କର୍ଣ୍ଣାଟକ କଂଗ୍ରେସ ଦାୟିତ୍ବରେ ଡିକେ ଶିବକୁମାର

ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ କର୍ଣ୍ଣାଟକ କଂଗ୍ରେସର ଦାୟିତ୍ବ ପ୍ରଦାନ କରାଯାଇଛି । ବୁଧବାର କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ଶିବକୁମାରଙ୍କୁ ଚୟନ କରାଯାଇଛି । ଶିବକୁମାରଙ୍କୁ ସଭାପତି ଭାବରେ ଘୋଷଣା କରାଯାଇଥିବା ବେଳେ ତିନି ଜଣ କାର୍ଯ୍ୟକାରୀ ସଭାପତି ଘୋଷଣା କରାଯାଇଛି । ଇଶ୍ବର ଖାନ୍ଦ୍ରେ, ସତୀଶ ଝର୍କୀହୋଲି ଏବଂ ସଲିମ୍‌ ଅହମଦ୍‌ଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ଘୋଷଣା କରାଯାଇଛି । ଏହା ସହିତ ଅଜୟ ସିଂ ଏବଂ ଏମ୍‌ ନାରାୟଣସ୍ବାମୀଙ୍କୁ ମୁଖ୍ୟ ହ୍ବିପ୍‌ ଅଫିସର ଭାବରେ ନିଯୁକ୍ତ କରାଯାଇଛି ।

କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କଲେ ବି ଏସ୍‌ ୟେଦ୍ୟୁରପ୍ପା

କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦ୍ୟୁରପ୍ପା । ଏହି ସମ୍ପ୍ରସାରଣରେ 10 ଜଣ ବିଧାୟକଙ୍କୁ ସାମିଲ କରାଯାଇଛି । ରାଜ୍ୟପାଳ ଭାଜୁଭାଇ ଭାଲାଙ୍କୁ ୟେଦ୍ୟୁରପ୍ପା ଚିଠି ଲେଖି କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ଘୋଷଣା କରିଛନ୍ତି । ସମ୍ପ୍ରସାରିତ କ୍ୟାବିନେଟ୍‌ରେ ଏସ୍‌ଟି ସୋମଶେଖର, ରମେଶ ଲକ୍ଷ୍ମଣରାଓ, ଆନନ୍ଦ ସିଂ, ଡ. କେ ସୁଧାକର, ବିଏ ବାସଭରାଜା, ବିସି ପାଟଇଲ, କେ ଗୋପାଳ୍ୟା, ନାରାୟଣ ଗୌଡା ଏବଂ ଶ୍ରୀମନ୍ତ ବାଲାସାହେବ ପାଟିଲଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି । ଏହି ସମସ୍ତ ବିଧାୟକ ଆଜି ସଚିବାଳୟରେ ଶପଥ ଗ୍ରହଣ କରିବେ ।

ସଂଖ୍ୟାଗରିଷ୍ଠ ଧୈର୍ଯ୍ୟ ହରାଇଲେ ଗୋଧ୍ରା ପରି ପରସ୍ଥିତି ସୃଷ୍ଟି ହୁଏ : ସି ଟି ରବି

ବେଙ୍ଗାଲୁରୁର ଜନୈକ ବିଜେପି ମନ୍ତ୍ରୀ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । କର୍ଣ୍ଣାଟକର ବିଜେପି ମନ୍ତ୍ରୀ ସି ଟି ରବି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯେତେବେଳେ ଦେଶରେ ସଂଖ୍ୟାଗରିଷ୍ଠ ନିଜର ଧୈର୍ଯ୍ୟ ହରାଇଥାନ୍ତି ଦେଶରେ ଗୋଧ୍ରା ପରି ପରସ୍ଥିତି ସୃଷ୍ଟି ହୋଇଥାଏ । କଂଗ୍ରେସ ବିଧାୟକ ୟୁଟି ଖାଦେରଙ୍କ ମନ୍ତବ୍ୟର ଜବାବ ଦେବାକୁ ଯାଇ ରବି ଏହି ମନ୍ତବ୍ୟ ଦେଇଛନ୍ତି । କର୍ଣ୍ଣାଟକରେ ସିଏଏ ଲାଗୁ କରାଗଲେ ସଂଖ୍ୟାଲଘୁ ସମ୍ପ୍ରଦାୟ ଏହାର ଜବାବ ଦେବେ ବୋଲି ଖାଦେର କହିଛନ୍ତି ।

ED attaches assets worth Rs 10 cr in K’taka ponzi case

The Enforcement Directorate (ED) said on Friday that it has attached assets worth over Rs 10 crore of a Bengaluru-based firm in connection with an alleged ‘Islamic banking or halal investment’ ponzi scam case. According to the ED, the accused firm is Ambidant Marketing Pvt Ltd and its promoters. The case of alleged duping of a number of gullible investors had made headlines in Karnataka last year.

କର୍ଣ୍ଣାଟକ ଉପ ନିର୍ବାଚନ : 15ଟି ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ

କର୍ଣ୍ଣାଟକ ଉପ ନିର୍ବାଚନ ପାଇଁ 15ଟି ଆସନରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଅଯୋଗ୍ୟ ଘୋଷିତ ବିଧାୟକଙ୍କ ସ୍ଥାନରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ସକାଳ 7ଟାରୁ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6.00ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଆଠାନି, ଗୋକାକ,କେଆରପୁରା, ୟଶଓ୍ବନ୍ତପୁରା, ୟେଲାପୁରା, ହିରେକୁରୁର, ରାନିବେନ୍ନୁର, ବିଜୟନଗର, ହୋସାକୋଟେ, କେଆର ପିଟ ଏବଂ ହଂସୁର ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଊଛି ।