ନୃତ୍ୟ ଅଭ୍ୟାସ ସମୟରେ ପ୍ରାଣ ହରାଇଲେ ଛାତ୍ରୀ

କର୍ଣ୍ଣାଟକରେ ଜଣେ ଛାତ୍ରୀ ନୃତ୍ୟ ଅଭ୍ୟାସ କରୁଥିବା ସମୟରେ ହୃଦ୍‌ଘାତର ଶିକାର ହୋଇ ପ୍ରାଣ ହରାଇଛନ୍ତି । କର୍ଣ୍ଣାଟକର କୋଲାର ଗୋଲ୍ଡ ଫିଲ୍ଡ (କେଜିଏଫ୍‌)ରେ ଏହି ଘଟଣା ଘଟିଛି । ଶନିବାର ପୋଲିସ୍‌ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ନବମ ଶ୍ରେଣୀର ଛାତ୍ରୀ ପୂଜିତା ନୃତ୍ୟ ଅଭ୍ୟାସ କରୁଥିବା ସମୟରେ ପ୍ରାଣ ହରାଇଥିଲେ । ଗୁରୁବାର ନୃତ୍ୟ ଅଭ୍ୟାସ କରୁଥିବା ସମୟରେ ଅଚେତ ହେବାରୁ  ତାଙ୍କୁ ତୁରନ୍ତ ବଙ୍ଗାରପେଟର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତାମିଲନାଡୁକୁ 1 ରନ୍‌ରେ ପରାସ୍ତ କରି ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି ବଜାୟ ରଖିଲା କର୍ଣ୍ଣାଟକ

ଡିଫେଣ୍ଡିଂ ଚାମ୍ପିୟନ୍‌ କର୍ଣ୍ଣାଟକ ତାମିଲନାଡୁକୁ ପରାସ୍ତ କରି ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି ବଜାୟ ରଖିଛି । ରବିବାର ଅନୁଷ୍ଠିତ ଫାଇନାଲ୍‌ରେ କର୍ଣ୍ଣାଟକ 1 ରନ୍‌ରେ ତାମିଲନାଡୁକୁ ପରାସ୍ତ କରିଛି । କର୍ଣ୍ଣାଟକ ପକ୍ଷରୁ ଅଧିନାୟକ ମନୀଷ ପାଣ୍ଡେ ସର୍ବାଧିକ 60 ରନ୍‌ ସଂଗ୍ରହ କରିଥିଲେ । କର୍ଣ୍ଣାଟକ 20 ଓଭରରେ 5 ଓ୍ବିକେଟ ହରାଇ 180 ରନ୍‌ ସଂଗ୍ରହ କରିଥିଲା । ଜବାବରେ ବିଜୟ ଶଙ୍କର(44) ଏବଂ ବାବା ଅପରାଜିତ(40) ରନ୍‌ ସତ୍ତ୍ବେ ବିଜୟ ଠାରୁ 1 ରନ୍‌ ଦୂରରେ ରହିଥିଲା ତାମିଲନାଡୁ ।

ସ୍ବାଧୀନ ଭାବେ ଲଢିବେ ଅଭିନେତ୍ରୀ ସୁମାଲତା, ବିଜେପି ଦେବ ସମର୍ଥନ

କର୍ଣ୍ଣାଟକର ମାଣ୍ଡ୍ୟା ଲୋକସଭା ଆସନ ପାଇଁ ସ୍ବାଧୀନ ଭାବେ ନିର୍ବାଚନ ଲଢିବେ ଅଭିନେତ୍ରୀ ସୁମାଲତା। ତେବେ  ସୁମଲତାଙ୍କୁ ବିଜେପି ସମର୍ଥନ କରିବ ବୋଲି ଘୋଷଣା କରିଛି। ସୁମାଲତା ଦିବଙ୍ଗତ ନେତା ଏଚ୍‌ ଅମ୍ବରୀଶଙ୍କ ପତ୍ନୀ। କଂଗ୍ରେସ ତରଫରୁ ତାଙ୍କୁ ଟିକେଟ ନ ମିଳିବାରୁ ସେ ସ୍ବାଧୀନ ଭାବେ ସେହି ଆସନରୁ ଲଢିବେ ବୋଲି ସୂଚନା ଦେଇଛନ୍ତି। କଂଗ୍ରେସ ମାଣ୍ଡ୍ୟା ଲୋକସଭା ଆସନକୁ ସହଯୋଗୀ ପାର୍ଟି ଜେଡିଏସ୍‌କୁ ଦେଇଥିବାବେଳେ ଏହି ଆସନରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ପୁତ୍ର ନିଖିଲ ପ୍ରାର୍ଥୀ ହୋଇଛନ୍ତି।

 

କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ, କଂଗ୍ରେସ ୨୦ଟି ଓ ଜେଡିଏସ୍‌ ୮ଟି ଆସନ ନେଇ ବୁଝାମଣା

କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍‌ ମିଳିତ ଭାବରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମେଣ୍ଟର ନିଷ୍ପତ୍ତି ଅନୁଯାୟୀ, କର୍ଣ୍ଣାଟକର ମୋଟ୍‌ ୨୮ଟି ଆସନରୁ କଂଗ୍ରେସ ୨୦ଟି ଓ ଜେଡିଏସ୍‌ ୮ଟି ଆସନରେ ପ୍ରାର୍ଥୀ ଦେବ। ମେଣ୍ଟ ସମ୍ପର୍କରେ ଘୋଷଣା ପୂର୍ବରୁ ମହୀଶୂର-କୋଡାଗୁ ଆସନକୁ ନେଇ ଦୁଇ ଦଳ ମଧ୍ୟରେ ଟଣାଓଟରା ଲାଗିରହିଥିଲା। ତେବେ ଶେଷରେ କଂଗ୍ରେସ ବାଜିମାରିନେଇଛି। ତେବେ ହାସନ ଓ ମାଣ୍ଡ୍ୟା ଆସନରେ ଜେଡିଏସ୍‌ ପ୍ରାର୍ଥୀ ଦେବ। ଏହି ଦୁଇଟି ସ୍ଥାନକୁ ଜେଡିଏସ୍‌ର ଗଡ଼ ବୋଲି କୁହାଯାଏ। ୨୦୧୪ରେ ବିଜେପି ୧୬ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ୯ଟି ଓ ଜେଡିଏସ୍‌ ୨ଟି ଆସନରେ ଜିତିଥିଲା।