ଅବୈଧ ଅନୁପ୍ରବେଶକାରୀଙ୍କୁ ବାହାର କରିବା ଦାବିରେ ରାଜ୍‌ ଠାକ୍‌ରେଙ୍କ ମେଗା ରାଲି

ଅବୈଧ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରିବା ପାଇଁ ରାଜ୍‌ ଠାକ୍‌ରେ ଏକ ମେଗା ରାଲି କରିଛନ୍ତି । ଏହା ସହିତ ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆରକୁ ନେଇ ନିଜର ସମର୍ଥନ ଜାହିର କରିଛନ୍ତି ରାଜ୍‌ ଠାକ୍‌ରେ । ଏହା ସହିତ ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆରକୁ ନେଇ ବିରୋଧାଭାସ ପ୍ରଦର୍ଶନ କରୁଥିବା ସମ୍ପ୍ରଦାୟଙ୍କ ବିରୋଧରେ ଏଣିକି ରାଲି କରାଯିବ ବୋଲି ରାଜ୍‌ ଠାକ୍‌ରେ କହିଛନ୍ତି । ଅନୁପ୍ରବେଶକାରୀଙ୍କୁ ଦେଶରୁ ବାହାର କରିବା ପାଇଁ ଏକ ମିଶନର ଆବଶ୍ୟକତା ରହିଛି ବୋଲି ରାଜ୍‌ ଠାକ୍‌ରେ କହିଛନ୍ତି ।

ହିନ୍ଦୁତ୍ବ ପ୍ରସଙ୍ଗକୁ ଫେରିଲା ଶିବସେନାର : ମୁସ୍‌ଲିମ୍‌ ଅନୁପ୍ରବେଶକାରୀଙ୍କ ପ୍ରତ୍ୟର୍ପଣକୁ ସମର୍ଥନ

ପୁଣି ହିନ୍ଦୁତ୍ବକୁ ପ୍ରସଙ୍ଗ କଲା ଶିବସେନା । ଗୋଟିଏ ପଟରେ ଦଳ ପକ୍ଷରୁ ସିଏଏ ଏବଂ ଏନ୍‌ଆରସିକୁ ନେଇ ବିରୋଧାଭାସ ଦେଖାଉଥିବା ବେଳେ ଅନ୍ୟ ପକ୍ଷରେ ବାଂଲାଦେଶୀ ଏବଂ ପାକିସ୍ତାନୀ ମୁସଲିମ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରିବା ପାଇଁ ଦଳର ମୁଖପତ୍ର ସାମ୍‌ନାରେ ଉଲ୍ଲେଖ କରାଯାଇଛି । ରାଜ୍‌ ଠାକ୍‌ରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ହିନ୍ଦୁତ୍ବକୁ ପ୍ରସଙ୍ଗ କରାଯାଉଥିବାରୁ ଶିବସେନା ପୁନର୍ବାର ହିନ୍ଦୁତ୍ବକୁ ପ୍ରସଙ୍ଗ କରିଛି । ଏହା ସହିତ ସାମ୍‌ନାରେ ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ୍‌ ଠାକ୍‌ରେଙ୍କୁ ମଧ୍ୟ ସାମ୍‌ନାରେ ସମାଲୋଚନା କରାଯାଇଛି ।