ନାନ୍ଦେଡ୍‌ରେ ଲିଙ୍ଗାୟତ ସମାଜର ସାଧୁଙ୍କୁ ହତ୍ୟା

ମହାରାଷ୍ଟ୍ରରେ ପୁଣି ଜଣେ ସାଧୁଙ୍କ ହତ୍ୟା ହୋଇଛି । ଲିଙ୍ଗାୟତ ସମ୍ପ୍ରଦାୟର ଜନୈକ ସାଧୁଙ୍କୁ ଶନିବାର ରାତିରେ ହତ୍ୟା କରାଯାଇଛି । ସାଧୁଙ୍କୁ ହତ୍ୟା କରିବା ପରେ ମୃତ ଶରୀରକୁ ଆଶ୍ରମରୁ ନେବାକୁ ଚେଷ୍ଟା କରିବା ସମୟରେ ଯୁବକଙ୍କୁ ଗିରଫ କରାଯାଇଥିଲା । ଶନିବାର ରାତି 12ଟାରୁ 12.30 ମଧ୍ୟରେ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ହତ୍ୟା ଅଭିଯୁକ୍ତଙ୍କ ନାମ ସାଇନାଥ ବୋଲି ଜଣାପଡିଥିବା ବେଳେ ସେ ଫେରାର ହୋଇଯାଇଛନ୍ତି । ସେହିପରି ସାଇନାଥଙ୍କ ସହଯୋଗୀ ଭଗବାନ ରାମ ସିନ୍ଦେଙ୍କ ମୃତ ଦେହ ସ୍ଥାନୀୟ ଜିଲ୍ଲା ପରିଷଦ ସ୍କୁଲରୁ ଉଦ୍ଧାର କରାଯାଇଛି ।

କଟକରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଟକ ମଧୁପାଟଣା ଥାନା ବେଲେଶ୍ୱର ଗାଁର ଏକ ଘରୁ ଗତକାଲି ବିଳମ୍ବିତ ରାତିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍‌ । ସେମାନଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଛି । ସେମାନଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଥିବା ପୁଲିସ୍‌ ସନ୍ଦେହ କରୁଛି । ଖବର ପାଇ କଟକ ଡିସିପିଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲେ । ଘରଟିକୁ ସିଲ୍‌ କରି ଦିଆଯାଇଥିବା ବେଳେ ପୁଲିସ୍‌ ମୁତୟନ ହୋଇଛନ୍ତି ।