ନାବାଳିକା ଅସଦାଚରଣ : ଦୋଷୀକୁ ଦଣ୍ଡ ଦେଲେ ଜନସାଧାରଣ

ଉତ୍ତରପ୍ରଦେଶରେ ଜଣେ ଅସଦାଚରଣକାରୀକୁ ଜନ ସାଧାରଣ ଦଣ୍ଡ ଦେବା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଜଲାଉଁ ଜିଲ୍ଲାର ଏକ ପାର୍କରେ ନାବାଳିକାଙ୍କୁ ଅସଦାଚରଣ କରୁଥିବା ବେଳେ ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଥିଲେ 25 ବର୍ଷୀୟ ଯୁବକ । ଅଭିଯୁକ୍ତଙ୍କୁ ଉଲଗ୍ନ କରି ପାର୍କର ଗାନ୍ଧୀ ମୂର୍ତ୍ତି ଚତୁଃପାର୍ଶ୍ବରେ 7 ଥର ବୁଲାଇବା ପରେ ଯୁବକକୁ ପୋଲିସ୍‌କୁ ହସ୍ତାନ୍ତର କରାଯାଇଥିଲା । ଉପରୋକ୍ତ ଘଟଣାର ଭିଡିଓ ବନାଇ ସ୍ଥାନୀୟ ଅଞ୍ଚଳରେ ବଣ୍ଟାଯାଇଛି । ଫଳରେ ବାହାରକୁ ଆସିଲା ପରେ ଯୁବକ ଜଣକ ପୁନର୍ବାର ଏପରି ଘଟଣା କରିବାର ଦୁଃସାହସ କରିବେ ନାହିଁ ବୋଲି ଜଣେ ବ୍ୟକ୍ତି ପ୍ରକାଶ କରିଥିଲେ ।

ଶିକ୍ଷୟିତ୍ରୀଙ୍କ ଟ୍ବିଟ୍‌ ପରେ ନିଖୋଜ ଛାତ୍ରୀ ଉଦ୍ଧାର

ଶିକ୍ଷୟିତ୍ରୀଙ୍କ ଟ୍ବିଟ୍‌ ପରେ ଜଣେ ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର କରିଛି ଜିଲ୍ଲା ପ୍ରଶାସନ । ପୁରୀ ଜିଲ୍ଲାର ପିପିଲିରୁ ନିଖୋଜ ଏହି ଛାତ୍ରୀଙ୍କୁ ଭଞ୍ଜନଗର ପୋଲିସ୍‌ ଉଦ୍ଧାର କରିଛି । ନାବାଳିକାଙ୍କୁ ଅପହରଣ କରାଯାଇ ଜଣେ ସମ୍ପର୍କୀୟଙ୍କ ସହିତ ଜବରଦସ୍ତି ବିବାହ କରାଯାଉଥିଲା । ଦୁଇ ମାସ ହେବ ଛାତ୍ରୀ ଜଣକ ସ୍କୁଲକୁ ଆସିନଥିଲେ । ଏହାକୁ ନେଇ ଶିକ୍ଷୟିତ୍ରୀ ଟ୍ବିଟ୍ଟରରେ ଭଞ୍ଜନଗର ଜିଲ୍ଲା ପ୍ରଶାସନକୁ ଛାତ୍ରୀ ଜଣଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ । ଆଜି ଭଞ୍ଜନଗର ଜିଲ୍ଲା ପ୍ରଶାସନ ପକ୍ଷରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ : ଯାତ୍ରାପାର୍ଟି କର୍ମଚାରୀଙ୍କୁ ଅଟକ ରଖିଲା ପୋଲିସ୍‌

ସାଲେପୁରରେ ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ଯାତ୍ରାପାର୍ଟି ସଦସ୍ୟଙ୍କୁ ଅଟକ ରଖିଛି ପୋଲିସ୍‌ । ପରିବାର ସହ ଯାତ୍ରା ଦେଖିବାକୁ ଯାଇଥିବା ନେମାଳର ଏହି 6 ବର୍ଷୀୟା ବାଳିକାକୁ ଦୁଷ୍କର୍ମର ଅଭିଯୋଗ ଆସିଛି । ଯାତ୍ରା ପାର୍ଟିର କୌଣସି ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ପୋଲିସ୍‌ ଯାତ୍ରାପାର୍ଟି କର୍ମଚାରୀଙ୍କୁ ଅଟକ ରଖିଛି । ନେମାଳ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାତ୍ରାପାର୍ଟି କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ଅହମ୍ମଦାବାଦରୁ ଗିରଫ

ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗରେ ଆତ୍ମଘୋଷିତ ବାବା ନିତ୍ୟାନନ୍ଦଙ୍କୁ ପୋଲିସ୍‌ ଗିରଫ କରିଛି । ଅହମ୍ମଦାବାଦ ପୋଲିସ୍‌ ନିତ୍ୟାନନ୍ଦଙ୍କ ସମେତ ଆଶ୍ରମର ଅନ୍ୟ ଦୁଇ ଜଣ ପରିଚାଳକଙ୍କୁ ଗିରଫ କରିଛି । ଏହା ସହିତ ଗୁଜରାଟ ହାଇକୋର୍ଟଙ୍କ ପକ୍ଷରୁ ନିତ୍ୟାନନ୍ଦଙ୍କୁ ଏକ ନୋଟିସ୍‌ ଜାରି କରାଯାଇଛି । ତିନି ଜଣଙ୍କୁ ନାବାଳିକାଙ୍କୁ ନିର୍ଯାତନା ଏବଂ ଆଶ୍ରମରେ ଅଟକ ରଖିବା ଅଭିଯୋଗରେ ଗଗିରଫ କରାଯାଇଛି । ନିତ୍ୟାନନ୍ଦଙ୍କ ସହିତ ଗିରଫ ଦୁଇ ପରିଚାଳକ ହେଉଛନ୍ତି ହରିଣୀ ଚେଲାପ୍ପାନ ଏବଂ ରିଦ୍ଧି ରବିକିରଣ । ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟଙ୍କ ପକ୍ଷରୁ 5 ଦିନିଆ ରିମାଣ୍ଡରେ ପଠାଯାଇଛି ।