ପୁଣି ଥରେ ଚେନ୍‌ ଟାଣି ଓହ୍ଲାଇଲେ 500 ପ୍ରବାସୀ ଶ୍ରମିକ

ପୁଣି ଥରେ ଚେନ୍‌ଟାଣି ଟ୍ରେନ୍‌ରୁ ଓହ୍ଲାଇଛନ୍ତି ପ୍ରବାସୀ। ଝାରଖଣ୍ଡର ବୋକାରୋରେ ଏହି ଘଟଣା ଘଟିଛି। ରାଉରକେଲାରୁ 100 କିମି ଦୂର ଝାରଖଣ୍ଡର କାନାରାଓ୍ବାଁ ଷ୍ଟେସନ୍‌ରେ ଏହି ପ୍ରବାସୀ ମାନେ ଓହ୍ଲାଇଛନ୍ତି। କୋହ୍ଲାପୁରରୁ ବୋକାରୋ ଆସୁଥିବା ଶ୍ରମିକ ସ୍ପେସାଲ ଟ୍ରେନ୍‌ରେ ଏହି ଘଟଣା ଘଟିଛି । ଟ୍ରେନ୍‌ଟି ଓଡିଶାରେ ନ ରହିବାରୁ ପ୍ରବାସୀ ମାନେ ଚେନ୍‌ ଟାଣି ଟ୍ରେନ୍‌ରୁ ଓହ୍ଲାଇଥିଲେ। ଆଜିର ଦିନରେ ଏହା ଦ୍ବିତୀୟ ଘଟଣା ସକାଳେ ନୂଆପଡାରେ ମଧ୍ୟ 200 ଶ୍ରମିକ ଚେନ୍‌ ଟାଣି ଓହ୍ଲାଇଥିଲେ।

ଅର୍ଥନୈତିକ ସଙ୍କଟକୁ ନେଇ ସରକାରଙ୍କୁ ରାହୁଲଙ୍କ ଆକ୍ରମଣ

କରୋନା ଭାଇରସ୍‌ ସଙ୍କଟରୁ ଦେଶରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟକୁ ନେଇ ପୁଣିଥରେ ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧୀ । ପୁନର୍ବାର ପ୍ରବାସୀ ଶ୍ରମିକ ଏବଂ କୃଷକଙ୍କ ଆକାଉଣ୍ଟକୁ ସିଧା ପଇସା ପଠେଇବା ଦାବି ଦେହରାଇଥିଲେ ରାହୁଲ । ଏହା ସହିତ ନିଜ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଅନ୍ୟୁନ 200 ଦିନର ମନରେଗା କାମ ପ୍ରଦାନ କରିବା ପାଇଁ ଦାବି କରିଥିଲେ ରାହୁଲ । ଭାରତରେ ଚାଷୀ, ଶ୍ରମିକ ଏବଂ କ୍ଷୁଦ୍ର ବ୍ୟବସାୟୀ ଅର୍ଥନୀତିର ପ୍ରମୁଖ ଅଙ୍ଗ ।