Five more corona positive cases in MP, total 14

With five more patients testing positive for coronavirus in Madhya Pradesh, the total number of such cases in the state has risen to 14, a senior officer said on Wednesday. While four new cases are from Indore, one is from Ujjain. Indore District Magistrate Lokesh Jatav said these patients have been kept under medical observation and are stable.

ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହେଲେ ଶିବରାଜ ଚୌହାନ

ମଧ୍ୟପ୍ରଦେଶ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । କମଲନାଥ ସରକାର ଭାଙ୍ଗିବା ପରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହାକୁ ନେଇ ଆଶଙ୍କା ରହିଥିଲା । ତେବେ ସୋମବାର ଦିନ ସନ୍ଧ୍ୟାରେ ଶିବରାଜ ସିଂ ଚୌହାନଙ୍କୁ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଛି । ଆଜି ଶିବରାଜ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଥିବା ବେଳେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି ।

Shivraj or Tomar ! next government in MP likely to be by March 25

After the resignation of former chief minister Kamal Nath, efforts are on to form a new government in Madhya Pradesh. Sources said that the next government is likely to assume office by March 25.Many names are doing the rounds for the post of next Chief Minister. However, Shivraj Singh Chauhan and Union Minister Narendra Singh Tomar are believed to be front runners.

ପୂର୍ବତନ ରାଜ୍ୟସଭା ସାଂସଦ ଏ ଭି ସ୍ବାମୀଙ୍କ ପରଲୋକ

ପୂର୍ବତନ ରାଜ୍ୟସଭା ସାଂସଦ ଏ ଭି ସ୍ବାମୀଙ୍କର ଆଜି ପରଲୋକ ହୋଇଛି । 91 ବର୍ଷ ବୟସରେ ଖରିଆର ରୋଡ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି । ସ୍ବାମୀଙ୍କ ମୃତ୍ୟୁ ନେଇ ତାଙ୍କ ପୁଅ ସୁରେଶ ଆଚାରୀ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସ୍ବାମୀ 4 ଏପ୍ରିଲ୍‌ 2012ରୁ 3 ଏପ୍ରିଲ 2018 ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ରହିଥିଲେ ।

ହତ୍ୟା ଧମକ ପରେ ପୋଲିସ୍‌ ନିକଟରେ ଅଭିଯୋଗ କଲେ ଗମ୍ଭୀର

କ୍ରିକେଟରରୁ ରାଜନେତା ବନିଥିବା ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଛି । ଦିଲ୍ଲୀର ସାଂସଦ ଗମ୍ଭୀରଙ୍କୁ ଧମକ ମିଳିବା ପରେ ସେ ଦିଲ୍ଲୀ ପୋଲିସକୁ ପତ୍ର ଲେଖିଛନ୍ତି । ଏକ ଅନ୍ତର୍ଜାତୀୟ ନମ୍ବରରୁ ଗମ୍ଭୀରଙ୍କୁ କଲ୍‌ ଆସିଥିବା ବେଳେ ତାଙ୍କୁ ଏବଂ ପରିବାର ସଦସ୍ୟଙ୍କୁ ହତ୍ୟାର ଧମକ ଦିଆଯାଇଥିଲା । ପରିବାରର ସୁରକ୍ଷା ପାଇଁ ଗମ୍ଭୀର ସୁରକ୍ଷା ବ୍ୟବସ୍ଥା ବଢାଇବା ପାଇଁ ପୂର୍ବ ଦିଲ୍ଲୀର ସାଂସଦ ରହିଥିବା ଗମ୍ଭୀର ସହଦ୍ରାର ଡିସିପିଙ୍କୁ ଏହି ପତ୍ର ଲେଖିଛନ୍ତି ।

BJP trying to “destabilise” Bengal by fomenting communal tension: Abhishek

National president of Trinamool Youth Congress and MP Abhishek Banerjee today charged the BJP with trying to “destabilise” Bengal by “fomenting communal tension”.He said, ” BJP only engages in politics of religion. They have no developmental agenda. BJP survives on religion, riots and fake nationalism. BJP’s end is near. The arrogance and audacity of the PM will be defeated soon. “

ମଧ୍ୟପ୍ରଦେଶର ବ୍ରାଣ୍ଡ ଆମ୍ବାସଡ଼ର ହେବେ ସଲମାନ ଖାନ୍‌

ସଲମାନ୍‌ ଖାନ୍‌ ମଧ୍ୟପ୍ରଦେଶର ବ୍ରାଣ୍ଡ୍‌ ଆମ୍ବାସାଡାର୍‌ ହେବେ ବୋଲି ସୂଚନା ମିଳିଛି । ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ଏହି ବିଷୟରେ ସୂଚନା ଦେଇଛନ୍ତି ।  ଭାଇଜାନ୍‌ଙ୍କ ପରି ଜଣେ ଲୋକପ୍ରିୟ ସେଲିବ୍ରିଟିଙ୍କ ମଧ୍ୟପ୍ରଦେଶ ସହିତ ଜଡିତ ରହିଲେ, ମଧ୍ୟପ୍ରଦେଶର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ଦେଶବିଦେଶରେ ଆହୁରି ପରିଚିତ ହୋଇ ପାରିବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ । ସଲ୍‌ମାନ୍‌ଙ୍କ ପରିବାର ଇନ୍ଦୋର ସହର ସହ ଜଡିତ। ତାଙ୍କ ପୈତୃକ ଘର ଇନ୍ଦୋରରେ ଥିବା ବେଳେ ସେଠାରେ ସଲ୍‌ମାନ୍‌ ଜନ୍ମ ଗ୍ରହଣ କରିଛନ୍ତି। ଚଳିତ ଇଦ୍‌ରେ ସଲମାନ୍‌ଙ୍କ ବହୁତ ପ୍ରତିକ୍ଷୀତ ଫିଲ୍ମ ‘ଭାରତ୍‌’ ରିଲିଜ୍‌ ହେବାକୁ ରହିଛି ।