି । ଏହା ସହିତ ଅନ୍ୟମାନେ ସ୍ବତଃପ୍ରୋତ ଭାବରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପ୍ରଦାନ କରିବା ପାଇଁ ନବୀନ ଅନୁରୋଧ କରିଛନ୍ତି ।

ଭିଡିଓ କନ୍‌ଫରେନ୍ସିଂରେ ଖେଲୋ ଇଣ୍ଡିଆ ଗେମ୍ସର ଉଦ୍ଘାଟନ କଲେ ମୋଦି

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ଗେମ୍ସକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ 159ଟି ବିଶ୍ବ ବିଦ୍ୟାଳୟର 3400 ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ସମୁଦାୟ 17ଟି କ୍ରୀଡା ବର୍ଗକୁ ଏହି ବିଶ୍ବବିଦ୍ୟାଳୟ ଗେମ୍‌ରେ ସାମିଲ୍‌ କରାଯାଇଛି ।

ଗଞ୍ଜାମ ବସ୍‌ ଦୁର୍ଘଟଣା : ମୃତକଙ୍କୁ 2 ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବରଯାତ୍ରୀ ବସ୍‌ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଥିବା ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହିତ 30 ଜଣ ଆହତଙ୍କୁ ବ୍ରହ୍ମପୁରର ଏମ୍‌କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୁରଜ ସମ୍ମାନରେ ସମ୍ମାନିତ ହେବେ ପ୍ରିୟଙ୍କାରାଣୀଙ୍କ ପରିବାର

ଅଙ୍ଗଦାନ କରିଥିବା ପି ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରକୁ ସୁରଜ ସମ୍ମାନରେ ସମ୍ମାନିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରିୟଙ୍କାଙ୍କ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଙ୍ଗ ପ୍ରତିରୋପଣକୁ ସଫଳତାର ସହିତ ସମ୍ପାଦନ କରିଥିବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଡାକ୍ତରଙ୍କୁ ନବୀନ ଧନ୍ୟବାଦ ଜଣାଇଥିଲେ ।

ତପ୍ତପାଣି ଦୁର୍ଘଟଣା : ମୃତକଙ୍କ ପରିବାରକୁ 2 ଲକ୍ଷର ସହାୟତା ଘୋଷଣା କଲେ ନବୀନ

ତପ୍ତପାଣିରେ ଘଟିଥିବା ବସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଘୋଷଣା କରିଛନ୍ତି । ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ପ୍ରତ୍ୟେକ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ରାଶକି ଘୋଷଣା କରିଛନ୍ତି । ତପ୍ତପାଣିର ପାଳୁଖୋଲାରେ ବସ୍‌ ଓଲଟି 7ଜଣଙ୍କର ମୃତ୍ୟୁ ହେବା ସହିତ 30ରୁ ଅଧିକ ଆହତ ହୋଇଥିଲେ । ପ୍ରତ୍ୟେକ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଏହା ବ୍ୟତିତ ଆହତ ମାନଙ୍କୁ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।

ସମଲେଶ୍ବରୀ ଏବଂ ହୀରାକୁଦ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ସମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ବରଗଡ ଗସ୍ତ ସମୟରେ ସମଲେଶ୍ବରୀ ମନ୍ଦିର ଏବଂ ହୀରାକୁଦ ପରିଦର୍ଶନ କରିଛନ୍ତି । ସମଲେଶ୍ବରୀ ମନ୍ଦିର ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ସହିତ ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବିଭିନ୍ନ ସୁବିଧା ସୁଯୋଗ ପାଇଁ ଘୋଷଣା କରିଥିଲେ । ମନ୍ଦିରର ବିକାଶ ପାଇଁ ଏକ କମିଟି ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ହୀରାକୁଦରେ ପର୍ଯ୍ୟଟନର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ହୀରାକୁଦରେ ଜଳକ୍ରୀଡାର ବିକାଶ କରାଯାଇ ଅନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ପ୍ରପର୍ଟି ଟ୍ୟାକ୍ସ ମଡ୍ୟୁଲ୍‌ ଏବଂ ମ୍ୟୁନିସିପାଲ ପ୍ରିମିଅର ଲିଗ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆୟକର ଆଦାୟରେ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଲୋକସେବା ଭବନର କନଭେନସନ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି । ଟିକସ୍‌ ପୈଠ ବ୍ୟବସ୍ଥାକୁ ଅନ୍‌ଲାଇନ୍‌ରେ ରଖାଯାଇଛି । ଭୁବନେଶ୍ବର ଅଧିବାସୀ http://bhubaneswar.me ଜରିଆରେ ଟିକସ ପୈଠ କରୁଥିବା ବେଳେ ପୌରାଞ୍ଚଳ ଅଧିବାସୀ http://ulbodisha.gov.inରେ ଟିକସ ଭରିବେ । ପ୍ରତିଯୋଗିତା ମୂଳକ ଉପାୟରେ କର ସଂଗ୍ରହ ପାଇଁ ମ୍ୟୁନିସିପାଲ ପ୍ରିମିଅର ଲିଗ୍‌ ପ୍ରଣୟନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ କମାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଶ୍ରୀଲଙ୍କାରୁ ଫେରିଲେ 11 ଓଡିଆ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଶ୍ରୀଲଙ୍କାରେ ଅଟକ ରହିଥିବା 11 ଓଡିଆଙ୍କୁ ଉଦ୍ଧାର କରାଯାଇଛି । ଠିକାଦାରଙ୍କ ଦ୍ବାରା ଏହି 11 ଜଣ ଶ୍ରମିକଙ୍କୁ ବେଆଇନ ଭାବରେ ଅଟକ ରଖାଯାଇଥିଲା । ବିଜେଡି ସାଂସଦ ସସ୍ମିତ ପାତ୍ର ବୈଦେଶିକ ମନ୍ତ୍ରାଳୟ ସହିତ ସମ୍ପର୍କ ସ୍ଥାପନ କରିବା ପରେ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇ ଆଜି ଓଡିଶା ଅଣାଯାଇଛି । ସମସ୍ତ 11 ଜଣ ଶ୍ରମିକ ସୁରକ୍ଷିତ ଭାବରେ ଓଡିଶାରେ ପହଞ୍ଚିଛନ୍ତି ।

ରେଳବାଇ ଅଡିଟୋରିୟମ୍‌ରେ ଖେଲୋ ଇଣ୍ଡିଆ ଜର୍ସି ଉନ୍ମୋଚନ କଲେ ନବୀନ ପଟ୍ଟନାୟକ

ଚନ୍ଦ୍ରଶେଖରପୁର ସ୍ଥିତ ରେଳବାଇ ଅଡିଟୋରିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଲୋ ଇଣ୍ଡିଆ ଜର୍ସି ଉନ୍ମୋଚନ କରିଛନ୍ତି । ଆସନ୍ତା ଫେବୃୟାରୀ 22 ତାରିଖରୁ ମାର୍ଚ୍ଚ 1 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଦେଶର 6 ହଜାର ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହି ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରମେଶ ପୋଖରିୟାଲ ନିଶଙ୍କ ପ୍ରମୁଖ ଯୋଗ ଦେଇଥିଲେ । ଏହା ବ୍ୟତିତ କୃଷି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଦେଇଥିଲେ ।

ଗୀତା ମେହେଟ୍ଟାଙ୍କ ସ୍ବାମୀଙ୍କ ପରଲୋକ : ସୋସିଆଲ ମିଡିଆରେ ନବୀନଙ୍କ ଶୋକ ପ୍ରକାଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କର ପରଲୋକ ହୋଇଯାଇଛି । ତାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୋସିଆଲ ମିଡିଆ ଟ୍ବିଟ୍ଟର ଜରିଆରେ ନବୀନ ଶୋକ ପ୍ରକାଶ କରିଛନ୍ତି । ଟ୍ବିଟ୍‌ ଜରିଆରେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ନବୀନ । ସୋନି ଜଣେ ଉତ୍ତମ ସମ୍ପାଦକ ଏବଂ ଭଲ ମଣିଷ ଥିଲେ ଭଗବାନ ତାଙ୍କ ଆତ୍ମାକୁ ସଦ୍‌ଗତି ପ୍ରଦାନ କରନ୍ତୁ ବୋଲି ନବୀନ ଟ୍ବିଟ୍‌ କରିଛନ୍ତି ।