ଦିଲ୍ଲୀ ହିଂସାକାଣ୍ଡ ଉପରୁ ନଜର ହଟାଇବା ପାଇଁ କୋରୋନାର ଭୟ ସୃଷ୍ଟି କରାଯାଉଛି : ମମତା

କୋରୋନା ଭାଇରସ୍‌ ଆତଙ୍କକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ମାତ୍ର ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ସତର୍କ ସୂଚନାକୂ ନାପସନ୍ଦ କରିଛନ୍ତି । ଦିଲ୍ଲୀ ହିଂସାକାଣ୍ଡକୁ ଲୁଚାଇବା ପାଇଁ ଦେଶରେ କୋରୋନା ଭାଇରସ୍‌ର ଆତଙ୍କ ସୃଷ୍ଟି କରାଯାଉଥିବା ନେଇ ମମତା ଅଭିଯୋଗ କରିଛନ୍ତି । ଦେଶର କିଛି ତଥାକଥିତ ଗଣମାଧ୍ୟମ ଏବଂ କେନ୍ଦ୍ର ସରକାର ଏପରି ମିଥ୍ୟା ପ୍ରଚାର କରୁଛନ୍ତି । ଦିଲ୍ଲୀ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତି କୋରୋନାରେ ନୁହେଁ ବରଂ ବିଜେପି କର୍ମୀଙ୍କ ଦ୍ବାରା ପ୍ରାଣ ହରାଇଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।

ପଶ୍ଚିମବଙ୍ଗରେ ଆପ୍‌ ମଡେଲ୍‌ : 75 ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ନେଇ ଦିଦିଙ୍କ ଘୋଷଣା

ଅରବିନ୍ଦ କେଜ୍ରିଓ୍ବାଲଙ୍କ ମାଗଣା ବିଦ୍ୟୁତ୍‌ ଯୋଜନାକୁ ଆପଣେଇଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଏଣିକି 75 ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ମାଗଣା ମିଳିବା ନେଇ ଘୋଷଣା କରିଛନ୍ତି ମମତା ବାନାର୍ଜୀ । ସୋମବାର ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ଏହି ଘୋଷଣା କରିଛନ୍ତି । ଏହା ସହିତ ଅନୁସୂଚିତ ବର୍ଗର ବ୍ୟକ୍ତି ଏବଂ 60 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମାସିକ 1000 ଟଙ୍କାର ଭତ୍ତା ଘୋଷଣା କରିଛନ୍ତି ସରକାର । ଅନୁସୂଚିତ ଜନଜାତି ବର୍ଗ ନିମନ୍ତେ ସରକାର ବନ୍ଧୁ ପ୍ରକଳ୍ପ ଏବଂ ଜୟ ଜୋହର ନାମକ ଦୁଇଟି ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି ।

ଭୋଟ ପାଇଁ ରାହୁଲ ଦେଶକୁ ବିକ୍ରି କରି ପାରନ୍ତି : ଗିରିରାଜ

ଭୋଟ ପାଇଁ ରାହୁଲ ଗାନ୍ଧୀ ଦେଶକୁ ମଧ୍ୟ ବିକ୍ରି କରିବାକୁ ପଛାଇବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମତ ଦେଇଛନ୍ତି । ସିଏଏକୁ ନେଇ ଗିରିରାଜ ରାହୁଲଙ୍କୁ ସମାଲୋଚନା କରିବା ସହିତ ଏହି ମତ ଦେଇଛନ୍ତି । ବୁଧବାର ପାଟନାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପଶୁପାଳନ ମନ୍ତ୍ରୀ ଗିରିରାଜ ପୂର୍ବତନ କଂଗ୍ରେସ ସଭାପତି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି । ଭୋଟ ପାଇଁ ରାହୁଲ ଏବଂ ବିପକ୍ଷ ନେତା ଦେଶକୁ ବିକ୍ରି କରିବାକୁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ ବୋଲି ଗିରିରାଜ ମତ ଦେଇଛନ୍ତି ।

ନାଗରିକତ୍ବ ବିଲ୍‌ ବିରୋଧରେ ମେଗା ରାଲିର ଆହ୍ବାନ କଲେ ମମତା

ନାଗରିକତ୍ବ ବିଲ୍‌କୁ ଦେଶର ଉତ୍ତର ପୂର୍ବୀୟ ପ୍ରାନ୍ତରେ ବିରୋଧ କରାଯାଉଥିବା ବେଳେ ପଶ୍ଚିମବଙ୍ଗରେ ଏହା ବିରୋଧରେ ଏକ ମେଗା ରାଲିର ଆହ୍ବାନ ଦେଇଛନ୍ତି ମମତା ବାନାର୍ଜୀ । ଏହି ବିଲ୍‌କୁ ନେଇ ପୂର୍ବରୁ ଆସାମ ,ତ୍ରିପୁରା ଏବଂ ମେଘାଳୟରେ ଆନ୍ଦୋଳନ ଜାରି ରହିଥିବା ବେଳେ ମମତା ନିଜକୁ ଏହି ଧାରାରେ ସାମିଲ କରିଛନ୍ତି । ଏହି ସଂଶୋଧନ ବିରୋଧରେ ଏକାଧିକ ରାଲି କରିବାକୁ ଯାଉଛନ୍ତି ମମତା । ଏହି ବିଲ୍‌ ଦେଶର ବିଭାଜନ କରିଦେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।