PM Modi lauds Shah after LS passes Citizenship (Amendment) Bill

Prime Minister Narendra Modi on Tuesday expressed delight over the passage of the contentious Citizenship (Amendment) Bill 2019 in the Lok Sabha and lauded Home Minister Amit Shah’s efforts in the same.

Taking to Twitter, PM Modi said, ” Delighted that Lok Sabha has passed Citizenship (Amendment) Bill, 2019 after a rich & extensive debate. I thank the various MPs and parties that supported the Bill.

ଲୋକସଭାରେ ନାଗରିକତ୍ବ ବିଲ୍‌ ଦାଖଲ କରିବେ ଅମିତ ଶାହା : ଦଳୀୟ ସାଂସଦଙ୍କୁ ବିଜେପିର ହ୍ବିପ୍‌

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ଲୋକସଭାରେ ରାଷ୍ଟ୍ରୀୟ ନାଗରିକତ୍ବ ବିଲ୍‌ ଦାଖଲ କରିବେ । ଏହି ବିଲ୍‌ ପାରିତ ହେଲେ ଦୀର୍ଘ 6 ଦଶନ୍ଧି ଧରି ରହିଥିବା ନାଗରିକତ୍ବ ବିଲ୍‌ ଆଇନରେ ପରିବର୍ତ୍ତନ ହେବ । ଏହି ବିଲ୍‌କୁ ବିରୋଧୀ ଦଳ ସମେତ ଭାରତର ଉତ୍ତର ପୂର୍ବୀୟ ପାନ୍ତ ରାଜ୍ୟ ସମୂହଙ୍କ ପକ୍ଷରୁ ବିରୋଧ କରାଯାଉଛି । ଏହି ବିଲ୍‌ ପୂର୍ବରୁ ଆସନ୍ତା 3 ଦିନ ପାଇଁ ଗୃହରେ ଉପସ୍ଥିତ ରହିବା ପାଇଁ ବିଜେପି ଏହାର ସମସ୍ତ ଦଳୀୟ ସାଂସଦଙ୍କ ନିମନ୍ତେ ହ୍ବିପ୍‌ ଜାରି କରିଛି ।

ନିର୍ମଳାଙ୍କୁ ନିର୍ବଳା ଭାବରେ ସମ୍ବୋଧନ କଲେ କଂଗ୍ରେସ ସାଂସଦ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନିର୍ବଳା (ଶକ୍ତିହୀନ) ସୀତାରମଣ ଭାବରେ ସମ୍ବୋଧନ କରିଛନ୍ତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ଲୋକସଭାରେ ଏକ ଆଲୋଚନା ସମୟରେ ସେ ନିର୍ମଳାଙ୍କୁ ନିର୍ବଳା ବୋଲି ସମ୍ବୋଧନ କରିଥିଲେ । ଅଧୀର କହିଥିଲେ ଜଣେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ ମଧ୍ୟ ନିର୍ମଳା ନିଜର ସ୍ବର ଉତ୍ତୋଳନରେ ଅକ୍ଷମ । ତାଙ୍କ ନେତୃତ୍ବରେ ଦେଶର ଅର୍ଥନୀତି ତଳକୁ ତଳକୁ ଯାଉଛି । ଅଧୀରଙ୍କ ଏହି ମନ୍ତବ୍ୟ ପରେ ଗୃହରେ ଅଧୀରଙ୍କ କ୍ଷମା ପ୍ରାର୍ଥନା ଦାବି କରାଯାଇଥିଲା ।

ଲୋକସଭାରେ ସାଧ୍ବୀ ପ୍ରଜ୍ଞାଙ୍କ କ୍ଷମାପ୍ରାର୍ଥନା

ଲୋକସଭାରେ ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା କ୍ଷମାପ୍ରାର୍ଥନା କରିଛନ୍ତି । ନାଥୁରାମ ଗୋଡ୍‌ସେଙ୍କୁ ଦେଶଭକ୍ତ ବୋଲି ଅଭିହିତ କରିବା ପରେ ସାଂସଦରେ ହଙ୍ଗାମା ହେବା ପରେ ଶୁକ୍ରବାର ସାଧ୍ବୀ କ୍ଷମାପ୍ରାର୍ଥନା କରିଛନ୍ତି । ଦେଶପ୍ରତି ଗାନ୍ଧୀଙ୍କ ଅବଦାନକୁ ମୁଁ ସଦାଦର୍ବଦା ସମ୍ମାନ କରିଛି ଏବଂ ଯଦି ମୋ ମନ୍ତବ୍ୟ ଦ୍ବାରା କେହି ଆଘାତ ପାଇଛନ୍ତି ସେଥି ନିମନ୍ତେ ମୁଁ କ୍ଷମାପ୍ରାର୍ଥନା କରୁଛି । ପ୍ରଜ୍ଞାଙ୍କ କ୍ଷମାପ୍ରାର୍ଥନା ସମୟରେ ବିରୋଧୀ ଦଳଙ୍କ ପକ୍ଷରୁ ନାରାବାଜି କରାଯାଇଥିଲା । ଗଡସେ ଡାଉନ୍‌ ଡାଉନ୍‌ ଏବଂ ମହାତ୍ମା ଗାନ୍ଧୀ ଅମର ରହେ ନାରା ଦେଇଥିଲେ ବିରୋଧୀ ।

ପ୍ରତିରକ୍ଷା ସଂସଦୀୟ କମିଟିରୁ ବାଦ ପଡିଲେ ସାଧ୍ବୀ ପ୍ରଜ୍ଞା

ଭୋପାଳର ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କୁ ପ୍ରତିରକ୍ଷା ସଂସଦୀୟ କମିଟିରୁ ବାଦ ଦିଆଯାଇଛି । ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେକୁ ଦେଶଭକ୍ତ ବୋଲି କହିଥିବା କାରଣରୁ ପ୍ରଜ୍ଞାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବୁଧବାର ସଂସଦରେ ଏସ୍‌ପିଜି ବିଲ୍‌ ସମ୍ବନ୍ଧରେ ଆଲୋଚନା ସମୟରେ ପ୍ରଜ୍ଞା ଏହି ମତ ଦେଇଥିଲେ । ଏହି ମତ ପରେ ସମଗ୍ର ଦେଶବାସୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ଟ୍ବିଟ୍ଟରରେ ଏଡା ବିରୋଧରେ ଏକ ଟ୍ରେଣ୍ଡ ଆରମ୍ଭ ହୋଇଥିଲା ।

ଇଲୋକ୍ଟରାଲ ବଣ୍ଡ ପ୍ରତିବାଦରେ ଗୃହତ୍ୟାଗ କଲା କଂଗ୍ରେସ

ଇଲୋକ୍ଟରାଲ ବଣ୍ଡ ଏବଂ ପିଏସ୍‌ୟୁ ଗୁଡିକର ଘରୋଇକରଣକୁ ବିରୋଧ କରି କକ୍ଷତ୍ୟାଗ କରିଛନ୍ତି କଂଗ୍ରେସ ସାଂସଦ । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ କଂଗ୍ରେସ ସଦସ୍ୟଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଉଭୟ ଘଟଣାକୁ ଦୁର୍ନୀତି ବୋଲି ଅଭିହିତ କରି ସାଂସଦ ମାନେ ଏହି ପଦକ୍ଷେପ ନେଇଥିବା ଜଣାପଡିଛି । ସାଂସଦଙ୍କ ହଙ୍ଗାମା ଫଳରେ ରାଜ୍ୟସଭାକୁ ମଧ୍ୟାନ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିବା ବେଳେ ଲୋକସଭାକୁ 15 ମିନିଟ୍‌ ମୁଲତବୀ ରଖାଯାଇଥିଲା । ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନେତୃତ୍ବରେ ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ ।

BJP national spokesman Sambit Patra named for Puri Lok Sabha seat.

The BJP Central Election Committee on Friday night announced the name of party spokesman Sambit Patra as its candidate from the prestigious Puri parliamentary constituency in Odisha.
“Congratulations to my colleague Sambit Patra and all the luck for contesting from Puri in Odisha,” party leader and media co incharge Sanjay Mayukh tweeted.