କଟକରେ ଖୋଲିଲା ପାର୍କ : ଟ୍ବିଟ୍‌ କରି ସିଏମ୍‌ସିର ଘୋଷଣା

ଆଜିଠୁ କଟକରେ ଖୋଲିବ ସମସ୍ତ ପାର୍କ । ସକାଳ 7ଟାରୁ 10ଟା ଏବଂ ଅପରାହ୍ନ 4ଟାରୁ 6ଟା ପର୍ଯ୍ୟନ୍ତ ପାର୍କ ଖୋଲିବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ଘୋଷଣା କରାଯାଇଛି । ତେବେ ପାର୍କରେ ରହିଥିବା ଜିମ୍‌ ଉପକରଣର ବ୍ୟବହାର ଉପରେ ରୋକ୍‌ ଲଗାଯାଇଥିବା ବେଳେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ବର ପାଳନକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଛୋଟ ଛୁଆଙ୍କ ପାଇଁ ଉଦ୍ଦିଷ୍ଟ ଦୋଳିର ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

ଅର୍ଥନୈତିକ ସଙ୍କଟକୁ ନେଇ ସରକାରଙ୍କୁ ରାହୁଲଙ୍କ ଆକ୍ରମଣ

କରୋନା ଭାଇରସ୍‌ ସଙ୍କଟରୁ ଦେଶରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟକୁ ନେଇ ପୁଣିଥରେ ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧୀ । ପୁନର୍ବାର ପ୍ରବାସୀ ଶ୍ରମିକ ଏବଂ କୃଷକଙ୍କ ଆକାଉଣ୍ଟକୁ ସିଧା ପଇସା ପଠେଇବା ଦାବି ଦେହରାଇଥିଲେ ରାହୁଲ । ଏହା ସହିତ ନିଜ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଅନ୍ୟୁନ 200 ଦିନର ମନରେଗା କାମ ପ୍ରଦାନ କରିବା ପାଇଁ ଦାବି କରିଥିଲେ ରାହୁଲ । ଭାରତରେ ଚାଷୀ, ଶ୍ରମିକ ଏବଂ କ୍ଷୁଦ୍ର ବ୍ୟବସାୟୀ ଅର୍ଥନୀତିର ପ୍ରମୁଖ ଅଙ୍ଗ ।

ଲକ୍‌ଡାଉନ୍‌ ପରେ ନନ୍‌ ଟଚ୍‌ ବ୍ୟବସ୍ଥାରେ କାର୍ଯ୍ୟକରିବ ଭୁବନେଶ୍ବର ବିମାନବନ୍ଦର

ଲକ୍‌ଡାଉନ୍‌ କଟକଣା ହଟିବା ପରେ ଭୁବନେଶ୍ବର ବିମାନ ବନ୍ଦ ନନ୍‌ ଟଚ୍‌ ଭାବରେ କାର୍ଯ୍ୟ କରିବ । ଏଣିକି ବିମାନ ବନ୍ଦରର ପ୍ରତ୍ୟେକ କାର୍ଯ୍ୟ ପରସ୍ପରକୁ ନଛୁଇଁ କରାଯିବ । ଟର୍ମିନାଲଟୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା ଏବଂ ଟିକେଟ୍‌ ଚେକିଂ ପାଇଁ ମଧ୍ୟ ନନ୍‌ଟଚ୍‌ ବ୍ୟବସ୍ଥା କରାଯିବ । ଏପରିକି ବିମାନ ଯାତ୍ରା ସମୟରେ ମଧ୍ୟ ନନ୍‌ଟଚ୍‌ ବ୍ୟବସ୍ଥା ଆପଣାଯିବ । ଟିକେଟ୍‌ ଚେକିଂ ଏବଂ ଚେକ୍‌ ଇନ୍‌ ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ମେସିନ୍‌ର ବ୍ୟବହାର କରାଯିବ ବୋଲି ଜଣାପଡିଛି ।

ଆାସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହିତ ଲକ୍‌ଡାଉନ୍‌ର ସମୀକ୍ଷା କରିବେ ମୋଦି

ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଆସନ୍ତା କାଲି ଏହାର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୋଦି ଏହି ଆଲୋଚନା କରିବେ । ସୋମବାର ମେ,11 ତାରିଖ 3ଟା ସମୟରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଲକ୍‌ଡାଉନ୍‌ ସ୍ଥିତିର ସମୀକ୍ଷା କରିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 63 ହଜାର ଅତିକ୍ରମ କରିସାରିଥିବା ବେଳେ ବିଗତ 24 ଘଣ୍ଟା ମଧ୍ୟରେ 127 ଜଣଙ୍କର ପ୍ରାଣହାନି ଘଟିଛି ।

ଲକ୍‌ଡାଉନ୍‌ରୁ ବାହାରିବାର ଉପାୟ ନିଶ୍ବିନ୍ତ କରନ୍ତୁ ସରକାର : ରାହୁଲ

କରୋନା ଭାଇରସ୍‌ କାରଣରୁ ସମଗ୍ର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏହାକୁ ନେଇ ସରକାରଙ୍କୁ ଘେରିବାର ଉଦ୍ୟମ କରିଛନ୍ତି ରାହୁଲ ଗାନ୍ଧୀ । ଲକ୍‌ଡାଉନ୍‌ରୁ ବାହାରିବାର ଏକ ନିଶ୍ଚିନ୍ତ ଉପାୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ରାହୁଲ୍‌ ମତ ଦେଇଛନ୍ତି । ଲକ୍‌ଡାଉନ୍ ପ୍ରଭାବରୁ ବାହାରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯିବା ଆବଶ୍ୟକ । ସରକାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପୁନରୁଦ୍ଧାର ପାଇଁ ପ୍ରୟାସ କରିବା ସହିତ ସମସ୍ତ ଗରିବଙ୍କ ଆକାଉଣ୍ଟକୁ ପଇସା ପଠାଇବା ଉଚିତ୍‌ ବୋଲି ରାହୁଲ ମତ ଦେଇଛନ୍ତି ।

ଲକ୍‌ଡାଉନ୍‌ରେ ସରକାରୀ ଗୋଦାମରୁ ଗାଏବ ହୋଇଛି 86 ଲକ୍ଷ ଟଙ୍କାର ମଦ

ଲକ୍‌ଡାଉନ୍‌ ସମୟରେ ହରିୟାଣା ସରକାରଙ୍କ ଏକ ଗୋଦାମରୁ 86 ଲକ୍ଷ ଟଙ୍କାର ମଦ ଗାଏବ୍‌ ହୋଇଯାଇଛି । ହରିୟାଣାର ପାନିପତ ସହରରେ ଅବସ୍ଥିତ ଏହି ଗୋଦାମରୁ 86 ଲକ୍ଷ ଟଙ୍କାର ମଦ ଗାଏବ ହୋଇଯାଇଛି । ତେବେ ଏହି ଘଟଣା ପରେ ଏହି ଗୋଦାମରେ ରହିଥିବା ବଳକା ମଦକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଛନ୍ତି ହରିୟାଣା ସରକାର । 2016ରୁ ଏହି ଗୋଦାମଟିକୁ ସିଲ୍‌ କରାଯାଇଥିବା ବେଳେ ଏହା ମଧ୍ୟରୁ ମଦ କିପରି ଗାଏବ ହେଲା ସେ ନେଇ ପ୍ରଶ୍ନ ଉଠିଛି ।

9 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ମୋଦି

9 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ଓଡିଶା, ତାମିଲନାଡୁ, ବିହାର , ମେଘାଳୟ, ମିଜୋରାମ, ଗୁଜରାଟ, ପୁଡୁଚେରୀ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କରୋନା ଆତଙ୍କ ସତ୍ତ୍ବେ ସମଗ୍ର ଦେଶ ଲକ୍‌ଡାଉନ୍‌ ନିୟମକୁ ମାନିବାରୁ ଦେଶରେ କରୋନା ମୁକାବିଲା ସଠିକ୍‌ ଦିଗରେ ଯାଉଛି ବୋଲି ମୋଦି ସନ୍ତୋଷ ପ୍ରକାଶ କରିଥିଲେ । ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ବିଭିନ୍ନ ରାଜ୍ୟ ମୁଖ୍ୟଙ୍କ ପ୍ରତିକ୍ରିୟା ନିଆଯିବା ସହିତ ଆର୍ଥିକ ଅଭିବୃଦ୍ଧି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଚାକିରି ହରାଇଛନ୍ତି 12 କୋଟି ଲୋକ : ସୋନିଆ ଗାନ୍ଧୀ

କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଲକ୍‌ଡାଉନ୍‌କୁ ନେଇ ଗୁରୁବାର ସରକାରଙ୍କୁ ଆକ୍ରମଣ କରିଛନ୍ତି । ଲକ୍‌ଡାଉନ୍‌ର ପ୍ରଥମ ପର୍ଯ୍ୟାୟରେ ଦେଶରେ 12 କୋଟି ଲୋକ ନିଜ ଚାକିରି ହରାଇଛନ୍ତି । ମାର୍ଚ୍ଚ 25ରୁ ଏପ୍ରିଲ୍‌ 14 ମଧ୍ୟରେ ପ୍ରାୟ 12 କୋଟି ଲୋକ ନିଜର ଚାକିରି ହରାଇଥିବା ବେଳେ ଭବିଷ୍ୟତରେ ଏହି ସଂଖ୍ୟା ଆହୁରି ବଢିବାକୁ ଯାଉଛି । ଏହି ପରସ୍ଥିତିରୁ ଉଦ୍ଧାର ପାଇବା ପାଇଁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାନ ଗୁଡିକୁ ରିହାତି ପ୍ରଦାନ କରାଯିବା ସହିତ ପ୍ରତ୍ୟେକ ପରିବାରକୁ 7500 ଟଙ୍କାର ସହାୟତା ରାଶି ପଠାଇବା ପାଇଁ ଦାବି କରିଛନ୍ତି ।

ଯୋଗୀଙ୍କ ପଦକ୍ଷେପକୁ ନୀତିଶଙ୍କ ସମାଲୋଚନା

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଛନ୍ତି । ରାଜସ୍ଥାନର କୋଟାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ଆଦିତ୍ୟନାଥ 100ଟି ବସ୍‌ ପଠାଇଥିଲେ । ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଆଦିତ୍ୟନାଥ ଏପରି ନିୟମ ଭଙ୍ଗ କରିବା ଆଦୌ ସମିଚୀନ ନୁହେଁ ବୋଲି ନୀତିଶ କୁମାର ପ୍ରକାଶ କରିଛନ୍ତି । ଯଦି ଦିନ ମଜୁରିଆଙ୍କୁ ଘରକୁ ପଠାଇବା କ୍ଷେତ୍ରରେ ସରକାର ଲକ୍‌ଡାଉନ୍‌ ନିୟମକୁ କଡାକଡି ପାଳନ କରୁଛନ୍ତି ତେବେ ଛାତ୍ର ଛାତ୍ରୀଙ୍କ କ୍ଷେତ୍ରରେ ବ୍ୟତିକ୍ରମ କାହିଁକି ବୋଲି ନୀତିଶ ପ୍ରଶ୍ନ କରିଛନ୍ତି ।

ଲକ୍‌ଡାଉନ୍‌ରେ ଏହି ରାଜ୍ୟରୁ ଆଦାୟ ହେଲା ଏକ କୋଟି ଟଙ୍କାର ଫାଇନ୍‌

ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଏହାକୁ ସମସ୍ତେ ସମର୍ଥନ କରୁଛନ୍ତି । ତେବେ ଅନେକ ବ୍ୟକ୍ତି ଲକ୍‌ଡାଉନ୍‌ର ଉଲ୍ଲଂଘନ କରୁଥିବା ବେଳେ ଏଥିପାଇଁ ଆର୍ଥିକ ଦଣ୍ଡ ପ୍ରଦାନ କରାଯାଉଛି । ତେବେ ତାମିଲନାଡୁରେ ଲକ୍‌ଡାଉନ୍‌ ସମୟରେ 1 କୋଟି ଟଙ୍କାର ଫାଇନ୍‌ ଆଦାୟ କରାଯାଇଛି । ଏହି ସମୟରେ 1.06 କୋଟି ଟଙ୍କାର ଫାଇନ୍‌ ଆଦାୟ କରାଯାଇଥିବା ବେଳେ 1 ଲକ୍ଷ 94 ହଜାର ଗାଡିକୁ ଜବତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ କରୋନାର ପ୍ରଭାବ କାରଣରୁ ଲକ୍‌ଡାଉନ୍‌କୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଲକ୍‌ଡାଉନ୍‌ରେ ଖାଦ୍ୟ ନପାଇ 5ଶିଶୁଙ୍କୁ ନଦୀକୁ ଫିଙ୍ଗିଲା ମା

ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଅନେକ ପରିବାର ନିଜର ଦୈନିକ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶରେ ଜନୈକ ମହିଳା ଖାଦ୍ୟ ଅଭାବରୁ ନିଜର 5 ଶିଶୁଙ୍କୁ ନଦୀ ମଧ୍ୟକୁ ଫିଙ୍ଗି ଦେଇଛନ୍ତି । ଉତ୍ତର ପ୍ରଦେଶର ଜେଘାଙ୍ଗୀରାବାଦ ଅଞ୍ଚଳର ବନ୍ଦନା ନାମ୍ନୀ ମହିଳା ଏହି ଜଘନ୍ୟ କାଣ୍ଡ ଘଟାଇଛନ୍ତି । ଗତକାଲି ରାତି ଦୁଇଟା ସମୟରେ ଏହି ଘଟଣା ଘଟିଥିଲା । ପୋଲିସ୍‌ ଉକ୍ତ ମହିଳାଙ୍କୁ ଗିରଫ କରିଥିବା ବେଳେ 5 ଶିଶୁଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଲକ୍‌ଡାଉନ୍‌ ସମୟରେ ପୋଲିସ୍‌ ଅଧିକାରୀଙ୍କ ହାତ କାଟିଲେ ଶିଖ୍‌ ବ୍ୟକ୍ତି : 7 ଗିରଫ

ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଲକ୍‌ଡାଉନ୍‌ ନିୟମକୁ ଭାଙ୍ଗିବା ସହିତ ଜଣେ ପୋଲିସ୍‌ ଅଧିକାରୀଙ୍କ ହାତ କାଟିଛନ୍ତି କିଛି ଶିଖ୍‌ ବ୍ୟକ୍ତି । ଏହି ଘଟଣାରେ ପୋଲିସ୍‌ 7 ଜଣଙ୍କୁ ଗିରଫ କରିଛି । ମଣ୍ଡିରେ ପ୍ରବେଶ କରିବା ନେଇ ପୋଲିସ୍‌ ବାରଣ କରିବାରୁ ନିହଙ୍ଗ ଶିଖ୍‌ ସମ୍ପ୍ରଦାୟର ଏହି ବ୍ୟକ୍ତି ସଙ୍ଘବଦ୍ଧ ଭାବରେ ପୋଲିସ୍‌କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ପୋଲିସ୍‌ ଅଧିକାରୀଙ୍କ ହାତ କଟି ଯାଇଥିବା ବେଳେ ଅନ୍ୟ ତିନି ପୋଲିସ୍‌ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣ ପରେ ଅଭିଯୁକ୍ତ ମାନେ ଗୁରୁଦ୍ବାର ମଧ୍ୟରେ ଲୁଚିଥିବା ବେଳେ 7 ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି ।

ଏପ୍ରିଲ୍‌ ୩୦ ଯାଏଁ ବଢିଲା ଲକ୍‌ ଡାଉନ୍‌ ସମୟ, ସହଯୋଗ କରିଥିବାରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ

ଏପ୍ରିଲ୍‌ ୩୦ ଯାଏଁ ଲକ୍‌ ଡାଉନ୍ ବୃଦ୍ଧି ପାଇଁ  ନିଷ୍ପତ୍ତି ନିଆଯାଇଛି। ଏପରି ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା ଜାରି କରାଯାଇଛି। ଏପ୍ରିଲ୍‌ ୩୦ଯାଏଁ ଟ୍ରେନ୍‌ ଓ ବିମାନ ସେବା ବନ୍ଦ ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ରାଜ୍ୟ ବାହାରେ ଥିବା ଶ୍ରମିକ ଭାଇଙ୍କ ଯତ୍ନ ନେବାକୁ ସମ୍ପୃକ୍ତ ରାଜ୍ୟଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ ଅଟକି ଥିବା ଶ୍ରମିକଙ୍କ ଯତ୍ନ ନେଉଛନ୍ତି। ଦେଶର ଅର୍ଥନୀତି ଅପେକ୍ଷା ଆମ ପାଇଁ ଲୋକଙ୍କ ଜୀବନ ଅଧିକ ଗୁରୁତ୍ବପୂର୍ଣ୍ଣ।

State of Odisha under lockdown in view of COVID-19

The state of Odisha has been brought under a lockdown by the state government with effect from Tuesday. The advisory has been issued through the government spokesman. The advisory effects a total lockdown by which barring the essential services like Medical , banking, police, grocery shops, medical shops and vegetable and milk, rest  services in the state has to be stopped from today midnight.

Lockdown in New Zealand, borders closed

New Zealand Prime Minister Jacinda Ardern on Thursday announced that the country’s borders will be closed to any visitors except citizens and residents due to the coronavirus pandemic. The announcement comes as the total number of COVID-19 cases the country climbed to 28, reports Xinhua news agency. The measures will come into effect from 11.59 p.m. on Thursday