18ଟି ବିମାନର ଯାତ୍ରା ଋଦ୍ଦ କଲା ଗୋ ଏୟାର

ଦେଶର ପ୍ରମୁଖ ବିମାନ ଚଳାଚଳ କମ୍ପାନୀ ଗୋ ଏୟାର ପକ୍ଷରୁ ସୋମବାର ଦିନ 18ଟି ବିମାନ ଚଳାଚଳ ଋଦ୍ଦ କରାଯାଇଛି । ଦେଶର ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା, ଗୋଆ, ବେଙ୍ଗାଲୁରୁ, ଦିଲ୍ଲୀ, ଶ୍ରୀନଗର ଏବଂ ପାଟନାକୁ ଚାଲିବାକୁ ଥିବା 18ଟି ବିମାନ ଚଳାଚଳ ବନ୍ଦ ରଖାଯାଇଛି । ନାଗରିକତ୍ବ ସଂଶୋଧନ ବିଲ୍‌କୁ ନେଇ ଚାଲିଥିବା ଆନ୍ଦୋଳନ ଏବଂ କିଛି ଏନ୍‌-320 ନିଓ ଏୟାରକ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ସମସ୍ତ ବିମାନ ଚଳାଚଳ ବନ୍ଦ ରଖାଯାଇଥିବା ନେଇ ଗୋ ଏୟାର ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି ।