ଓ୍ବେଲିଙ୍ଗଟନ୍‌ ଟି20 : ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 166 ରନ୍‌ର ବିଜୟ ଲକ୍ଷ୍ୟ

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି 20 ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍‌ରେ ଭାରତ 165 ରନ୍‌ ସଂଗ୍ରହ କରିଛି ।  ଭାରତୀୟ ଟପ୍‌ ଅର୍ଡର ଏହି ମ୍ୟାଚ୍‌ରେ ଫେଲ୍‌ ମାରିଥିବା ବେଳେ ମନୀଷ ପାଣ୍ଡେଙ୍କ ଚମତ୍କାର 50 ରନ୍‌ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ 165 ରନ୍‌ ସଂଗ୍ରହ କରିଛି । ଚମତ୍କାର ଫର୍ମରେ ରହିଥିବା ଓପ୍‌ନର କେଏଲ୍‌ ରାହୁଲ୍‌ 26 ବଲ୍‌ରୁ 39 ରନ୍‌ ସଂଗ୍ରହ କରିଥିବା ମନୀଷ ପାଣ୍ଡେ 36ଟି ବଲ୍‌ର ସମ୍ମୁଖୀନ ହୋଇ 3ଟି ଚୌକା ସହାୟତାରେ 50 ରନ୍‌ ସଂଗ୍ରହ କରିଥିଲେ ।

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ : ଟସ୍‌ ଜିତି ଅଷ୍ଟ୍ରେଲିଆର ଫିଲ୍ଡିଂ ନିଷ୍ପତ୍ତି

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ରାଜକୋଟରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ କ୍ଷେତ୍ରରକ୍ଷଣର ନିଷ୍ପତ୍ତି ନେଇଛି । ଭାରତର ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଥିବା ବେଳେ ଅଷ୍ଟ୍ରେଲିଆର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଆହତ ଋଷଭ ପନ୍ତଙ୍କ ସ୍ଥାନରେ ମନୀଷ ପାଣ୍ଡେଙ୍କୁ ସାମିଲ କରାଯାଇଛି ।

ଆଶ୍ରିତା ସେଟ୍ଟୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେଲେ ମନୀଷ ପାଣ୍ଡେ

ତାମିଲ ଏବଂ କନ୍ନଡ ଫିଲ୍ମ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭାରତୀୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌ ମନୀଷ ପାଣ୍ଡେ । ସୋମବାର ମୁମ୍ବାଇରେ ମନୀଷ ପାଣ୍ଡେ ଆଶ୍ରିତାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଗତକାଲି କର୍ଣ୍ଣାଟକକୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଜିତାଇଥିବା ମନୀଷ ଓ୍ବିଣ୍ଡିଜ୍‌ ସିରିଜ୍‌ ପୂର୍ବରୁ ନିଜର ଦ୍ବିତୀୟ ଇନିଂସ ଆରମ୍ଭ କରିଛନ୍ତି । ତାମିଲ ଫିଲ୍ମ ଏନ୍‌ଏଚ୍‌-4ରୁ ପ୍ରସିଦ୍ଧି ଲାଭ କରିଥିବା ଆଶ୍ରିତା ମନୀଷଙ୍କୁ 4 ବର୍ଷ ହେବ ଡେଟ୍‌ କରୁଥିଲେ ।

ତାମିଲନାଡୁକୁ 1 ରନ୍‌ରେ ପରାସ୍ତ କରି ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି ବଜାୟ ରଖିଲା କର୍ଣ୍ଣାଟକ

ଡିଫେଣ୍ଡିଂ ଚାମ୍ପିୟନ୍‌ କର୍ଣ୍ଣାଟକ ତାମିଲନାଡୁକୁ ପରାସ୍ତ କରି ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି ବଜାୟ ରଖିଛି । ରବିବାର ଅନୁଷ୍ଠିତ ଫାଇନାଲ୍‌ରେ କର୍ଣ୍ଣାଟକ 1 ରନ୍‌ରେ ତାମିଲନାଡୁକୁ ପରାସ୍ତ କରିଛି । କର୍ଣ୍ଣାଟକ ପକ୍ଷରୁ ଅଧିନାୟକ ମନୀଷ ପାଣ୍ଡେ ସର୍ବାଧିକ 60 ରନ୍‌ ସଂଗ୍ରହ କରିଥିଲେ । କର୍ଣ୍ଣାଟକ 20 ଓଭରରେ 5 ଓ୍ବିକେଟ ହରାଇ 180 ରନ୍‌ ସଂଗ୍ରହ କରିଥିଲା । ଜବାବରେ ବିଜୟ ଶଙ୍କର(44) ଏବଂ ବାବା ଅପରାଜିତ(40) ରନ୍‌ ସତ୍ତ୍ବେ ବିଜୟ ଠାରୁ 1 ରନ୍‌ ଦୂରରେ ରହିଥିଲା ତାମିଲନାଡୁ ।